ETV Bharat / city

ଆୟୁଷ୍ମାନ ଭାରତକୁ ଓଡିଶାର ହଁ !

ଆୟୁଷ୍ମାନ ଭାରତକୁ ନେଇ ଓଡିଶା ସରକାରଙ୍କ ୟୁ- ଟର୍ଣ୍ଣ । ଯୋଜନାରେ ସାମିଲ ହେବାକୁ ଓଡିଶା ଏକ ପ୍ରକାର ସହମତ ହୋଇଛି । ଏନେଇ ଆଜି ପ୍ରାରମ୍ଭିକ ପର୍ଯ୍ୟାୟରେ ବୈଠକ ବସିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ସିଇଓ ଇନ୍ଦୁଭୂଷଣ ଆଲୋଚନା କରିଛନ୍ତି ।

author img

By

Published : Jun 4, 2019, 3:00 PM IST

Updated : Jun 4, 2019, 6:52 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆୟୁଷ୍ମାନ ଭାରତକୁ ନେଇ ଓଡିଶା ସରକାରଙ୍କ ୟୁ- ଟର୍ଣ୍ଣ । ଯୋଜନାରେ ସାମିଲ ହେବାକୁ ଓଡିଶା ଏକ ପ୍ରକାର ସହମତ ହୋଇଛି । ଏନେଇ ଆଜି ପ୍ରାରମ୍ଭିକ ପର୍ଯ୍ୟାୟରେ ବୈଠକ ବସିଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ସିଇଓ ଇନ୍ଦୁଭୂଷଣ ଆଲୋଚନା କରିଛନ୍ତି । ଆଲୋଚନା ପରେ ସେ କହିଛନ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଭଲ ଯୋଜନା । ତେବେ ସର୍ବଭାରତୀୟ ସ୍ତରରେ ଏହା ଏକ ମହତ୍ବାକାଂକ୍ଷୀ ଯୋଜନା ବୋଲି ଇନ୍ଦୁଭୂଷଣ କହିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସେହିପରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, ରାଜ୍ୟ ସରକାରଙ୍କ ଚିଠି ଅନୁସାରେ ଆଲୋଚନା ହୋଇଛି । କିଛି ଦିନ ପୂର୍ବରୁ ସେ ଚିଠି ଲେଖିଥିଲେ । ତେବେ ଆଉ ଦୁଇଟି ପର୍ଯ୍ୟାୟରେ ଆଲୋଚନା ହେବ ବୋଲି ସେ କହିଛନ୍ତି । ଏହାପରେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଏନେଇ ସକାରାତ୍ମକ ଆଲୋଚନା ହୋଇଛି ।

ରାଜ୍ୟ ସରକାର କେତେଗୁଡିଏ ସର୍ତ୍ତ ରଖିଛନ୍ତି । ତା ଉପରେ ମଧ୍ୟ ଆଲୋଚନା ହୋଇଛି । ଯଦି ଏହି ଯୋଜନା ଲାଗୁ ହୁଏ, ତେବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହିତ ଆୟୁଷ୍ମାନ ଭାରତ ଯୋଜନା ମିଶିବ । ଏବେ ଦେଶର 4ଟି ରାଜ୍ୟ ଏହି ଯୋଜନା ଲାଗୁ କରିନାହାଁନ୍ତି । ଓଡ଼ିଶା, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ନୂଆଦିଲ୍ଲୀ ଏଥିରେ ସାମିଲ ହୋଇ ନାହାଁନ୍ତି । ସେହିପରି ଏହି ଟିମ୍ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

ସେହିପରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି, ରାଜ୍ୟ ସରକାରଙ୍କ ଚିଠି ଅନୁସାରେ ଆଲୋଚନା ହୋଇଛି । କିଛି ଦିନ ପୂର୍ବରୁ ସେ ଚିଠି ଲେଖିଥିଲେ । ତେବେ ଆଉ ଦୁଇଟି ପର୍ଯ୍ୟାୟରେ ଆଲୋଚନା ହେବ ବୋଲି ସେ କହିଛନ୍ତି । ଏହାପରେ

 ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଏନେଇ ସକାରାତ୍ମକ ଆଲୋଚନା ହୋଇଛି ।

ରାଜ୍ୟ ସରକାର କେତେଗୁଡିଏ ସର୍ତ୍ତ ରଖିଛନ୍ତି । ତା ଉପରେ ମଧ୍ୟ ଆଲୋଚନା ହୋଇଛି । ଯଦି ଏହି ଯୋଜନା ଲାଗୁ ହୁଏ ତେବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହିତ ଆୟୁଷ୍ମାନ ଭାରତ ଯୋଜନା ମିଶିବ । ଏବେ ଦେଶର 4ଟି ରାଜ୍ୟ ଏହି ଯୋଜନା ଲାଗୁ କରି ନାହାଁନ୍ତି । ଓଡ଼ିଶା, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ନୂଆଦିଲ୍ଲୀ ଏଥିରେ ସାମିଲ ହୋଇ ନାହାଁନ୍ତି । ସେହିପରି ଏହି ଟିମ୍ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଭେଟି ଆଲୋଚନା ମଧ୍ୟ କରିଥିଲେ । 

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Conclusion:
Last Updated : Jun 4, 2019, 6:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.