ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ସମ୍ମାନ ବା ଗର୍ବ ପାଇଁ ଯାତ୍ରା । ଆଜି(ମଙ୍ଗଳବାର) ବିଶ୍ବବ୍ୟାପୀ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହେଉଥିବା ବେଳେ We the road queensଙ୍କ ପକ୍ଷରୁ ସଡକ ସୁରକ୍ଷା ସଚେତନତା ସହ ନାରୀ ସଶକ୍ତର ବାର୍ତ୍ତା ବାଣ୍ଟୁଥିବା ଦେଖିବାକୁ ମିଳିଛି । ଏହି ସଂସ୍ଥାର ସଦସ୍ୟମାନେ ଶାଢୀ ପିନ୍ଧି ବୁଲେଟ ଚଢି ଏହି ସ୍ବତନ୍ତ୍ର ବାର୍ତ୍ତା ବାଣ୍ଟିଛନ୍ତି ।
ବୁଲେଟରେ ଶାଢ଼ୀ ପିନ୍ଧି ସମ୍ପୂର୍ଣ ଓଡ଼ିଆଣୀ ସାଜସଜ୍ଜାରେ ସହରର ବିଭିନ୍ନ ସ୍ଥାନକୁ ଯାଇ ସଡକ ସୁରକ୍ଷା ସଚେତନତା ସହ ନାରୀ ସଶକ୍ତିର ବାର୍ତ୍ତା ବାଣ୍ଟୁଛନ୍ତି ରୋଡ କୁଇନିଜ । ୬ ଜଣ କୁଇନିଜ ରାଜ୍ୟପାଳଙ୍କ ଭବନରୁ ସମ୍ମାନ ଯାତ୍ରା ଆରମ୍ଭ କରି ସହର ବୁଲିବା ସହ ମଧୁରମୟୀ ଆଦର୍ଶ ଶିକ୍ଷା ନିକେତନରେ ପହଞ୍ଚିଥିଲେ । ଆଉ ସେଠାରେ କଏଦୀ ପିଲାମାନଙ୍କ ସହ ମହିଳା ଦିବସ ପାଳିଥିଲେ । ଏହାସହିତ ସେମାନେ ସମାଜରେ ନାରୀଙ୍କ ପ୍ରତି ଥିବା ମନୋଭାବକୁ ପରିବର୍ତ୍ତନ କରିବା ପାଇଁ ବାର୍ତ୍ତା ବାଣ୍ଟିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ