ETV Bharat / city

ଲକ୍‌ଡାଉନ୍‌ କଟକଣା; ମିଳୁନି ଔଷଧ, ରୋଗୀ ହନ୍ତସନ୍ତ

author img

By

Published : Apr 12, 2020, 8:25 PM IST

ଲକ୍‌ଡାଉନ୍‌ ସମୟରେ ଭୁବନେଶ୍ବରରେ ମିଳୁନି ନିୟମିତ ଔଷଧ । ଯାହାକୁ ନେଇ ଚିନ୍ତାରେ ଗ୍ରାହକ । ଅଧିକ ପଢନ୍ତୁ...

medicines issue
ଲକ୍‌ଡାଉନ୍‌ କଟକଣା; ମିଳୁନି ଔଷଧ, ରୋଗୀ ହନ୍ତସନ୍ତ

ଭୁବନେଶ୍ବର: ଔଷଧ ଉପରେ ଲକ୍‌ଡାଉନ୍‌ ପ୍ରହାର । ମେଡିସିନ୍‌ ଷ୍ଟୋରରେ ମିଳୁନି ନିୟମିତ ଔଷଧ । ଯାହାକୁ ନେଇ ଚିନ୍ତାରେ ଗ୍ରାହକ । ଲକ୍‌ଡାଉନ୍‌ ଫଳରେ ସବୁକିଛି ଠପ୍‌ ହୋଇଯାଇଛି । ରାସ୍ତାଘାଟଠୁ ଆରମ୍ଭ କରି ଦୋକାନ ବଜାର ସବୁକିଛି ବନ୍ଦ ପଡିଛି । ତେବେ ଅତ୍ୟାବଶ୍ୟକୀୟ ସାମଗ୍ରୀ ସହିତ ଔଷଧ ଦୋକାନ ଖୋଲା ରହିଛି । ହେଲେ ଏଠାରେ ସବୁ ମେଡିସିନ୍‌ ମିଳୁନଥିବା ଦେଖିବାକୁ ମିଳୁଛି । ରକ୍ତଚାପ ଓ ମଧୁମେହ ଔଷଧ ୫ ଟି ଜାଗାରେ ୨ ଟି ମିଳୁଛି । ଏପରି ଦୃଶ୍ୟ ଖୋଦ୍‌ ରାଜଧାନୀ ଭୁବନେଶ୍ବରରେ ହିଁ ଦେଖିବାକୁ ମିଳିଛି । ସେପଟେ ହ୍ୟାଣ୍ଡ ସାନିଟାଇଜର ଓ ମାସ୍କ ବି ମିଳୁନି । ଯେଉଁଠି ମିଳୁଛି ତାହା ନିମ୍ନ ମାନର ବୋଲି ଅଭିଯୋଗ ହେଉଛି ।

ତେବେ ଔଷଧ ଦୋକାନ କଟକଣା ମୁକ୍ତ ହୋଇଥିଲେ ବି ଔଷଧ ବିତରକମାନେ ଠିକ୍‌ ଭାବେ ବିତରଣ କରିପାରୁନାହାଁନ୍ତି । ଦୋକାନ ଅଳ୍ପ ସମୟ ପାଇଁ ଖୋଲୁଥିବାରୁ ଏମାନେ ସମସ୍ତ ମେଡିସିନ୍‌ ଦେଇପାରୁନାହାଁନ୍ତି । ଫଳରେ ଏହାର ଅସୁବିଧା ଖୁଚୁରା ବ୍ୟବସାୟୀ ଓ ରୋଗୀ ମାନେ ଭୋଗୁଛନ୍ତି ।

ଅନ୍ୟପଟେ ଏପରି ଅସୁବିଧା ନେଇ ଡ୍ରଗ୍‌ ଇନେସ୍ପେକ୍ଟର ପ୍ରତିକ୍ରିୟା ଦେବାକୁ ମନାକରିଦେଇଥିଲେ ବି ସରକାର ସମସ୍ତ ଆବଶ୍ୟକୀୟ ଔଷଧ ଉପଲବ୍ଧ ପାଇଁ ବ୍ୟବସ୍ଥା କରୁଛନ୍ତି ଓ ଯେଉଁଠି ଉପଲବ୍ଧ ନହେବ ତାକୁ ଦୃଷ୍ଟିକୁ ଆଣିଲେ ତାର ବିଚାର କରାଯିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.