ETV Bharat / city

ଆସୁଛି ଅଦିନିଆ ବର୍ଷା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

author img

By

Published : Jan 9, 2022, 9:05 PM IST

ରାଜ୍ୟରେ ପୁଣି ଅଦିନିଆ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବୃଷ୍ଟିପାତର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

Meteorological Centre alert yellow warning for many district for heavy rain and hail storm in odisha
ଆସୁଛି ଅଦିନିଆ ବର୍ଷା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ପୁଣି ଅଦିନିଆ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବୃଷ୍ଟିପାତର ସମ୍ଭାବନା ରହିଛି । ଏଥିପାଇଁ ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ୧୧ ତାରିଖ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

  • #ପ୍ରେସବିଜ୍ଞପ୍ତି ୧୧ ରୁ ୧୪ ଜାନୁୟାରୀ ୨୦୨୨ ରେ ଓଡିଶାର ଜିଲ୍ଲା ଗୁଡିକ ଉପରେ ପଶ୍ଚିମା ଝଡ ପ୍ରଭାବରେ ବୃଷ୍ଟିପାତରେ ବୃଦ୍ଧି ସମ୍ଭାବନା | pic.twitter.com/AgP9eku7sq

    — Meteorological Centre, Bhubaneswar (@mcbbsr) January 9, 2022 " class="align-text-top noRightClick twitterSection" data=" ">

ଜାନୁଆରୀ ୧୧ ତାରିଖରୁ ଜାନୁଆରୀ ୧୪ ତାରିଖ ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣ ବର୍ଷାର ପୂର୍ବାନୁମାନ କରାଯାଉଛି । ଏହାର ପ୍ରଭାବ ବିଶେଷ ଭାବରେ ପଶ୍ଚିମ ଓଡ଼ିଶାରେ ପଡ଼ିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ କୁଆ ପଥର ପଡ଼ିବାର ସମ୍ଭାବନା ରହିଛି । ପ୍ରାୟ ୬ରୁ ୧୧ ସେମି ମଧ୍ୟରେ ବର୍ଷାର ହେବାର ସମ୍ଭାବନା ରହିଛି ।

ବର୍ଷା ଯୋଗୁଁ କୃଷି କ୍ଷେତ୍ର ଉପରେ ବିଶେଷ ପ୍ରଭାବ ପଡ଼ିବ । କୃଷକ ଭାଇଙ୍କ ପାଇଁ ବିଶେଷ ଭାବରେ ମାର୍ଗ ଦର୍ଶିକା ଜାରି କରିଛି ପାଣି ପାଗ ବିଭାଗ । ଜାନୁଆରୀ ୧୦ ତାରିଖ ମଧ୍ୟରେ ଅମଳ ଧାନକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି । ତା ସହିତ ଡାଲି ଜାତୀୟ ଫସଲ ବିହନ ଓ ତେଲ ଜାତୀୟ ଫସଲ ବିହନ ବୁଣାକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ କୁହାଯାଇଛି । ଚିନା ବାଦାମ ଓ ସୋରିଷ ଫସଲରେ ବର୍ତ୍ତମାନ ପାଇଁ ଜଳ ସେଚନ ବନ୍ଦ ରଖିବାକୁ କୁହାଯାଇଛି ।

ସେପଟେ ପରିବା ଚାଷ ଯେପରିକି ଟମାଟୋ, ଲଙ୍କା, ପିଆଜ, କୋବି ଆଦି ଫସଲ ଉପରେ ପଲିଥିନ କିମ୍ବା ପ୍ଲାଷ୍ଟିକ ଦ୍ବାରା ଘୋଡ଼ାଇ ରଖିବାକୁ କୁହାଯାଇଛି । ଏହାଦ୍ବାରା ଫସଲ କୁଆ ପଥର ଦ୍ବାରା ପ୍ରଭାବିତ ହେବ ନାହିଁ । ଅମଳ ହେବାକୁ ଥିବା ପରିବାକୁ ଶୀଘ୍ର ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି । ସାର ଓ କୀଟନାଶକ ପ୍ରୟୋଗ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.