ETV Bharat / city

ଓଡ଼ିଶାରେ ‘ମେକିଙ୍ଗ ଦ ସିଫ୍ଟ’ କ୍ୟାମ୍ପେନ ଆରମ୍ଭ କଲା ମାଇକ୍ରୋସଫ୍ଟ - ମାଇକ୍ରୋସଫ୍ଟ

ବିଶ୍ୱର ପ୍ରମୁଖ କମ୍ପ୍ୟୁଟର ଅପରେଟିଂ ସିଷ୍ଟମ କମ୍ପାନୀ ଓଡ଼ିଶାର କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ଏକ କ୍ୟାମ୍ପେନ ଆରମ୍ଭ କରିଛି । ‘ମେକ ଦ ସିଫ୍ଟ ’ମାଧ୍ୟମରେ ବର୍ଷ ବର୍ଷ ଧରି ବ୍ୟବହୃତ ହେଉଥିବା ପୁରୁଣା କମ୍ପ୍ୟୁଟର ସିଷ୍ଟମ ୱିଣ୍ଡୋଜ 7 ରୁ ୱିଣ୍ଡୋଜ 10 ଅପରେଟିଂ ସିଷ୍ଟମକୁ ପରିବର୍ତ୍ତିତ କରିବା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jun 12, 2019, 1:42 AM IST

ଭୁବନେଶ୍ୱର: ଓଡ଼ିଶାର କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ଆଗକୁ ଆସିଛି ବିଶ୍ବର ପ୍ରମୁଖ କମ୍ପ୍ୟୁଟର ଅପରେଟିଂ ସିଷ୍ଟମ ମାଇକ୍ରୋସଫ୍ଟ । ଏଥିପାଇଁ ମାଇକ୍ରୋସଫ୍ଟ ପକ୍ଷରୁ କ୍ୟାମ୍ପେନ ଆରମ୍ଭ ହୋଇଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି "ମେକ ଦ ସିଫ୍ଟ "ମାଧ୍ୟମରେ ବର୍ଷ ବର୍ଷ ଧରି ବ୍ୟବହୃତ ହେଉଥିବା ପୁରୁଣା କମ୍ପ୍ୟୁଟର ସିଷ୍ଟମ ୱିଣ୍ଡୋଜ 7 ରୁ ୱିଣ୍ଡୋଜ 10 ଅପରେଟିଂ ସିଷ୍ଟମକୁ ପରିବର୍ତ୍ତିତ କରିବା।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଯାହା ମାଧ୍ୟମରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ଗୁଡିକ ପୁରୁଣା ପିସିର ରକ୍ଷଣାବେକ୍ଷଣ ଖର୍ଚ୍ଚରୁ ରକ୍ଷା ପାଇପାରିବେ । ଏଥିସହ ଡାଟା ନିରାପତ୍ତା ବୃଦ୍ଧି, ବ୍ୟକ୍ତିଗତ କମ୍ପ୍ୟୁଟର ଉତ୍ପାଦତା ବୃଦ୍ଧି ସହ ସୁବିଧାରେ କମ୍ପ୍ୟୁଟରୀକରଣ ବ୍ୟବସ୍ଥାକୁ ଅପଡେଟ କରି ପାରିବେ ବୋଲି ମାଇକ୍ରୋସଫ୍ଟର କଣ୍ଟ୍ରି ଜେନେରାଲ ମ୍ୟାନେଜର ପ୍ରିୟଦର୍ଶୀ ମହାପାତ୍ର କହିଛନ୍ତି ।

ଭାରତର ସର୍ବାଧିକ ଏସଏମ ଆଇ(ସ୍ମଲ ଆଣ୍ଡ ମିଡିୟମ ଇଣ୍ଡଷ୍ଟ୍ରି) ଥିବା ରାଜ୍ୟ ତୁଳନାରେ ଓଡ଼ିଶାରେ 19 ଲକ୍ଷ ଇଣ୍ଡଷ୍ଟ୍ରି ଅଛନ୍ତି । ସେମାନଙ୍କ ପରିଚାଳନା ଦକ୍ଷତା ବୃଦ୍ଧି କରିବା ସହିତ ନୂଆ ଗ୍ରାହକଙ୍କ ସହ ଯୋଡି ହେବା ପାଇଁ ସଂସ୍ଥା ଗୁଡିକୁ ସଶକ୍ତ କରିବା ପାଇଁ ମାଇକ୍ରୋସଫ୍ଟ ଲକ୍ଷ ରଖିଛି । ଯାହା ଫଳରେ ବିଭିନ୍ନ ପିସି ଉତ୍ପାଦକଙ୍କ ସହ ମିଶି ରାଜ୍ୟର କ୍ଷୁଦ୍ର ମଧ୍ୟ ଶିଳ୍ପଦ୍ୟୋଗୀଙ୍କୁ ପ୍ରୋତ୍ସାହନ ମାଧ୍ୟମରେ ଅପଗ୍ରେଡ କରିବାକୁ ଲକ୍ଷ୍ୟ ଥିବା କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:x

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.