ଭୁବନେଶ୍ବର: ଜୁଲାଇ 6 ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଅପରାହ୍ନ 1ରେ କଟକ ବୋର୍ଡ ଅଫିସ ଠାରେ ପ୍ରକାଶ ପାଇବ ଫଳ । ରେଜଲ୍ଟ ପ୍ରକାଶ ନେଇ ବୋର୍ଡ କର୍ତ୍ତୃପକ୍ଷ ପକ୍ଷରୁ ବିସ୍ତୃତ ବିବରଣୀ ଦିଆଯିବ । ଏନେଇ ଆଜି(ସୋମବାର) ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ବର୍ଷ ୫ ଲକ୍ଷ ୮୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ।
ମନ୍ତ୍ରୀ କହିଛନ୍ତି ଯେ, "କେଉଁ ଓ୍ବେବସାଇଟରେ ରେଜଲ୍ଟ ପ୍ରକାଶିତ ହେବ ଏବଂ କିଭଳି ପିଲା ରେଜଲ୍ଟ ଜାଣିପାରିବେ ସେନେଇ ଆଜି କଟକ ଠାରେ ବୋର୍ଡ କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେବେ । ଫଳଫଳ ପ୍ରକାଶିତ ହେବାର ୧ ଘଣ୍ଟା ପରେ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ ଜାଣିପାରିବେ । ପରବର୍ତ୍ତୀ ସମୟରେ ସ୍କୁଲମାନଙ୍କୁ ମଧ୍ୟ ରେଜଲ୍ଟ ପଠାଇ ଦିଆଯିବ ।"
ଇଟିଭି ଭାରତ, ଭୁବନେଶ୍ବର