ଭୁବନେଶ୍ବର: ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘନଉଛି ଆଉ ଏକ ଲଘୁଚାପ । ଆସନ୍ତା ୨୦ ସେପ୍ଟେମ୍ବର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ବୁଧବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।
![ଘନଉଛି ଆଉ ଏକ ଲଘୁଚାପ, ଟ୍ବିଟ କରି ସୂଚନା ଦେଲା ପାଣିପାଗ ବିଭାଗ](https://etvbharatimages.akamaized.net/etvbharat/prod-images/8817854_977_8817854_1600233005721.png)
ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଚଳିତ ବର୍ଷ ଲଘୁଚାପ ପ୍ରଭାବରେ ବନ୍ୟା ବିଭୀଷିକା ମଧ୍ୟ ସୃଷ୍ଟି ହୋଇଛି। ତେବେ ବର୍ତ୍ତମାନ ରାଜ୍ୟର କେତେକ ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ଜାରି ରହିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ