ETV Bharat / city

ମେ 23କୁ ନେତା ଓ ବ୍ୟବସାୟୀଙ୍କ ଅପେକ୍ଷା - bjp

ନେତା-ଜନତା ଯେପରି ଅପେକ୍ଷାରେ ଅଛନ୍ତି ସେହିପରି ଫୁଲ ବେପାରୀମାନେ ମଧ୍ୟ ଅନେଇ ବସିଛନ୍ତି ମେ 23କୁ । କାରଣ ଯେଉଁ ନେତା ବିଜୟୀ ହେବେ ତାଙ୍କ ବେକରେ ପଡିବ ଫୁଲମାଳ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Apr 30, 2019, 10:57 PM IST

ଭୁବନେଶ୍ବର: କିଏ ଗଢିବ ସରକାର ? ସମସ୍ତେ ଅନେଇ ବସିଛନ୍ତି ମେ 23ର ଫଳାଫଳକୁ । ରାଜ୍ୟରେ ଶେଷ ହୋଇଛି ମତଦାନ । ଅନ୍ୟପଟେ ସ୍ମାର୍ଟ ସିଟିରେ ମତଦାତାଙ୍କ ମତ ଇଭିଏମ ମେସିନରେ ସିଲ ବି ହୋଇସାରିଛି । ନେତା-ଜନତା ଯେପରି ଅପେକ୍ଷାରେ ଅଛନ୍ତି ସେହିପରି ଫୁଲ ବେପାରୀମାନେ ମଧ୍ୟ ଅନେଇ ବସିଛନ୍ତି ମେ 23କୁ । କାରଣ ଯେଉଁ ନେତା ବିଜୟୀ ହେବେ ତାଙ୍କ ବେକରେ ପକେଇବେ ଫୁଲମାଳ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବିଜୟୀ ନେତାଙ୍କ ପାଇଁ ଯେଉଁ ସବୁ ଫୁଲ ମାଳ ଯିବ ତାହା ସ୍ମାର୍ଟ ସିଟିର ଫୁଲ ବ୍ୟବସାୟୀଙ୍କଠାରୁ ଯିବ । ଯାହା ଫଳରେ ଏ ହୁତୁହୁତୁ ଖରାରେ ବେପାରୀଙ୍କୁ ଦୁଇ ପଇସା ଦେବ । ନିର୍ବାଚନ ପ୍ରଚାର ସମୟରେ ବେଶ ଦୁଇ ପାଇସା ଲାଭ କରିଥିଲେ ସ୍ମାର୍ଟ ସିଟିର ଏହି ଫୁଲ ବେପାରୀମାନେ । ଏହା ଛଡା ଡିଜିଟାଲରେ ଯେଉଁ ସବୁ ପ୍ରଚାର ହେଉଛି ତାହା ଫଳରେ ବି ଫୁଲ ବେପାର ଭଲ ହୁଏନି ବେଲି ବେପାରୀ ମତ ରଖୁଛନ୍ତି ।

ରାଜ୍ୟରେ 4ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ସବୁ ଦଳର ନେତା ଅପେକ୍ଷା କରିଛନ୍ତି ଫଳାଫଳ ପାଇଁ । ସେପଟେ ନିର୍ବାଚନ ଆୟୋଗ ନିର୍ଦ୍ଦେଶ କ୍ରମେ ଚାଲିଛି ନିର୍ବାଚନୀର ଅଙ୍କକଷା । କିଏ ଜିତିବ କିଏ ହରିବ, କାହା ମୁଣ୍ଡରେ ବିଜୟୀ ମୁକୁଟ ପିନ୍ଧାଇବେ ଜନତା ତାହା ତ ଆସନ୍ତା ମେ 23ରେ ଜଣାପଡିବ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.