ଭୁବନେଶ୍ବର: ରାଜ୍ୟରେ ବଢି ଚାଲିଛି ସଂକ୍ରମଣ । ଦୈନିକ ସଂକ୍ରମଣ ବୃଦ୍ଧିକୁ ନେଇ ଲୋକମାନେ ଭୟରେ ରହୁଛନ୍ତି । କୋଭିଡ ପରିଚାଳନା ପାଇଁ ଡାକ୍ତରୀ ଛାତ୍ରଙ୍କୁ ନିୟୋଜିତ କରାଯାଇଛି । ଏସସିବି ମେଡିକାଲର 6 ଜଣ ଇଣ୍ଟର୍ନ 104 କଲ ସେଣ୍ଟରରେ ନିୟୋଜିତ କରାଯାଇଛି।
ଅରୁନ୍ଧତୀ ଆଚାର୍ଯ୍ୟ, ଦିବ୍ୟ ଓରକସ ଆର୍ଚାଯ୍ୟ, ସୌରଭ ଆଚାର୍ଯ୍ୟ ,ସୁମନ ସ୍ମିତ ଅଧିକାରୀ, ପବନ ଅଗ୍ରୱାଲ ଓ ଅନମୋଲ ଅଗ୍ରୱାଲ ନିୟୋଜିତ ହୋଇଛନ୍ତି । ଏମାନେ ଭୁବନେଶ୍ୱରର ଇଡକଲ ଟାୱାର କଲ ସେଣ୍ଟରରେ କାମ କରିବେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ