ETV Bharat / city

ସମ୍ପ୍ରସାରିତ ହେବ ମିଲେଟ ମିଶନ, ଛଅ ବର୍ଷ ପାଇଁ ଖର୍ଚ୍ଚ ହେବ 2808.39 କୋଟି - ରାଜ୍ୟ କ୍ୟାବିନେଟ ବୈଠକ

ମିଲେଟ ମିଶନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ରାଜ୍ୟ କ୍ୟାବିନେଟରେ ମିଳିଲା ମଞ୍ଜୁରି । ଏଥିପାଇଁ 2808 କୋଟି ଟଙ୍କା ଖର୍ଚ୍ଚ କରାଯିବ । 19 ଟି ଜିଲ୍ଲାର 142 ବ୍ଲକରେ ଏହା କାର୍ଯ୍ୟକାରୀ କରାଯିବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀ ଓ କ୍ଷୁଦ୍ର, ନାମମାତ୍ର ଚାଷୀ ଏଥିରେ ଉପକୃତ ହେବ । ଅଧିକ ପଢନ୍ତୁ

ସମ୍ପ୍ରସାରିତ ହେବ ମିଲେଟ ମିଶନ, ଛଅ ବର୍ଷ ପାଇଁ ଖର୍ଚ୍ଚ ହେବ 2808.39 କୋଟି

author img

By

Published : Aug 13, 2022, 8:26 AM IST

ଭୁବନେଶ୍ବର: ସମ୍ପ୍ରସାରିତ ହେବ ମିଲେଟ ମିଶନ । ମିଲେଟ ମିଶନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏହି ଯୋଜନା ଆହୁରି 6 ବର୍ଷ ଲାଗି ସମ୍ପ୍ରସାରିତ କରାଯାଇଛି । ଏଥିପାଇଁ 2808 କୋଟି ଟଙ୍କା ଖର୍ଚ୍ଚ କରାଯିବ । 19ଟି ଜିଲ୍ଲାର 142 ବ୍ଲକରେ ଏହା କାର୍ଯ୍ୟକାରୀ କରାଯିବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀ ଓ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ମିଲେଟ ମିଶନ ଦ୍ବାରା ଉପକୃତ ହେବ ।

ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଚାଷ ଜମି ଏବଂ ଖାଦ୍ୟ ପ୍ରଣାଳୀରେ ପୁଷ୍ଟି ଶସ୍ୟର ପୁନଃପ୍ରଚଳନ କରିବା ନିମନ୍ତେ ଏହା ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ । ଏହା ହେଉଛି ରାଜ୍ୟ ସରକାରଙ୍କ କୃଷି ବିଭାଗର ଏକ ଅନନ୍ୟ କାର୍ଯ୍ୟକ୍ରମ । ପୁଷ୍ଟି ଶସ୍ୟର ବହୁଳ ଉତ୍ପାଦନ, ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ତଥା ରାଜ୍ୟ ପୋଷଣ କାର୍ଯକ୍ରମ ଗୁଡିକରେ ଅନ୍ତର୍ଭୁକ୍ତ କରାଇବା ଲକ୍ଷ୍ୟ ନେଇ ଏହା ଆରମ୍ଭ ହୋଇଥିଲା । 2017-18 ଆର୍ଥିକ ବର୍ଷଠାରୁ ଏହା କାର୍ଯ୍ୟକାରୀ ହୋଇଛି । ଚାଷ ଜମିରେ ଏବଂ ଖାଦ୍ୟ ଥାଳିରେ ପୁଷ୍ଟିଶସ୍ୟର ପୁନଃ ପ୍ରଚଳନ କରିବା ପାଇଁ ଏହି ଯୋଜନା ।

କୃଷି ଏବଂ କୃଷକ ସଶକ୍ତି କରଣ ବିଭାଗର ତଦାରଖରେ ଏନଜିଓ ସହଯୋଗରେ କୃଷକ ଉତ୍ପାଦକ ସଂଘ (FPO) ମାଧ୍ୟମରେ କାର୍ଯ୍ୟକାରୀ ହେଉଛି । ଏହି କାର୍ଯ୍ୟକ୍ରମ ରାଜ୍ୟ ଯୋଜନା, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ (OMBADC) ମାଧ୍ୟମରେ ଆର୍ଥିକ ସହଯୋଗ ପ୍ରାପ୍ତ । ଏହି ଯୋଜନାରେ କାର୍ଯ୍ୟାନ୍ଵୟନର ପ୍ରଥମ ପର୍ଯ୍ୟାୟରେ 7ଟି ଜିଲ୍ଲା କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଗଜପତି, ମାଲକାନଗିରି, ନୂଆପଡା ଏବଂ ରାୟାଗଡାର 30 ଟି ବ୍ଲକରେ କାର୍ଯ୍ୟକ୍ଷମ ହୋଇଥିଲା ।

ପରବର୍ତ୍ତୀ ବର୍ଷରେ 4 ଟି ଜିଲ୍ଲାର 35ଟି ବ୍ଲକକୁ ବିସ୍ତାର କରାଯାଇଛି । ପୁନଃ ପରବର୍ତ୍ତୀ ବର୍ଷରେ 11ଟି ଜିଲ୍ଲାର 55ଟି ବ୍ଲକ ଅନ୍ତର୍ଭୁକ୍ତ ହୋଇଥିଲା । ଦ୍ଵିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମରେ ମୋଟ ଉପରେ 15 ଟି ଜିଲ୍ଲାର 84 ଟି ବ୍ଲକରେ ପହଞ୍ଚିଛି । ସମ୍ପ୍ରତି 2022-23 ରୁ 19 ଟି ଜିଲ୍ଲାର 142 ଟି ବ୍ଲକ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନିମନ୍ତେ ରାଜ୍ୟ ସରକାର 6 ବର୍ଷ ପାଇଁ 2808.39 କୋଟି ମଞ୍ଜୁର କରିଛନ୍ତି । 2021-22 ରୁ 2026-27 ଆର୍ଥିକ ବର୍ଷ ଯାଏଁ ଏହା ସମ୍ପ୍ରସାରିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.