ହାଇଦ୍ରାବାଦ: ତେଲେଙ୍ଗାନାର ରାମଗୁଣ୍ଡମ ରେଳ ଷ୍ଟେସନରେ ଅଭବାନୀୟ ଘଟଣା । ଷ୍ଟେସନ ପରିସରରେ ଚଳନ୍ତା ଟ୍ରେନ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଓଡିଆ ପ୍ରବାସୀ ଶ୍ରମିକ । ଷ୍ଟେସନରେ ବସିଥିବା ଏହି ପ୍ରବାସୀ ଓଡିଆ ଶ୍ରମିକଜଣଙ୍କ ରାଜଧାନୀ ଏକ୍ସପ୍ରେସ ଆସିବା ସମୟରେ ରେଳ ଧାରଣାକୁ ଯାଇ ଟ୍ରେନ ସମ୍ମୁଖରେ ଛିଡା ହୋଇଯାଇଥିଲେ । ଫଳରେ ତାଙ୍କୁ ଉଦ୍ଧାର କରିବା ପୂର୍ବରୁ ଦ୍ରୁତଗାମୀ ଟ୍ରେନଟି ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ପ୍ରବାସୀ ଓଡିଆ ଶ୍ରମିକ ଜଣଙ୍କ ହାଇଦ୍ରାବାଦରେ କାମ କରୁଥିବାବେଳେ ଟ୍ରେନ ଯୋଗେ ରାମଗୁଣ୍ଡମ ରେଳ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ସେ କିଛି ସମୟ ଅପେକ୍ଷା କରିବା ପରେ ରାଜଧାନୀ ଏକ୍ସପ୍ରେସ ମାତ୍ର କିଛି ଦୂରରେ ଆସୁଥିବା ବେଳେ ହଠାତ ରେଳ ଧାରଣାକୁ ଓହ୍ଲାଇ ଯାଇ ଟ୍ରେନ ଆଗରେ ଛିଡା ହୋଇଯାଇଥିଲେ । ଯୁବକ ଜଣଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ମିଳି ପାରିନଥିବା ବେଳେ ତଦନ୍ତ ଜାରି ରହିଥିବା ରାମଗୁଣ୍ଡମ ଷ୍ଟେସନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ବ୍ୟୁୁରୋ ରିପୋର୍ଟ, ଇଟିଭି ଭାରତ