ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀ ପାଳନ ନିମନ୍ତେ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକର ଆୟୋଜନ କରାଯାଇଥିଲା ।
ସୂଚନାନୁଯାୟୀ, ଚଳିତ ବର୍ଷ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମବାର୍ଷିକୀକୁ ଏକ ବର୍ଷ ଲାଗି ପାଳନ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ଷ ତମାମ ରାଜ୍ୟର କୋଣ ଅନୁକୋଣ ବିଭିନ୍ନ ସ୍ଥାନରେ ଗାନ୍ଧିଜୀଙ୍କ ଉପରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିପାଇଁ ରାଜ୍ୟ ସ୍ତରରେ କମିଟି ଗଠନ କରାଯାଇଛି ।
ସ୍ବାଧୀନତା ସଂଗ୍ରାମୀଙ୍କୁ ନେଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ କରାଯିବ । ଏଥିସହ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗାନ୍ଧିଜୀଙ୍କ ଉପରେ କାର୍ଯ୍ୟକ୍ରମର ଆୟୋଜନ କରାଯିବ । କାର୍ଯ୍ୟକ୍ରମର ଗୁଡିକର ସୁପରିଚାଳନା ପାଇଁ ମଧ୍ୟ ସମନ୍ଵୟ ଉପକମିଟି ଗଠନ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ବିଶେଷ କରି ଗାନ୍ଧିଜୀଙ୍କ ନୀତି, ଆଦର୍ଶ ଓ ଜୀବନଚର୍ଯ୍ୟା ସମ୍ପର୍କରେ ଆଲୋକପାତ କରାଯିବ ବୋଲି ବିଜେଡି ନେତା ଉମା ସାମନ୍ତରାୟ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ