ETV Bharat / city

Heatwave Warning: ତାତିରୁ ନାହିଁ ନିସ୍ତାର, 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

author img

By

Published : Mar 28, 2022, 6:08 PM IST

ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର 7ଟି ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିଥିଲା । ଅଧିକ ପଢ଼ନ୍ତୁ

ଆହୁରି ବଢ଼ିବ ତାପମାତ୍ରା, 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର 7ଟି ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିଥିଲା । ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଏଠାରେ ସର୍ବାଧିକ 40.8 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାର ସମ୍ଭାବନା ରହିଛି । ଏଣୁ ଅପ୍ରେଲ 1 ତାରିଖରୁ ସୁଦ୍ଧା ତାପମାତ୍ରା 2ରୁ 3ଡିଗ୍ରୀ ବୃଦ୍ଧି ପାଇବା ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାର୍ଚ୍ଚ 31 ତାରିଖରେ ଗ୍ରୀଷ୍ଣ ପ୍ରବାହ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏଣୁ ରାଜ୍ୟବାସୀଙ୍କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ବିଶେଷ କରି ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ, କଳାହାଣ୍ଡି, ଓ ସମ୍ବଲପୁରରେ ଗ୍ରୀଷ୍ଣ ପ୍ରବାହର ପ୍ରକୋପ ଅଧିକ ରହିବ ।

ଆଗାମୀ ଦୁଇ ଦିନରେ ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉତ୍ତପ୍ତ-ଶୁଷ୍କ ବାୟୁ ପ୍ରବାହ ଯୋଗୁଁ 2ରୁ 3ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ଣ ପ୍ରବାହ ଅଧିକ ରହିବ। ଗତ 24 ଘଣ୍ଟାରେ ସୁନ୍ଦରଗଡ଼, ଝାରୁସୁଗୁଡ଼ା, ସମ୍ବଲପୁର, ହୀରାକୁଦ, ବଲାଙ୍ଗୀର, ବୌଦ୍ଧ, ବାରିପଦା ଆଦି ସ୍ଥାନରେ ତାପମାତ୍ରା 40 ଡିଗ୍ରୀ କିମ୍ବା 40ଡିଗ୍ରୀରୁ ଅଧିକ ରହିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.