ଭୁବନେଶ୍ବର: ଓଡିଶା ବଜାରରେ ମର୍ସିଡିସ ବେଞ୍ଜ କାରର ସର୍ବବୃହତ ସମନ୍ବିତ ବିଳାସପୂର୍ଣ୍ଣ କାର ଡିଲରସିପ । ଭାରତର ସର୍ବବୃହତ ବିଳାସପୂର୍ଣ୍ଣ କାର ନିର୍ମାତା ମର୍ସିଡିସ ବେଞ୍ଜ ପକ୍ଷରୁ ଟୁଇନ ସିଟିରେ ଏକ ସୋରୁମକୁ ଉଦଘାଟନ କରାଯାଇଛି । ଗାଡି ହବରେ ରହିଥିବା 3 ଏସ ବ୍ୟବସ୍ଥା କଟକ, ଭୁବନେଶ୍ବର, ରାଉରକେଲା,ସମ୍ବଲପୁରର ସମସ୍ତ ଗ୍ରାହକଙ୍କୁ ସୁବିଧା ଯୋଗାଇବ ।
8.5 କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇ ଓଡିଶାର ମର୍ସିଡିସ ବେଞ୍ଜ ବଜାରରେ ଆସିବା ଲାଗି ପ୍ରସ୍ତୁତ କରାଯାଇଛି। ଏହି ଷ୍ଟେଟ ଅଫ ଆର୍ଟ ଆଉଟଲେଟଟି ଭୁବନେଶ୍ବରର ଗାଡି ହବରେ ରହିଥିବାବେଳେ ଅନ୍ୟ ସହର ଗୁଡିକକୁ ଯୋଗାଯୋଗ କରାଯିବ।
ଫୁଲନଖରାସ୍ଥିତ 40 ହଜାର ବର୍ଗଫୁଟ ସ୍ଥାନରେ ପରିବ୍ୟାପ୍ତ ସହ 30 ଜଣ ପେଷାଦାର ତାଲିମପ୍ରାପ୍ତ କର୍ମୀଙ୍କୁ ନେଇ 6ଟି କାର ଡିସପ୍ଲେ ଓ 10 ସର୍ଭିସ ବଡି ଓ ପେଣ୍ଟ କାମ ପାଇଁ ରହିଛି । ଏହି ସର୍ଭିସ ବର୍ଷକୁ 3500 ପର୍ଯ୍ୟନ୍ତ କାରର ସର୍ଭିସ କରାଇବ । ଏକ ବିଳାସପୂର୍ଣ୍ଣ ବ୍ୟବସ୍ଥାରେ କାଫେ ମର୍ସିଡିସ, ମର୍ସଡିସ ବେଂଜ ଆକ୍ସେସରିଜ ଏବଂ ମର୍ଚେଣ୍ଡାଇଜ ସେକ୍ସନ ରହିଛି। ଏହି ଷ୍ଟେଟ ଅଫ ଆର୍ଟ ବ୍ୟବସ୍ଥା ଦିବ୍ୟଙ୍ଗ ମିତବ୍ୟୟୀ ରହିଛି।
ଭାରତୀୟ ବଜାରରେ ଲକଜୁରୀ କାର ଅଗ୍ରଦୂତ ହୋଇଛି ମର୍ସଡିସ ବେଞ୍ଜ। ଓଡ଼ିଶାର ଅନ୍ୟତମ ସର୍ବବୃହତ ବିଳାସପୂର୍ଣ୍ଣ କାର ଡିଲରସିପଟି ଆଣ୍ଡ ଟି ମୋଟର୍ସର ଉଦଘାଟନ ହୋଇଛି। କଟକର ବିଳାସପୂର୍ଣ୍ଣ କାରସ୍ଥଳରେ ପରିଣତ ହେବ ଏବଂ ଏହା ବଜାରରେ ମର୍ସିିଡିସ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଯାତ୍ରା ସୃଷ୍ଟି କରିବ ବୋଲି କହିଛନ୍ତି ମର୍ସଡିସ ବେଞ୍ଜ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମାର୍ଟିନ ସିୱେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ