ETV Bharat / city

Matric Exam: ଏପ୍ରିଲ ୨୯ ରୁ ମାଟ୍ରିକ ପରୀକ୍ଷା - ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ

ମାଟ୍ରିକ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ । ଅଧିକ ପଢନ୍ତୁ

Matric Exam: ଏପ୍ରିଲ ୨୯ରୁ ମେ ୬ ଯାଏଁ ଦଶମ ବୋର୍ଡ ପରୀକ୍ଷା

author img

By

Published : Mar 11, 2022, 12:34 PM IST

Updated : Mar 11, 2022, 2:59 PM IST

ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ । ୨୦୨୧-୨୨ ଶିକ୍ଷାବର୍ଷରେ ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ । ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁ଼ଲ ଶିକ୍ଷକ ନିଯୁକ୍ତ ହେବେ । ନିଜ ସ୍କୁଲରେ ନ ହୋଇପାରିଲେ ନିକଟବର୍ତ୍ତୀ ସ୍କୁଲରେ ପରୀକ୍ଷା ହେବ । ୩ଟି ପଦ୍ଧତିରେ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଫଳ ନିର୍ଦ୍ଧାରଣ କରିବେ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Matric Exam: ଏପ୍ରିଲ ୨୯ ରୁ ମାଟ୍ରିକ ପରୀକ୍ଷା

ଚଳିତବର୍ଷ ପରୀକ୍ଷା ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏପ୍ରିଲ 29ରୁ ମେ 6 ତାରିଖ ମଧ୍ୟରେ ସମସ୍ତ ପରୀକ୍ଷା ଶେଷ ହେବ । ମ୍ୟାଟ୍ରିକର ସମେଟିଭ ଆସେସମେଣ୍ଟ 2 ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ଛାତ୍ରଛାତ୍ରୀ ସମେଟିଭ ପରୀକ୍ଷା ଦେବେ ।

ନିଜ ସ୍କୁଲରେ ଅନୁଷ୍ଠିତ ହେବ ପରୀକ୍ଷା । ଏହାର ପରିଚାଳନା କରିବା ଲାଗି ଅନ୍ୟ ସ୍କୁଲର ଶିକ୍ଷକ ନିୟୋଜିତ ହେବେ । ଯଦି ନିଜ ସ୍କୁଲରେ ପରୀକ୍ଷାରେ ସମସ୍ୟା ହୁଏ, ତେବେ ଛାତ୍ରଛାତ୍ରୀଙ୍କୁ ନିକଟତମ ସ୍କୁଲରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ । କୋରନା ସ୍ଥିତିକୁ ଦୃଷ୍ଟିରେ ନେଇ ଓ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ତିନି ପ୍ରକାର ପ୍ରଣାଳୀରେ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ ହେବ । ତିନୋଟି ପ୍ରଣାଳୀରୁ ଯେଉଁଥିରେ ଛାତ୍ରଛାତ୍ରୀ ସର୍ବାଧିକ ମାର୍କ ରଖିବେ, ତାହାକୁ ଫାଇନାଲ ମାର୍କ ବୋଲି ଧରାଯିବ । ପ୍ରଥମ ଦୁଇଟି ପଦ୍ଧତି ହେଉଛି ବିକଳ୍ପ ମୂଲ୍ୟାୟନ ପଦ୍ଧତି । ତୃତୀୟଟି ହେଉଛି ପରିଷଦ ଦ୍ବାରା ନୂତନ ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ କରାଯାଇଛି ।

  1. ପ୍ରଥମ ପଦ୍ଧତି- ଗତବର୍ଷ ହୋଇଥିବା ସମେଟିଭ ଆସେସମେଣ୍ଟ 1 ପରୀକ୍ଷା ବା ଇଣ୍ଟରନାଲ ଆସେସମେଣ୍ଟର ୱେଟକୁ ଦୁଇ ଗୁଣ କରାଯାଇ ପରୀକ୍ଷା ଫଳ ନିର୍ଦ୍ଧାରଣ କରାଯିବ ।
  2. ଦ୍ବିତୀୟ ପଦ୍ଧତି- ଏପ୍ରିଲରେ ହେବାକୁ ଥିବା ସମେଟିଭ ଆସେସମେଣ୍ଟ 2 ଫଳାଫଳକୁ ଦୁଇ ଗୁଣ କରାଯିବ ।
  3. ତୃତୀୟ ପଦ୍ଧତି - ଇଣ୍ଟରନାଲ ଆସେସମେଣ୍ଟକୁ 20 ପ୍ରତିଶତ, ସମେଟିଭ ଆସେସମେଣ୍ଟ 1ର 30 ପ୍ରତିଶତ ଓ ସମେଟିଭ ଆସେସମେଣ୍ଟ 2କୁ 50 ପ୍ରତିଶତ ୱେଟେଜ ଦିଆଯାଇ ଫଳାଫଳ ନିର୍ଦ୍ଧାରଣ କରାଯିବ ।

ଏହି ଉପରୋକ୍ତ 3 ପଦ୍ଧତି ଦ୍ବାରା ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ରାଜ୍ୟ ସରକାର ଓ ଉଚ୍ଚ ମାଧ୍ୟମିକ ପରିଷଦ ଆଶାବାଦୀ ଅଛନ୍ତି । ପରୀକ୍ଷା ଓ ଫଳାଫଳକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଙ୍କ ମନରେ ଦ୍ଵନ୍ଦ ଦୂର ହେବ ବୋଲି ମୁଖ୍ୟ ଶାସନ ସଚିବ ଆଶା ରଖିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 11, 2022, 2:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.