ETV Bharat / city

ଶ୍ରୀମନ୍ଦିର ସୁରକ୍ଷା ନେଇ ରାଜ୍ୟପାଳଙ୍କୁ ଭେଟିଲା ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ

ପୁରୀ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିଲା ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ବିଶ୍ବ ହିନ୍ଦୁ ପରିଷଦ, ହିନ୍ଦୁ ଜାଗରଣ ମଞ୍ଚ, ଅଧିବକ୍ତା ପରିଷଦ, ବିଦ୍ୟାର୍ଥୀ ପରିଷଦ, ଧର୍ମ ଜାଗରଣ ମଞ୍ଚକୁ ନେଇ ଗଠିତ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ଶ୍ରୀମନ୍ଦିର ସୁରକ୍ଷା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : May 4, 2022, 8:41 PM IST

ଶ୍ରୀମନ୍ଦିର ସୁରକ୍ଷା ନେଇ ରାଜ୍ୟପାଳଙ୍କୁ ଭେଟିଲା  ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ
ଶ୍ରୀମନ୍ଦିର ସୁରକ୍ଷା ନେଇ ରାଜ୍ୟପାଳଙ୍କୁ ଭେଟିଲା ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିଲା ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ବିଶ୍ବ ହିନ୍ଦୁ ପରିଷଦ, ହିନ୍ଦୁ ଜାଗରଣ ମଞ୍ଚ, ଅଧିବକ୍ତା ପରିଷଦ, ବିଦ୍ୟାର୍ଥୀ ପରିଷଦ, ଧର୍ମ ଜାଗରଣ ମଞ୍ଚକୁ ନେଇ ଗଠିତ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ଶ୍ରୀମନ୍ଦିର ସୁରକ୍ଷା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସେମାନଙ୍କ କହିବା କଥା, ମନ୍ଦିର ସୌନ୍ଦର୍ଯ୍ୟକରଣ ଲାଗି ଆରମ୍ଭ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ଆଜି ଶ୍ରୀମନ୍ଦିରର ସୁରକ୍ଷା ବିପଦରେ । ପ୍ରକଳ୍ପ ଅଧୀନରେ ବହୁତଳ ପ୍ରାସାଦ ନିର୍ମାଣ ଲାଗି ଗଭୀର ଗର୍ତ୍ତ ଖନନ କାରଣରୁ ମନ୍ଦିର ଭିତ୍ତି ଦୁର୍ବଳ ହୋଇଯାଇଛି । ଯାହାକି ନିୟମର ଖୋଲା ଉଲ୍ଲଂଘନ । ଏହାଯୋଗୁଁ ଭବିଷ୍ୟତରେ ମନ୍ଦିର ନୀତିକାନ୍ତି ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏମିତିକି ପ୍ରକଳ୍ପ ଲାଗି ASIର ଅନୁମତି ମଧ୍ୟ ନିଆଯାଇନାହିଁ ।

ଏଣୁ ଶ୍ରୀମନ୍ଦିର ସୁରକ୍ଷା ଲାଗି ରାଜ୍ୟପାଳ ଓ ରାଷ୍ଟ୍ରପତି ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ । ଶ୍ରୀମନ୍ଦିର ସୁରକ୍ଷା ଅଭିଯାନର ସ୍ମାରକପତ୍ରକୁ ତୁରନ୍ତ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବା ସହ ପ୍ରକଳ୍ପ ଜନିତ ଆଇନଗତ କାର୍ଯ୍ୟର ତଦାରଖ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟପାଳ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.