ETV Bharat / city

ଆଜିଠୁ ମାଟ୍ରିକ ପରୀକ୍ଷା, ସେଣ୍ଟର ଉପରେ ସିସିଟିଭି ନଜର - ପ୍ରଥମ ଦିନ ମାତୃଭାଷା

ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ। ପ୍ରଥମ ଦିନର ବିଷୟ ମାତୃଭାଷା ରହିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ 2888ଟି ପରୀକ୍ଷା କେନ୍ଦ୍ରରେ ମୋଟ 5 ଲକ୍ଷ 60 ହଜାରରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଅଧିକ ଖବର ପଢନ୍ତୁ...

matric exam
ଆଜି ଠୁ ଆରମ୍ଭ ମାଟ୍ରିକ ପରୀକ୍ଷା
author img

By

Published : Feb 19, 2020, 7:39 AM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା। ଏନେଇ ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଦୃଢ ମନୋବଳ ସହ ପ୍ରଥମ ଦିନର ପରୀକ୍ଷାରେ ଭଲ କରିବା ପାଇଁ ସମସ୍ତେ ପ୍ରସ୍ତୁତ । ସକାଳ 10ଟାରୁ ଆରମ୍ଭ ହୋଇ ଦିନ 12ଟା 30ରେ ପରୀକ୍ଷା ଶେଷ ହେବ।। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ 2888ଟି ପରୀକ୍ଷା କେନ୍ଦ୍ରରେ ମୋଟ 5 ଲକ୍ଷ 60 ହଜାରରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ତେବେ ପରୀକ୍ଷା 19ରୁ ଆରମ୍ଭ ହୋଇ ମାର୍ଚ୍ଚ 2 ତାରିଖରେ ଶେଷ ହେବ ।

ପରୀକ୍ଷାର ପ୍ରଥମ ଦିନରେ ଓଡିଆ,22 ତାରିଖରେ ଇଂରାଜୀ ଏବଂ 24 ତାରିଖରେ ସଂସ୍କୃତ ଓ ହିନ୍ଦୀ ପରୀକ୍ଷା ହେବ। ସେହିପରି ଫେବୃୟାରୀ 26 ତାରିଖରେ ଗଣିତ,28 ତାରିଖରେ ସାଧାରଣ ବିଜ୍ଞାନ ଓ ମାର୍ଚ୍ଚ 1 ତାରିଖରେ ପ୍ରାକ୍ଟିକାଲ ଓ ଶେଷରେ 2 ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

ପରୀକ୍ଷା କେନ୍ଦ୍ରକୁ ସୁରକ୍ଷାକର୍ମୀ ମାନେ ଜଗିଥିବା ବେଳେ ନୋଡାଲ ସେଣ୍ଟର ଗୁଡିକ ଉପରେ କଡା ନଜର ରଖିଛି ସିସିଟିଭି। ଚଳିତ ବର୍ଷ ପରୀକ୍ଷା ପ୍ରଶ୍ନପତ୍ରକୁ 3ଟି ସିଲରେ ପ୍ୟାକିଂ କରାଯାଇଛି। ତୃତୀୟ ସିଲଟି ପରୀକ୍ଷା ହଲରେ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ଖୋଲା ଯିବ। ତେବେ ପ୍ରଶ୍ନପତ୍ର ଭାଇରାଲକୁ କିପରି ରୋକାଯାଇପାରିବ ସେନେଇ ବୋର୍ଡ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.