ETV Bharat / city

ଜୁନାଗଡ ଗଣଦୁଷ୍କର୍ମ ପୀଡିତାଙ୍କ ସାନି ବୟାନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ - ଜୁନାଗଡ ଗଣଦୁଷ୍କର୍ମ ମାମଲା

ଜୁନାଗଡ ଗଣଦୁଷ୍କର୍ମ ମାମଲାର ପୀଡିତାଙ୍କ ସାନି ବୟାନ ଅଧାରରେ ରାଜସାକ୍ଷୀକୁ ଗିରଫ କଲା ପୋଲିସ । ପଢନ୍ତୁ ଅଧିକ ରିପୋର୍ଟ..

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Sep 28, 2019, 6:12 PM IST

Updated : Sep 28, 2019, 11:33 PM IST

କଳାହାଣ୍ଡି: ଶେଷରେ ପୋଲିସ ବାନ୍ଧିଲା ରାଜସାକ୍ଷୀକୁ । ଯାହାକୁ ପୋଲିସ ରାଜସାକ୍ଷୀ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ହେଉଥିଲା ସେହି ରାଜସାକ୍ଷୀ ହିଁ ମୁଖ୍ୟ ଖଳନାୟକ ଓ ଦୁଷ୍କର୍ମକାରୀ ବୋଲି ଜୁନାଗଡ ଗଣଦୁଷ୍କର୍ମ ପୀଡିତା ଅଭିଯୋଗ କରିବା ପରେ ଶନିବାର ଲଳିତେନ୍ଦ୍ର ଶବରକୁ ପୋଲିସ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଶୁକ୍ରବାର ଜୁନାଗଡ ଗଣଦୁଷ୍କର୍ମ ମାମଲାର ପୀଡିତା କିଛି ଗଣମାଧ୍ୟମକୁ କହିଥିଲେ ଯେ ବସ ଚାଳକ ଲଳିତେନ୍ଦ୍ର ଶବରହିଁ ତାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିଲା । ପରେ ଅନ୍ୟମାନେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ । ଏପରିକି ଥାନାରେ ଏତଲା ନଦେବା ପାଇଁ ପୀଡିତାଙ୍କୁ ଚାପ ପକାଇଥିଲେ ବୋଲି କହିଥିଲେ । ଯାହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏହି ଭିଡିଓ ଆଧାରରେ ଧାରା ୧୬୧ରେ ପୋଲିସ ପୀଡିତାଙ୍କର ସାନି ବୟାନ ରେର୍କଡ କରିଥିଲା ।

ଆଜି ପୀଡିତାଙ୍କ ବୟାନ ଆଧାରରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଲଳିତେନ୍ଦ୍ର ଶବରକୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରି କୋର୍ଟ ଚାଲାଣ ହୋଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ପୋଲିସ ପିଡିତା ଙ୍କ ସାନି ବୟାନ ରେକର୍ଡ କରିଛି। ଧାରା ୧୬୧ ଆଧାର ରେ ମାମଲାର ତଦନ୍ତକାରୀ ଅଧିକାରୀ Body:ଓ ମହିଳା ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ପିଡିତାଙ୍କ ବୟାନ ରେକର୍ଡ଼ କରାଯାଇଛି।ସେପଟେ ଗିରଫ ଲଳିତେନ୍ଦ୍ର ଙ୍କୁ ଆଜି ଡାକ୍ତରୀ ମାଇନା ପରେ Conclusion:ମାଜିଷ୍ଟ୍ରେଟ ଙ୍କ ନିକଟରେ ହାଜର କରାଯାଇଛି।ଗତକାଲି ଲଳିତେନ୍ଦ୍ର ହିଁ ମୁଖ୍ୟ ଖଳନାୟକ ବୋଲି ପୀଡିତା ଙ୍କ ବୟାନ ଭାଇରାଲ ହୋଇଥିଲା।
Last Updated : Sep 28, 2019, 11:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.