ETV Bharat / city

ଭଦ୍ରକରେ ମେଡିକାଲର ହେବ ସମ୍ପ୍ରସାରଣ - ଭଦ୍ରକରେ ହେବ ମେଡିକାଲ କଲେଜ

ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ  ବିଧାୟକଙ୍କ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।

Medical college in bhadrak
ଫାଇଲ ଫଟୋ
author img

By

Published : Nov 29, 2019, 11:57 PM IST

Updated : Nov 30, 2019, 1:36 AM IST

ଭୁବନେଶ୍ବର: ରାଜ୍ୟ ସରକାର ଚିକିତ୍ସା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିଥିବାବେଳେ ୫'ଟି' ଯୋଜନା ଦ୍ବାରା ଏହା ଅଧିକ କ୍ରିୟାଶୀଳ ହୋଇଛି । ଏହି କ୍ରମରେ ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଧାୟକଙ୍କ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଥିଲା । ଶୁକ୍ରବାର ଉକ୍ତ ପ୍ରସ୍ତାବକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି ।

ଭଦ୍ରକରେ ଏମସିଏଚ୍‌, ମଦର ଚାଇଲ୍ଡ ହସ୍ପିଟାଲକୁ ସଂପ୍ରସାରଣ କରାଯାଇ 100 ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରାଯିବ । ଏଥିସହିତ ହସ୍ପିଟାଲର ଚାରିପାଖରେ ପାଚେରୀ ଓ ରାସ୍ତା ନିର୍ମାଣ ପାଇଁ 6 କୋଟି ଟଙ୍କା ଖର୍ଚ୍ଚ ହେବ । ବୈଠକରେ ଜିଲ୍ଲାର ବିଧାୟକ ଖାଲି ଥିବା ଡାକ୍ତର ପଦବୀ ପୂରଣ ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ ।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏହି ବୈଠକରେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଷ୍ଣୁଚରଣ ସେଠୀ, ବ୍ୟୋମକେଶ ରାୟ, ସଞ୍ଜୀବ କୁମାର ମଲ୍ଲିକ, ବିଷ୍ଣୁବ୍ରତ ରାଉତରାୟ, ଡିଏମଇଟି ପ୍ରଫେସର ସିବିକେ ମହାନ୍ତି, ସ୍ବାସ୍ଥ୍ୟ ବିଭାହର ନିର୍ଦ୍ଦେଶକ ଡା. ଦିଲ୍ଲୀପ କୁମାର ଷଢଙ୍ଗୀଙ୍କ ସମତେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାର ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ସରକାର ରାଜ୍ୟରେ ଚିକିତ୍ସା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିଥିବାବେଳେ ୫‘ଟି’ ଯୋଜନାରେ
ଏହା ଆହୁରି କି୍ରୟାଶୀଳ ହୋଇପାରିଛି । ସରକାର ବର୍ତ୍ତମାନ ସୁଦ୍ଧା ୪ଟି ନୂତନ ମେଡିକାଲ କଲେଜ୍‌
ପ୍ରତିଷ୍ଠା କରିସାରିଥିବାବେଳେ ଆଜି ଭଦ୍ରକଠାରେ ପ୍ରସ୍ତାବିତ ମେଡିକାଲ୍‌ କଲେଜ୍‌ ପ୍ରତିଷ୍ଠା ପାଇଁ ସ୍ୱାସ୍ଥ୍ୟ ଓ
ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ପ୍ରସ୍ତାବିତ ମେଡିକାଲ୍‌ କଲେଜ୍‌ ପାଇଁ ଗ୍ରାଉଣ୍ଡ ଫ୍ଲୋର ସହ ଛଅ ମହଲା ବିଶିଷ୍ଟ କୋଠା ନିର୍ମାଣ
କରାଯିବ । ଏଥି ପାଇଁ ୨୫ ଏକର ସ୍ଥାନ ଚିହ୍ନଟ ହୋଇଥିବାବେଳେ ଆସନ୍ତା ୨୦୨୦ ଫେବୃଆରୀ ମାସ
ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଫଳରେ ଭଦ୍ରକ ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ରୋଗୀ ଉପକୃତ
ହୋଇପାରିବେ ।
ଏହି ବୈଠକରେ ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ବିଷ୍ଣୁଚରଣ ସେଠୀ, ଶ୍ରୀ ବ୍ୟୋମକେଶ ରାୟ,
ଶ୍ରୀ ସଂଜୀବ କୁମାର ମଲ୍ଲିକ, ଶ୍ରୀ ବିଷ୍ଣୁବ୍ରତ ରାଉତରାୟ, ଡିଏମ୍‌ଇଟି ପ୍ରଫେସର ସି.ବି.କେ. ମହାନ୍ତି,
ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡା. ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ଏବଂ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।Body:KConclusion:
Last Updated : Nov 30, 2019, 1:36 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.