ETV Bharat / city

ଯୁକ୍ତ ଦୁଇ ଆଡ଼ମିଶନ ଟେନ୍‌ସନ୍‌, କଟ ଅଫ୍ ମାର୍କକୁ ନେଇ ଚିନ୍ତାରେ ମେଧାବୀ - ଛାତ୍ରଛାତ୍ରୀଙ୍କ ଯୁକ୍ତ ଦୁଇ ଆଡମିଶନ ଚିନ୍ତା

ମ୍ୟାଟ୍ରିକ୍‌ ପାସ୍‌ କରିବା ପରେ ନିଜ ପସନ୍ଦର କଲେଜରେ ପାଠ ପଢ଼ିବା ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ । ଚଳିତ ବର୍ଷ ପାସ୍‌ହାର ଅଧିକ ଥିବାରୁ କଟ୍‌ଅଫ୍‌ ମଧ୍ୟ ଅଧିକ ଯାଇପାରେ ବୋଲି ଆଶଙ୍କା କରାଯାଉଛି । ଅଧିକ ପଢ଼ନ୍ତୁ

ଯୁକ୍ତ ଦୁଇ ଆଡ଼ମିଶନ ଟେନ୍‌ସନ୍‌, କଟ ଅଫ୍ ମାର୍କକୁ ନେଇ ଚିନ୍ତାରେ ମେଧାବୀ

author img

By

Published : Jul 18, 2022, 8:47 PM IST

ଭୁବନେଶ୍ବର: ମାଟ୍ରିକ ରେଜଲ୍ଟ ଆସିବା ପରେ ଏବେ ଯୁକ୍ତ ଦୁଇରେ ଆଡମିଶନ ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ । ବିଜେବି, ରମାଦେବୀ ଏବଂ ରାଜଧାନୀ କଲେଜ କଟକର ରେଭେନ୍‌ସା ଭଳି ନାମୀ ସରକାରୀ କଲେଜ୍‌ରେ ଆଡମିଶନକୁ ନେଇ ଅଧିକ ପ୍ରତିଯୋଗିତା ଦେଖାଦେଇପାରେ । ମ୍ୟାଟ୍ରିକ ପାସ୍ ହାର ବଢ଼ିଛି । ମେଧାବୀ ଛାତ୍ରଛାତ୍ରୀ ଏବେ ଆଡମିଶନ୍ ଟେନ୍‌ସନ୍‌ରେ ରହିଛନ୍ତି । ଭଲ କଲେଜରେ ସିଟ୍ ମିଳିବ ନା ନାହିଁ ଏହାକୁ ନେଇ ଆଶା ଆଶଙ୍କାରେ ଛାତ୍ରଛାତ୍ରୀ ।

ପାସ୍‌ହାର ଅଧିକ ଥିବାରୁ କଲେଜ ଗୁଡ଼ିକରେ ଆଡମିଶନ କଟ୍ଅଫ୍ ଅଧିକ ଯାଇପାରେ । ଚଳିତ ବର୍ଷ ମ୍ୟାଟ୍ରିକ ପାସ୍ ହାର 90.55 ପ୍ରତିଶତ ରହିଛି । A1 ଗ୍ରେଡ୍ ଅର୍ଥାତ 90 ପ୍ରତିଶତ ଉପରେ ମାର୍କ ରଖିଛନ୍ତି ରାଜ୍ୟର 8 ହଜାର 119 ଛାତ୍ରଛାତ୍ରୀ । ଏହି ଅନୁପାତ ବିଗତ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ । ସୂଚନାଯୋଗ୍ୟ ଯେ, ଗତବର୍ଷ ୨୬୫୬ ଛାତ୍ରଛାତ୍ରୀ A1 ଗ୍ରେଡ୍ ରଖିଥିଲେ । ଓଡ଼ିଶା ବୋର୍ଡ୍‌କୁ ବାଦ୍‌ ଦେଲେ CBSE ଓ ICSE ବୋର୍ଡରୁ ପ୍ରାୟ 10ରୁ 15 ହଜାର ଛାତ୍ରଛାତ୍ରୀ ରାଜ୍ୟ ବୋର୍ଡ ଅଧୀନରେ ଥିବା କଲେଜରେ ଆଡମିଶନ କରିବେ । ଏଥିପାଇଁ ଅନେକ ବଡ଼ବଡ଼ ସରକାରୀ କଲେଜ ଗୁଡିକରେ ଆଡମିଶନକୁ ନେଇ ଅଧିକ ପ୍ରତିଯୋଗୀତା ଦେଖା ଦେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ଥିବା କଲେଜ୍ ଗୁଡିକରେ ବି ଆଡମିଶନ୍ ନେଇ ସମସ୍ୟା ଦେଖାଦେଇପାରେ । ପାଖରେ ଥିବା କଲେଜ୍‌ରେ ପଢିବା ପାଇଁ ପିଲାଏ ଇଚ୍ଛୁକ ରହିଥାନ୍ତି । କମ୍ ସଂଖ୍ୟକ ସିଟ୍ ଓ ପାସ୍ ହାର ବଢିଥିବାରୁ ପାଖ କଲେଜରେ ସ୍ଥାନୀୟ ପିଲାଙ୍କୁ ଆଡମିଶନ୍ ନମିଳିପାରେ । ବିଶେଷକରି ଛାତ୍ରୀଙ୍କ ପାଠପଢାରେ ସମସ୍ୟା ଦେଖା ଦେଇପାରେ । ତେଣୁ ବର୍ତ୍ତମାନଠାରୁ କଲେଜ ଗୁଡିକରେ ସିଟ୍ ସଂଖ୍ୟା ବଢାଇବା ପାଇଁ ଦାବୀ ଉଠିଲାଣି । ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସିଟ୍ ନେଇ କୌଣସି ସମସ୍ୟା ହେବନି, ଆବଶ୍ୟକ ହେଲେ ସିଟ ସଂଖ୍ୟା ବଢାଯିବ ବୋଲି ଆଶ୍ବସନା ଦେଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ 2 ହଜାରରୁ ଅଧିକ ଜୁନିଅର କଲେଜ ରହିଥିବା ବେଳେ ମୋଟ୍ ସିଟ୍‌ ସଂଖ୍ୟା ହେଉଛି ପ୍ରାୟ 4 ଲକ୍ଷ 43 ହଜାର । ଏବର୍ଷ ପାସ୍ କରିଛନ୍ତି 5 ଲକ୍ଷ 17 ହଜାର 847 ଛାତ୍ରଛାତ୍ରୀ । ଏହାରି ଭିତରୁ ଅନେକ ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷାକୁ ବାଛିବେ । ତେବେ ବିଭାଗ ଏନେଇ କି ପଦକ୍ଷେପ ନେଉଛି ତାହାରି ଉପରେ ନଜର ରହିବ । ସୂଚନା ମୁତାବକ ରାଜ୍ୟରେ ଜୁଲାଇ 20 ତାରିଖ ଠାରୁ ଆରମ୍ଭ ହେବ ଯୁକ୍ତଦୁଇ ନାମଲେଖା ଆବେଦନ । ଭୁବନେଶ୍ଵର ବିଜେବି କଲେଜ ଏବଂ କଟକର ରେଭେନ୍ସା କଲେଜ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ।

ପୂର୍ବ ବର୍ଷର ପ୍ରମୁଖ କଲେଜର କଟ୍‌ଅଫ୍‌ ମାର୍କ

ଭୁବନେଶ୍ଵର ବିଜେବି କଲେଜ କଳାରେ ସାଧାରଣ ବର୍ଗରେ 76.40 ପ୍ରତିଶତ କଟଅଫ୍‌ ଥିଲା, SC/ STରେ 58.17/ 66.50ପ୍ରତିଶତ ସେହିପରି ବିଜ୍ଞାନରେ ସାଧାରଣ ବର୍ଗରେ 88.33 ପ୍ରତିଶତ ରହିଥିବା ବେଳେ SC/ STରେ 71.80/ 81.17 ପ୍ରତିଶତ ରହିଥିଲା । ଏପଟେ ବାଣିଜ୍ୟରେ ସାଧାରଣ ବର୍ଗରେ 73.67 ପ୍ରତିଶତ ରହିଥିଲା । SC/ STରେ 33.00/ 50.50 ପ୍ରତିଶତ ରହିଥିଲା ।

ସେହିଭଳି ଭାବରେ ଭୁବନେଶ୍ଵର ରମାଦେବୀ ମହିଳା କଲେଜ କଳାରେ ସାଧାରଣ ବର୍ଗରେ 71.00 ପ୍ରତିଶତ , SC/ STରେ 54.87/ 58.83 ପ୍ରତିଶତ କଟ୍‌ଅଫ୍‌ ରହିଥିଲା । ବିଜ୍ଞାନରେ ସାଧାରଣ ବର୍ଗରେ 82.17 ପ୍ରତିଶତ ରହିଥିବା ବେଳେ SC/ STରେ 53.33/69.50 ପ୍ରତିଶତ ରହିଥିଲା । ବାଣିଜ୍ୟରେ ସାଧାରଣ ବର୍ଗରେ 38.17 ପ୍ରତିଶତ ରହିଥିବା ବେଳେ SC/ STରେ 35.50/34.50 ପ୍ରତିଶତ ରହିଥିଲା।

କଟକର ରେଭେନ୍ସା କଲେଜରେ କଳାରେ ସାଧାରଣ ବର୍ଗରେ 76.50 ପ୍ରତିଶତ , SC/ STରେ 53.17/ 64.33 ପ୍ରତିଶତ କଟ୍‌ଅଫ୍‌ ଥିଲା । ବିଜ୍ଞାନରେ ସାଧାରଣ ବର୍ଗରେ 90.00 ପ୍ରତିଶତ ରହିଥିବା ବେଳେ SC/ STରେ 65.60/ 82.50 ପ୍ରତିଶତ ରହିଥିଲା । ଏପଟେ ବାଣିଜ୍ୟରେ ସାଧାରଣ ବର୍ଗରେ 80.00 ପ୍ରତିଶତ ରହିଥିବା ବେଳେ SC/ STରେ 69.50/ 62.17 ପ୍ରତିଶତ ରହିଥିଲା ।

ବାଲେଶ୍ବରର ଫକୀର ମୋହୋନ କଲେଜରେ କଳାରେ ସାଧାରଣ ବର୍ଗରେ 73.00 ପ୍ରତିଶତ, SC/ STରେ 56.17/ 64.83 ପ୍ରତିଶତ କଟଅଫ ରହିଥିଲା । ବିଜ୍ଞାନରେ ସାଧାରଣ ବର୍ଗରେ 85.50 ପ୍ରତିଶତ ରହିଥିବା ବେଳେ SC/ STରେ 62.00/ 72.17 ପ୍ରତିଶତ ରହିଥିଲା । ବାଣିଜ୍ୟରେ ସାଧାରଣ ବର୍ଗରେ 33.00 ପ୍ରତିଶତ ରହିଥିବା ବେଳେ SC/ STରେ 43.33/ 33.00 ପ୍ରତିଶତ ରହିଥିଲା ।

ପୁରୀ SCS କଲେଜରେ କଳାରେ ସାଧାରଣ ବର୍ଗରେ 70.60 ପ୍ରତିଶତ, SC/ STରେ 33.00/ 62.17 ପ୍ରତିଶତ ରହିଥିଲା । ବିଜ୍ଞାନରେ ସାଧାରଣ ବର୍ଗରେ 75.67 ପ୍ରତିଶତ କଟଅଫ୍‌ ରହିଥିବା ବେଳେ SC/ STରେ 37.33/ 53.33 ପ୍ରତିଶତ ରହିଥିଲା । ବାଣିଜ୍ୟରେ ସାଧାରଣ ବର୍ଗରେ 54.33 ପ୍ରତିଶତ ରହିଥିବା ବେଳେ SC/ STରେ 46.20/ 33.00 ପ୍ରତିଶତ ରହିଥିଲା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.