ETV Bharat / city

ଗାନ୍ଧୀଙ୍କ ମୃତ୍ୟୁ ପ୍ରସଙ୍ଗ; ଆଜି ଗୃହରେ ବିବୃତି ରଖିବେ ଗଣଶିକ୍ଷା ମନ୍ତ୍ରୀ - ମାହାତ୍ମା ଗାନ୍ଧୀ

ଗାନ୍ଧୀଙ୍କ ଅହିସାଂ ନୀତିକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ଦାବି କରି ସାରା ଦେଶରେ ଚର୍ଚ୍ଚାରେ ଥିଲେ ମୁଖ୍ୟମନ୍ତ୍ରୀ । ଏବେ ସେହି ଗାନ୍ଧୀଙ୍କ ମୃତ୍ୟୁ ପ୍ରସଙ୍ଗରେ ଭୁଲ ତଥ୍ୟ ଦେଇ ଅଡୁଆରେ ନବୀନ ଓ ତାଙ୍କ ସରକାର।

ଗାନ୍ଧୀଙ୍କ ମୃତ୍ୟୁ ପ୍ରସଙ୍ଗ
author img

By

Published : Nov 16, 2019, 8:39 AM IST

ଭୁବନେଶ୍ବର: ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଏବେ ରାଜ୍ୟ ରାଜନୀତିରେ ଝଡ। ଗତକାଲି ପ୍ରଶ୍ନକାଳ ଓ ଶୂନ୍ୟକାଳରେ ସରକାରଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ରାଜ୍ୟ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରସ୍ତୁତ ଏକ ବ୍ରୋଚରରେ ବାପୁଙ୍କ ମୃତ୍ୟୁକୁ ଆକସ୍ମିକ ଦୁର୍ଘଟଣା ଜନିତ ବୋଲି ଦର୍ଶାଯାଇଛି । ଏହି ସମ୍ବେଦନଶୀଳ ସାଂଘାତିକ ଘଟଣାକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଲାଣି । ଯାହାର ଜବରଦସ୍ତ ତାତି ଶୁକ୍ରବାର ଗୃହରେ ଦେଖିବାକୁ ମିଳିଥିଲେ।

କଂଗ୍ରେସ ବିଜେଡି ସଭ୍ୟଙ୍କ ଉଦବେଗକୁ ଦେଖି ବାଚସ୍ପତି ରୁଲିଂ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ। ଯାହାର ଉତ୍ତର ଆଜି ଗୃହରେ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ରଖିବେ। ତେବେ ଦେଖିବାର କଥା ହେଲା ଏହି ଘଟଣା ମନ୍ତ୍ରୀଙ୍କ ଉତ୍ତର ପରେ କେଉଁ ରୂପ ନେଉଛି।

Intro:Body:

 BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.