ETV Bharat / city

ବିନା ଗାଡି କିଣାରେ ବ୍ୟାଙ୍କ ଲୋନ, ଗିରଫ ହେଲା ମାଷ୍ଟରମାଇଣ୍ଡ - ପିପିଲି ଗ୍ରାମବ୍ୟାଙ୍କ

ବିନା ଗାଡି କିଣାରେ ବ୍ୟାଙ୍କ ଲୋନ ପାସ ମାମଲାରେ ଗିରଫ ହେଲା ମାଷ୍ଟରମାଇଣ୍ଡ । ପିପିଲି ଗ୍ରାମବ୍ୟାଙ୍କରେ ହୋଇଥିବା ଏହି ଆର୍ଥିକ ଅପରାଧ ମାମଲାରେ ବିଜୟ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି । ପୂର୍ବରୁ ଏହି ମାମଲାର ଅନ୍ୟ ଅଭିଯୁକ୍ତ ଗିରଫ ହୋଇଥିଲେ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 6, 2019, 10:32 PM IST

ଭୁବନେଶ୍ବର: ଗାଡି ନ କିଣି ବ୍ୟାଙ୍କ ଲୋନ ଆବେଦନ । ଏପରିକି ୨କୋଟି ୨ଲକ୍ଷ ୭୦ ହଜାର ଟଙ୍କା ଲୋନ ମଧ୍ୟ ମିଳିଗଲା । ହେଲେ ଶେଷରେ ଧରାପଡିଛି ଋଣଗ୍ରହୀତାର ଠକାମୀ । ଏଭଳି ଏକ ଆର୍ଥିକ ଅପରାଧର ଶିକାର ପିପିଲି ଗ୍ରାମବ୍ୟାଙ୍କ ହୋଇଛି । ଘଟଣା ସମ୍ପର୍କରେ ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ବିଜୟ ପ୍ରଧାନ ଗିରଫ ହୋଇଛନ୍ତି । ସେ ପୁରୀ ଜିଲ୍ଲା କୋଣାର୍କ ଥାନା ବାହାଗୋରଡି ଗାଁର ବୋଲି ଜଣାପଡିଛି ।

ବିଜୟ ନିଜ ଭାଇ ବିକ୍ରମ ପ୍ରଧାନ, ତାଙ୍କ ପତ୍ନୀ ରାଜଲକ୍ଷ୍ମୀ ପ୍ରଧାନ ଓ ଶଳା ମଦନ ମୋହନ ପ୍ରଧାନ ସହ ମିଶି ନକଲୀ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିଲେ । ଏହାପରେ ବ୍ରାଞ୍ଚ ମ୍ୟାନେଜର ପ୍ରଶାନ୍ତ ଜେନାଙ୍କୁ ହାତ କରି ଗ୍ରାମ୍ୟବ୍ୟାଙ୍କରୁ ଗାଡି ଲୋନ ପାସ କରାଇଥିଲେ ।

ତେବେ ପରେ ଏ ନେଇ ଖୋଳତାଡ ପରେ ଜଣାପଡିଥିଲା ଯେ, 2ଟି ହାଇୱା ଗାଡି କିଣିବା ପାଇଁ ଲୋନ କରିଥିବା ଟଙ୍କାକୁ ଅଲଗା ଦିଗରେ ହେରଫେର କରାଯାଇଛି । ଏ ନେଇ ସମ୍ପୃକ୍ତ ଅଭିଯୁକ୍ତଙ୍କ ନାଁରେ କ୍ରାଇମବ୍ରାଞ୍ଚର ଦ୍ବାରସ୍ଥ ହୋଇଥିଲେ ପିପିଲି ଓଡିଶା ବ୍ୟାଙ୍କ ବ୍ରାଞ୍ଚ ମାନେଜର ଦେବଦତ୍ତ ନନ୍ଦ। ତେବେ ତଦନ୍ତ ପରେ ଜଣା ପଡିଥିଲା ମାଷ୍ଟରମାଇଣ୍ଡ ବିଜୟ ପ୍ରଧାନ ଙ୍କ ନେତୃତ୍ବରେ ମିଳିମିଶି ଟଙ୍କା ହଡପ କରିଥିଲେ।

ପୁର୍ବରୁ ଏହି ମାମଲାରେ ବ୍ରାଞ୍ଚ ମାନେଜର ପ୍ରଶାନ୍ତ ଜେନା, ବିକ୍ରମକେଶରୀ ପ୍ରଧାନ, ପତ୍ନୀ ରାଜଲକ୍ଷ୍ମୀ ପ୍ରଧାନ ଓ ତାଙ୍କ ଭାଇ ମଦନମୋହନ ପ୍ରଧାନଙ୍କୁ ଗତ ବର୍ଷ ନଭେମ୍ବର ୧୦ରେ ଗିରଫକରି କୋର୍ଟ ଚାଲାଣ କରାଯାଇଥିଲା । ପରେ ମୁଖ୍ୟ ଅଭିଯୁକ୍ତ ବିଜୟ ପ୍ରଧାନକୁ ଗିରଫ କରି ଆପିସିର ଧାରା ୪୨୦/୪୦୬/୪୬୭/୪୭୧/୧୨୦(B)ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବିନା ଗାଡି କିଣାରେ ବ୍ଯାଙ୍କର ଲୋନ ପାର,
ଗିରଫ ହେଲା ମୁଖ୍ଯ ଠକ ବିଜୟ ପ୍ରଧାନBody:

ବିନା ଗାଡି କିଣି ବ୍ଯାଙ୍କରୁ ଗାଡି ଲୋନ ନେଇ ଠକେଇ।ପିପିଲି ଗ୍ରାମ୍ଯବ୍ଯାଙ୍କରରୁ ୨କୋଟି ୨ଲକ୍ଷ ୭୦ ହଜାର ଟଙ୍କାର ଠକେଇ ଅଭିଯୋଗରେ ମୁଖ୍ଯ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଂଚ ଅର୍ଥ ନୈତିକ ଅପରାଧା ଶାଖା।ମୁଖ୍ଯ ଅଭିଯୁକ୍ତ ଜଣକ ହେଲେ ପୁରି ଜିଲ୍ଲା କୋଣାର୍କ ଥାନା ବାହାଗୋରଡି ଗାଁର ବିଜୟ ପ୍ରଧାନ। ବିଜୟ ନିଜର ଭାଇ ବିକ୍ରମ ପ୍ରଧାନ ଓ ତାଙ୍କ ପତ୍ନୀ ରାଜଲକ୍ଷ୍ମି ପ୍ରଧାନ ସହ ଶଳା ମଦନ ମୋହନ ପ୍ରଧାନ ମିଶି ଜାଲି ଡକୁମେଣ୍ଟର କାଗଜପତ୍ର ପ୍ରସ୍ତୁତ କରି ବ୍ରାଂଚ ମାନେଜର ପ୍ରଶାନ୍ତ ଜେନାଙ୍କୁ ହାତକରି ଗ୍ରାମ୍ଯ ବ୍ଯାଙ୍କରୁ ଗାଡି ଲୋନ ପାର କରିଥିଲେ। ତେବେ ଜଣା ପଡିଥିଲା ଦୁଇଟି ହାଇୱା ଗାଡି କିଣିବା ପାଇଁ ଲୋନ କରିଥିବା ଟଙ୍କାରେ ଗାଡି ନକିଣି ଟଙ୍କା ହେରଫେର କରିଥିଲେ ।ଯାହାକୁ ନେଇ ସମ୍ପୃକ୍ତ ଅଭିଯୁକ୍ତଙ୍କ ନାରେ କ୍ରାଇମବ୍ରାଂଚର ଦ୍ବାରସ୍ଥ ହୋଇଥିଲେ ପିପିଲି ଓଡିଶା ବ୍ଯାଙ୍କ ବ୍ରାଂଚ ମାନେଜର ଦେବଦତ୍ତ ନନ୍ଦ। ତେବେ ତଦନ୍ତ ପରେ ଜଣା ପଡିଥିଲା ମାଷ୍ଟରମାଇଣ୍ଡ ବିଜୟ ପ୍ରଧାନ ଙ୍କ ନେତୃତ୍ବରେ ମିଳିମିଶି ଟଙ୍କା ହଡପ କରିଥିଲେ। ତେବେ ପୁର୍ବରୁ ଏହି କେସରେ ବ୍ରାଂଚ ମାନେଜର ପ୍ରଶାନ୍ତ ଜେନା,ବିକ୍ରମକେଶରି ପ୍ରଧାନ,ପତ୍ନୀ ରାଜଲକ୍ଷ୍ମି ପ୍ରଧାନ ଓ ତାଙ୍କ ଭାଇ ମଦନମୋହନ ପ୍ରଧାନ କୁ ଗତ ୧୦ ନଭେମ୍ବରରେ ୨୦୧୮ରେ ଗିରଫକରି କୋର୍ଟ ଚାଲାଣ କରିଥିଲେ। ପରେ ମୁଖ୍ଯ ଅଭିଯୁକ୍ତ ବିଜୟ ପ୍ରଧାନ ଗିରଫ ପରେ ଆପିସିର ଧାରା ୪୨୦/୪୦୬/୪୬୭/୪୭୧/୧୨୦(B)ଗିରଫ କରି କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧା ଶାଖା ଇଓଡବ୍ଲ୍ଯୁConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.