ETV Bharat / city

ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ - ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର; ଚଳିତ ବର୍ଷ ନିଜ ସ୍କୁଲରେ ଦେବେ ପରୀକ୍ଷା
ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର; ଚଳିତ ବର୍ଷ ନିଜ ସ୍କୁଲରେ ହେବ ପରୀକ୍ଷା
author img

By

Published : Jan 22, 2021, 8:02 AM IST

Updated : Jan 22, 2021, 10:07 AM IST

07:51 January 22

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର; ନିଜ ସ୍କୁଲରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ

ଭୁବନେଶ୍ବର: ମାଟ୍ରିକ ପରୀକ୍ଷାର୍ଥୀଙ୍କ ଆଉ ଏକ ବଡ ଖବର । ଚଳିତ ବର୍ଷ ନିଜ ନିଜ ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । କୋଭିଡ ପାଇଁ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏପରି ପଦକ୍ଷେପ ନେଇଛି ତେବେ ଅନ୍ୟ ସ୍କୁଲର ଶିକ୍ଷକ ରହିବେ ପରୀକ୍ଷା ନୀରିକ୍ଷକ । 

ସେହିପରି ଚଳିତବର୍ଷ ୧୦୦ ମାର୍କ ବଦଳରେ ୮୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ୫୦ ମାର୍କ ଅବଜେକ୍ଟିଭ ଓ ୩୦ ମାର୍କ ସବଜେକ୍ଟିଭର ପ୍ରଶ୍ନ ପତ୍ର ରହିବ। ଅଢେଇ ଘଣ୍ଟାର ସମୟ ପରିବର୍ତ୍ତେ ୨ ଘଣ୍ଟା ରହିବ ବୋଲି ବୋର୍ଡ ସଭାପତି ଇଟିଭି ଭାରତକୁ Exclusive ପ୍ରତିକ୍ରିୟା ଦେଇଛନ୍ତି। ଉକ୍ତ ୮୦ ମାର୍କ କୁ ୧୦୦ ମାର୍କ ରେ କନଭର୍ଟ କରାଯିବ।

ପୂର୍ବରୁ କୋଭିଡ୍ ସମୟରେ ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିଥିବାରୁ ମାଟ୍ରିକ ପରୀକ୍ଷା ପାଇଁ 30% ସିଲାବସ କମା ଯାଇଛି । ଅନଲାଇନ ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀ ଭଲରେ ପଢ଼ି ପରିନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ, ପରୀକ୍ଷା ଦର୍ପଣ ନାମକ ଏକ ଟେଷ୍ଟ ପେପର ଛାତ୍ରଛାତ୍ରୀଙ୍କୁ ଦିଆଯିବ ବୋଲି ନିଷ୍ପତି ହୋଇଛି । ପରିକ୍ଷା ଦର୍ପଣ ବହି ଯୋଗାଇଦେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ରାଜ୍ୟର ମୋଟ ୬ ଲକ୍ଷ ୨୦ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ଦର୍ପଣ ବହି ଯୋଗାଇ ଦିଆଯିବ।

ମେ' 3 ରେ ପରୀକ୍ଷା ହେବ । ତେଣୁ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ପିଲାଙ୍କ ପାଖରେ ବହି ପହଞ୍ଚାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । 3 ଲକ୍ଷ 30 ହଜାର 339 ସରକାରୀ ସ୍କୁଲ ସହ 27 ହଜାର 026 ଆବାସିକ ଆଦିବାସୀ ସ୍କୁଲ ଏବଂ 36 ହଜାର 579 ଘରୋଇ ସ୍କୁଲ, 24 ହଜାର 939 ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ସହ 1624 ଭୋକେସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି ବହି ଦିଆଯିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 22, 2021, 10:07 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.