ETV Bharat / city

ଏଥର ରାଜ୍ୟରେ ବିଳମ୍ବରେ ଆସିପାରେ ମୌସୁମୀ - ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା

୧୧ ରୁ ୧୫ ତାରିଖ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବା ନେଇ ପୂର୍ବାନୁମାନ କରାଯାଇଥିଲେ ମଧ୍ୟ ମୌସୁମୀ ଆସିବା ନେଇ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇନଥିବା କହିଲେ ଆଞ୍ଚଳିକ ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ପାତ୍ର । ଅଧିକ ପଢନ୍ତୁ

ଏଥର ରାଜ୍ୟରେ ବିଳମ୍ବରେ ଆସିପାରେ ମୌସୁମୀ
ଏଥର ରାଜ୍ୟରେ ବିଳମ୍ବରେ ଆସିପାରେ ମୌସୁମୀ
author img

By

Published : Jun 8, 2022, 3:02 PM IST

Updated : Jun 8, 2022, 4:00 PM IST

ଭୁବନେଶ୍ବର: ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିବାବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇନି । ଜୁନ ୧୧ ରୁ ୧୫ ତାରିଖ ମଧ୍ୟରେ ମୌସୁମୀ ଓଡିଶା ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ହେଲେ ଏନେଇ କୌଣସି ଅନୁକୂଳ ସ୍ଥିତି ଉପୁଜି ନଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏଥର ରାଜ୍ୟରେ ବିଳମ୍ବରେ ଆସିପାରେ ମୌସୁମୀ

ରାଜସ୍ଥାନ, ଗୁଜୁରାଟ ଓ ଛତିଶଗଡରେ ଗ୍ରୀଷ୍ମପ୍ରଭାବ ଲାଗି ରହିଥିବାରୁ ରାଜ୍ୟକୁ ମୌସୁମୀ ଛୁଇଁବା ନେଇ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ଆକଳନ କରାଯାଇଛି । ଏହିସବୁ ଅଞ୍ଚଳରୁ ଓଡିଶା ମଧ୍ୟକୁ ଗ୍ରୀଷ୍ମ ବାୟୁ ପ୍ରବେଶ କରୁଛି ତା' ସହ ଉପକୂଳ ଅଞ୍ଚଳରେ ଜଳୀୟବାଷ୍ପ ଅଧିକ ରହୁଥିବା କାରଣରୁ ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଓଡିଶା ବାୟୁମଣ୍ଡଳର ୨.୧ କିଲୋମିଟର ଉପରେ ଏହି ଉଷ୍ମ ବାୟୁ ରହିଥିବା କାରଣରୁ ଆଦ୍ରତା ଅଧିକ ରହୁଛି ଏହା ପ୍ରଭାବାରେ ପ୍ରାକମୌସୁମୀ ବର୍ଷାରେ ବିଳମ୍ବ ହେଉଥିବା ଆଞ୍ଚଳିକ ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ପାତ୍ର କହିଛନ୍ତି ।

ଏହାସହ ରାଜ୍ୟରେ ଜୁନ ପହିଲାରୁ ୭ ତାରିଖ ମଧରେ ୭.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷାଠାରୁ ୭୩ ପ୍ରତିଶତ କମ । ତେଣୁ ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରଭାବ ସହ ଗୁଳୁଗୁଳି ଅନୁଭୂତ ହେଉଛି । ଗତକାଲି(ମଙ୍ଗଳବାର) ପଶ୍ଚିମ ଓଡ଼ିଶାର ୮ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ୨ ଦିନ ପୂର୍ବରୁ ୧୮ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଆଗକୁ ଆହୁରି ୨ ଦିନ ଏଭଳି ତାପମାତ୍ରା ରହିବ ବୋଲି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଏହାକୁ ଲକ୍ଷ୍ୟ କରି ୧୦ ତାରିଖ ପର୍ଯନ୍ତ ପଶ୍ଚିମ ଓଡ଼ିଶାରେ ହିଟ ୱେଭର ସମ୍ଭାବନା ରହିଛି । ଆଜି(ବୁଧବାର) ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକରେ ତାପମାତ୍ରା ସ୍ୱାଭାବିକ ଠାରୁ ୪.୫ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 8, 2022, 4:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.