ETV Bharat / city

ଶିକ୍ଷା ପରେ ଫୋକସରେ ସ୍ୱାସ୍ଥ୍ୟ, କ୍ୟାପିଟାଲ ହସ୍ପିଟାଲରରେ ଆରମ୍ଭ ହେବ ଡାକ୍ତରୀ ପାଠପଢା

author img

By

Published : May 20, 2022, 9:49 PM IST

ରାଜଧାନୀରେ ନିର୍ମାଣ ହେବ ମଡେଲ ହସ୍ପିଟାଲ । କ୍ୟାପିଟାଲ ହସ୍ପିଟାଲକୁ ନବକଳେବର କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଅଧିକ ପଢନ୍ତୁ

ଶିକ୍ଷା ପରେ ଫୋକସରେ ସ୍ବାସ୍ଥ୍ୟ, କ୍ୟାପିଟାଲ ହସ୍ପିଟାଲରରେ ଆରମ୍ଭ ହେବ ଡାକ୍ତରୀ ପାଠପଢା

ଭୁବନେଶ୍ବର: ରାଜଧାନୀରେ ନିର୍ମାଣ ହେବ ମଡେଲ ହସ୍ପିଟାଲ । କ୍ୟାପିଟାଲ ହସ୍ପିଟାଲକୁ ନବକଳେବର କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ମାଷ୍ଟର ପ୍ଳାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଆଗାମୀ ବର୍ଷ ଠାରୁ ଆରମ୍ଭ ହେବ ଡାକ୍ତରୀ ପାଠପଢ଼ା । ନାମ ପରିବର୍ତ୍ତନ ସହ ବଦଳିବ ଭିତ୍ତିଭୂମୀ । ପିଜି, କ୍ୟାନ୍ସର ଇନ୍‌ଷ୍ଟିଚ୍ୟୁଟ୍‌ ସହ ଟ୍ରମା କେୟାର ସେଣ୍ଟର ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ୨୮୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ମାଷ୍ଟର ପ୍ଳାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏବେ ଧିରେ ଧିରେ ବ୍ୟବସ୍ଥାରେ ପରିବର୍ତ୍ତନ ଆସି ଥିବାବେଳେ ବେଡ୍‌ ସଂଖ୍ୟା ମଧ୍ୟ ବୃଦ୍ଧି ହେବ । ତେବେ ମଇ ଶେଷ କିମ୍ବା ଜୁନ ପ୍ରଥମ ସପ୍ତାହ ସୁଦ୍ଧା ନ୍ୟାସନାଲ ମେଡିକାଲ କାଉନସିଲ ଟିମ୍ ପରିଦର୍ଶନ ପରେ ପିଜି ପାଠପଢା ପାଇଁ ଅନୁମୋଦନ ଅପେକ୍ଷାରେ ହସ୍ପିଟାଲ କର୍ତ୍ତୃପକ୍ଷ ।

ଦୁଇ ବର୍ଷ ଭିତରେ ଆରମ୍ଭ ହେବ ପିଜି ପାଠପଢା । ୭ ରୁ ୮ ବର୍ଷ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ଏମ୍‌ବିବିଏସ୍ ପଢିବେ ଛାତ୍ରଛାତ୍ରୀ । ଏବେ ଏହି ହସ୍ପିଟାଲକୁ ମଡେଲ ଭାବରେ ନିର୍ମାଣ କରିବା ସହ କ୍ୟାପିଟାଲ ହସ୍ପପିଟାଲ ପରିବର୍ତ୍ତନ ହୋଇ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ରିସର୍ଚ୍ଚ ଆଣ୍ଡ କ୍ୟାପିଟାଲ ହସ୍ପିଟାଲରେ ପରିବର୍ତ୍ତିନ କରାଯିବ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ୧୫ଟି ବିଷୟରେ ୬୦ ଜଣ ଛାତ୍ରଛାତ୍ରୀ ପିଜି ପାଠ୍ୟକ୍ରମ ପଢିବେ । ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ସରି ଥିବାବେଳେ ଚଳିତ ମାସ ଶେଷ କିମ୍ବା ଜୁନ ମାସ ପ୍ରଥମ ସପ୍ତାହରେ ନ୍ୟାସନାଲ ମେଡିକାଲ କାଉନସିଲ ଟିମ୍ ଅନୁଧ୍ୟାନ କରିବା ପାଇଁ ଆସିବ ।

ଟିମ୍‌ର ଅନୁମୋଦନ ମିଳିବା ପରେ ପିଜି ପାଠ୍ୟକ୍ରମ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ 'ଉନ୍ନତ ସେବା ପାଇଁ ହସ୍ପିଟାଲକୁ ସମ୍ପ୍ରସାରଣ କରାଯିବ । କ୍ୟାମ୍ପସରେ ଥିବା ସମସ୍ତ ସରକାରୀ କ୍ବାର୍ଟର ଏବଂ ବସ୍ତିକୁ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଚ୍ଛେଦ ସ୍ଥାନରେ ଜି-ପ୍ଳସ ୭ ଏବଂ ଜି-ପ୍ଳସ ୮ ଅଟ୍ଟାଳିକା ନିର୍ମାଣ ହେବ । କେବଳ ଭୁବନେଶ୍ବର ନୁହେଁ, ସାରା ରାଜ୍ୟର ରୋଗୀଙ୍କୁ ସେବା ଯୋଗାଇବ କ୍ୟାପିଟାଲ ହସ୍ପିଟାଲ ।'

ସୂଚନା ଅନୁଯାୟୀ, ଗତ ବର୍ଷେ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ଅନେକ ସଂସ୍କାର ଆସିଛି । ଅଭିଜ୍ଞ ଡାକ୍ତର ସହ ଅତ୍ୟାଧୁନିକ ଯନ୍ତ୍ରପାତିରେ ସବୁ ପ୍ରକାର ଟେଷ୍ଟିଂ ହେଉଛି । ବ୍ୟାପକ ପାର୍କିଂ ସ୍ଥଳ ସହ ରୋଗୀଙ୍କୁ ସହାୟତା କରିବା ପାଇଁ ସ୍ବତନ୍ତ୍ର କାଉଣ୍ଟର ନିର୍ମାଣ ହୋଇଛି । ଆଜି(ଶୁକ୍ରବାର) ଠାରୁ ପିଜି ପାଠ୍ୟ କ୍ରମ ପାଇଁ ଯେଉଁ ବିଲ୍ଡିଂ କରାଯିବ ସେହି ସ୍ଥାନରୁ ବସ୍ତି ଉଚ୍ଛେଦ ଆରମ୍ଭ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.