ETV Bharat / city

ଲୋନ ଆପ ଜରିଆରେ ଠକେଇ, ଦିଲ୍ଲୀରୁ ମାଷ୍ଟରମାଇଣ୍ଡ ଗିରଫ - ଲୋନ୍ ଦେଇ ଠକେଇ ଅଭିଯୋଗରେ ମାଷ୍ଟରମାଇଣ୍ଡ ଗିରଫ

କୋକୋ, ଜୋଜୋ ଓ ଡିଜିଟାଲ ଆପ୍ ଜରିଆରେ ନିରିହ ଲୋକଙ୍କୁ ଠକେଇ । ଇନଷ୍ଟାଣ୍ଟ ଲୋନ୍ ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ଦିଲ୍ଲୀରୁ ମାଷ୍ଟରମାଇଣ୍ଡ ଗିରଫ । ଅଧିକ ପଢନ୍ତୁ

ଲୋନ ଆପ ଜରିଆରେ ଠକେଇ, ଦିଲ୍ଲୀରୁ ମାଷ୍ଟରମାଇଣ୍ଡ ଗିରଫ

author img

By

Published : May 26, 2022, 8:34 PM IST

ଭୁବନେଶ୍ବର: କୋକୋ, ଜୋଜୋ ଓ ଡିଜିଟାଲ ଆପ୍ ଜରିଆରେ ନିରୀହ ଲୋକଙ୍କୁ ଠକେଇ । ଇନଷ୍ଟାଣ୍ଟ ଲୋନ ଦେବା ଆଳରେ ଠକେଇ ଘଟଣାରେ ମାଷ୍ଟରମାଇଣ୍ଡକୁ ଗିରଫ କଲା EOW କ୍ରାଇମବ୍ରାଞ୍ଚ । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅଭିଯୁକ୍ତ ରାମ ଶ୍ରୀରାମ ପାଥାଡେକୁ ଗିରଫ କରିବା ସହ ପଟିଆଲା କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଛି ଓଡିଶା କ୍ରାଇମବ୍ରାଞ୍ଚର EOW ଟିମ ।

ସୂଚନା ମୁତାବକ, ମୁମ୍ବାଇର ସୋନମ ହାଉସରେ ରହୁଥିବା ଏହି ଅଭିଯୁକ୍ତ ଜଣକ ଅନେକ ବେନାମି ଲୋନ ଆପ ଯଥା କୋକୋ, ଜୋଜୋ ଓ ଡିଜିଟାଲ ବଟୁଆ ଭଳି ଅନେକ ଗୁଡିଏ ଆପକୁ ମହାଗ୍ରାମ ପେମେଣ୍ଟ ନାମକ ସସ୍ଥା ଟଙ୍କା ଯୋଗାଉଥିଲା । ସେହି ଟଙ୍କାକୁ ଲୋନ ଆପ୍ ଜରିଆରେ ଲୋକଙ୍କୁ ଇନଷ୍ଟାଣ୍ଟ ଲୋନ ଦେଇ ପରେ ଲୋକଙ୍କଠୁ ଟଙ୍କା ଫେରସ୍ତ ନାଁରେ ମାନସିକ ଚାପ ଦେଇ ୭ଗୁଣା ଟଙ୍କା ଆଦାୟ କରୁଥିଲେ । ଏହିପରି ଆଦାୟ କରି ଠକେଇ ଟଙ୍କାକୁ ପାଖାପାଖି ୧୦୫୮ଟି ଆକାଉଣ୍ଟ ଜରିଆରେ ଏପଟ ସେପଟ ଟ୍ରାନଜାକ୍ସନ କରି ପୁଣି ମହାଗ୍ରାମ ପେମେଣ୍ଟ ସଂସ୍ଥାକୁ ବିନିଯୋଗ ଟଙ୍କାର ଦୁଇ ତିନି ଗୁଣା କରି ଫେରାଉଥିଲେ ।

ଫଳରେ ଅଳ୍ପ ଦିନରେ କୋଟି କୋଟି ଟଙ୍କାର ମାଲିକ ହେଉଥିଲା ମହାଗ୍ରାମ ପେମେଣ୍ଟ ସଂସ୍ଥା । ଯାହାର ଏମଡି ଥିଲେ ଦିଲ୍ଲୀରୁ ଗିରଫ ରାମ ଶ୍ରୀରାମ ପାଥାଡେ । ପୁର୍ବରୁ ଏହି ଘଟଣାରେ ଜାଭେଦ ସୁଇଫ ଓ ତରୁନ କୁମାର ଦୁଡେଜାଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ । ଏନେଇ ଅଧିକ ତଥନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧା ଶାଖା । ତେବେ ଅନଲାଇନରେ ଏକ ପ୍ରକାର ଚିଟଫଣ୍ଡ ସଂସ୍ଥା ଚଳାଇଥିଲେ ଏସବୁ ବେଆଇନ ଲୋନ ଆପ ଜରିଆରେ । ଏହି ଚିଟଫଣ୍ଡ ଠକେଇ ମାମଲାରେ ଏଯାବତ ୬.୫୭କୋଟି ଟଙ୍କା ଜବତ କରାଯାଇଛି । ଏଥିସହ ପାଖାପଖି ୧୦୫୮ଟି ଆକାଉଣ୍ଟକୁ ଅଚଳ କରାଯାଇଛି । ଏହାସହ ଏନେଇ ଟ୍ରାନଜାକ୍ସନ ପାଇଁ ବ୍ୟବହାର ହେଉଥିବା ୪୧ଟି ପୋଷ୍ଟପେଡ ଜିଓ ସିମ ମଧ୍ୟ ଜବତ କରାଯାଇଛି । ଏନେଇ ଅଧିକ ତଦନ୍ତ ଜାରିରଖିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ ।

ଜାଣନ୍ତୁ କେମିତି ହେଉଥିଲା ଠକେଇ...

କୋକୋ ଓ ଜୋଜୋ ଆପରେ ଠକେଇ ପାଇଁ ଋଣ । ସହଜ ଉପାୟରେ ଆପ ଡାଉନଲୋଡ କରି ମିଳୁଥିଲା ଟଙ୍କା । ଲୋକେ ମଧ୍ୟ ଲୋଭରେ ପଡି ଡାନଲୋଡ କରୁଥିଲେ ଆପ । ସହଜରେ ଋଣ ନେଉଥିଲେ ଆପ ଜରିଆରେ । ହେଲେ ଋଣ ଦେବା ପରେ ଅସଲ ରୂପ ଦେଖାଉଥିଲା ଆପ୍ । ଋଣ ପଇଠ ପାଇଁ ମନ ଇଛା ସୁଧରେ ଗ୍ରାହାକଙ୍କ ଉପରେ କରୁଥିଲା ଜୁଲମ । ଆଉ ଯେତିକି ଋଣ ତା'ଠାରୁ ଦୁଇ-ତିନି ଗୁଣା ଅସୁଲ କରୁଥିଲା ସଂସ୍ଥା । ତାହା ପୁଣି ଦେଉଥିଲେ ଗୋଟିଏ ଆପରେ ଋଣ ଆଉ ଏକ ଅନ୍ୟ ଆପ ଜରିଆରେ ନେଉଥିଲେ ସୁଧ ଟଙ୍କା । ଅର୍ଥାତ ଗ୍ରାହାକକଙ୍କୁ ଠକିବା ପାଇଁ ପୁରା ଚକ୍ରାନ୍ତ ରଚିଥିଲେ କୋକୋ ଓ ଜୋଜୋ ଡିଜିଟାଲ ଆପ ଭଳି ଅନେକ ଆପ୍ ।

ଏନେଇ ଅନେକ ଗ୍ରାହାକଙ୍କୁ ଋଣ ପଇଠ ଆଳରେ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ସହ ଘରୁ ଉଠାଇନେବାର ଧମକ ସହ ସମ୍ପର୍କୀୟଙ୍କୁ ଫୋନ କରି ବଦନାମ କରୁଥିଲା ସଂସ୍ଥା । ଏପରିକି ଆପ ଡାନଲୋଡ ବେଳେ ନେଇଥିବା ଫଟୋକୁ ଅଶ୍ଳୀଳ କରି କିଛି କଣ୍ଟାକ୍ଟକୁ ଭାଇରାଲ କରିଦେବାର ଧମକ ମଧ୍ୟ ଦେଉଥିଲେ । ଫଳରେ ଲୋକଲଜ୍ୟା ଓ ଆଇନର ଭୟରେ ଲୋକଟି ଲୋନ ପରିମାଣର ଦୁଇ ତିନିଗୁଣା ଟଙ୍କା ଫେରାଇବାକୁ ବାଧ୍ୟ ହେଉଥିଲା । ଏନେଇ କଲ ସେଣ୍ଟର କରି ଗାଳି କରିବା ପାଇଁ କିଛି ପିଲାଙ୍କୁ ନିଯୁକ୍ତ କରିଥିଲା ସଂସ୍ଥା । ଏହିପରି ଢଙ୍ଗରେ ଠକେଇ ହେଉଥିବାର ଖବର ପାଇଥିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏନେଇ ସେସବୁ ଆପର ଭେରିଫିକେସନ ବେଳେ ଜଣାପଡିଥିଲା ରିଜର୍ଭ ବ୍ୟାଙ୍କର ଅନୁମତି ପାଇନଥିବା ବେଇ୍ଆଇନ ଆପ୍ । ଏନେଇ ଇଓଡବ୍ଲୁ ନିକଟରେ ଅଭିଯୋଗ ପରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧା ଶାଖା । ଏହି ଆପ ଚଲାଉଥିବା ମହାଗ୍ରାମ ପେମେଣ୍ଟ ପ୍ରାଇଭେଟ ଲିମିଟେଡ ସସ୍ଥା ଉପରେ ଚଢାଉ କରି କମ୍ପାନି ବ୍ୟବହାର‌ କରୁଥିବା ଆକାଉଣ୍ଟକୁ ଅଚଳ କରିବା ପରେ ୬ କୋଟି ୫୭ ଲକ୍ଷ ୩୪ ହଜାର ୮୩୯ ଟଙ୍କା ଜବତ କରାଯାଇଛି । ଏନେଇ ବେଆଇନ ଲୋନ ଆପ ଚଲାଇବା ଅଭିଯୋଗରେ NBFC ଆଧାରରେ ଆରବିଆଇ ଆକ୍ଟରେ କେସ କରିଛି ଇଓଡବ୍ଲୁ ।

ତେବେ ଏଭଳି ଆପ ଜରିଆରେ ଲୋନ ନ ନେବାକୁ ପରାମର୍ଶ ଜାରି କରାଯାଇଛି । ଏପରି ଲୋନ ନ ନେବାକୁ ଲୋକଙ୍କୁ ଅନୁରୋଧ କରିବା ସହ ଆପଣଙ୍କ ଡକ୍ୟୁମେଣ୍ଟରେ ଆକାଉଣ୍ଟ ଖୋଲି ଅନ୍ୟ କାହାକୁ ଅପରେଟ କରିବାକୁ ନଦେବା ଏବଂ ଅନ୍ୟକାହାକୁ ସିମ କାର୍ଡ ବ୍ୟବହାର ପାଇଁ ମଧ୍ୟ ନ ଦେବାକୁ ପରାମର୍ଶ ଦେଇଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.