ETV Bharat / city

ଅକ୍ଟୋବରରେ ବାତ୍ୟା ଆଶଙ୍କାକୁ ପାଣିପାଗ ବିଭାଗର ଖଣ୍ଡନ, ପ୍ରବଳ ବର୍ଷା ନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଅକ୍ଟୋବର ତୃତୀୟ ସପ୍ତାହରେ ବାତ୍ୟା ଆଶଙ୍କା କରିଛି ଆମେରିକାନ GFS । ଅକ୍ଟୋବରରେ ବାତ୍ୟା ଆଶଙ୍କାକୁ ଖଣ୍ଡନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ (yellow warning to several district ) । ଅଧିକ ପଢ଼ନ୍ତୁ

author img

By

Published : Oct 11, 2022, 8:59 PM IST

Meteorological department alerted yellow warning to several district for possible heavy rain
ଅକ୍ଟୋବରରେ ବାତ୍ୟା ଆଶଙ୍କାକୁ ପାଣିପାଗ ବିଭାଗର ଖଣ୍ଡନ, ପ୍ରବଳ ବର୍ଷା ନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଅକ୍ଟୋବର ତୃତୀୟ ସପ୍ତାହରେ ବାତ୍ୟା ଆଶଙ୍କା କରିଛି ଆମେରିକାନ GFS । ଅକ୍ଟୋବରରେ ବାତ୍ୟା ଆଶଙ୍କାକୁ ପାଣିପାଗ ବିଭାଗର ଖଣ୍ଡନ । ବର୍ତ୍ତମାନ ଜଳବାୟୁ ବାତ୍ୟା ପାଇଁ ଅନୁକୂଳ ରହିଛି । ଆମେରିକାନ GFS(Global Forecast System ) ମଡେଲ ବାତ୍ୟା ନେଇ ସୂଚନା ଦେବା ପରେ ୟୁରୋପିଆନ୍ ମଡେଲ ମଧ୍ୟ ଘୂର୍ଣ୍ଣିବଳୟ ନେଇ ଆକଳନ କରିଛି (yellow warning to several district) । ଦୁଇଟି ମଡେଲର ଆକଳନ ପରେ ଅନ୍ୟ ମଡେଲ ଉପରେ ନଜର ରଖିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଅକ୍ଟୋବର ୧୭ ତାରିଖରେ ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆମେରିକାର ପାଣିପାଗ ସଂସ୍ଥା GFS । ଆସନ୍ତା ଅକ୍ଟୋବର ୨୧ ତାରିଖରେ ଏହି ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ । ସେପଟେ ଆଞ୍ଚଳିକ ପାଣିପାଗ ବିଭାଗ ମଧ୍ୟ ଅକ୍ଟୋବର ତୃତୀୟ ସପ୍ତାହ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଶଙ୍କା କରିଛି । ତେବେ ବର୍ତ୍ତମାନ ସୁଦ୍ଧା କେବେ ଏହି ଘୂର୍ଣ୍ଣିବଳୟ ଅନୁଭୂତ ହେବ ତାହାକୁ ନେଇ କୌଣସି ତାରିଖ ସ୍ପଷ୍ଟ ହୋଇ ପାରିନି । ତେବେ ବାତ୍ୟା ଆଶଙ୍କାକୁ ଖଣ୍ଡନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଯୋଗୁଁ ସମୁଦ୍ରରେ ୩୦ ଡିଗ୍ରୀ ଉପରେ ତାପମାତ୍ରା ରହିବ । ସମ୍ଭାବ୍ୟ ଘୂର୍ଣ୍ଣିବଳୟକୁ ନେଇ ପାଣିପାଗ ବିଭାଗ ନଜର ରଖିଛି । ଚଳିତ ଅକ୍ଟୋବରରେ ଘନଘନ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ଏଥିପାଇଁ ଉପାନ୍ତରୁ ଉପକୂଳ ବର୍ଷାରେ ଭିଜୁଛି । ସମୟ ସମୟରେ ପ୍ରଚଣ୍ଡ ଘଡଘଡି ବିଜୁଳି ସହ ମୂଷଳ ଧାରାରେ ବର୍ଷୁଛି । ପାଣିପାଗର ଏହି ନିୟାମକ ଉପରେ ନଜର ରଖିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆସନ୍ତା ୨୪ ଘଣ୍ଟା ପାଇଁ ୨୧ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏଭଳି ପାଗ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଆଜିଠାରୁ ବର୍ଷାର ବିସ୍ତୃତି କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ବର୍ଷା ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ । ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ କମିବା ସହ ପାଗରେ ପରିବର୍ତ୍ତନ ଆସିବ । ଫଳରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ବାଟ ଫିଟିବ। ଏହି ସମୟରେ ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥାଏ, ତାହା ଘନୀଭୂତ ହୋଇଥାଏ । ଏଣୁ ତୃତୀୟ ସପ୍ତାହରେ ଯେଉଁ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ତାହାରି ଉପରେ ନଜର ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.