ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ । ପୂର୍ବରୁ ମଧ୍ୟ ମନ୍ତ୍ରୀ ସମୀର ରଞ୍ଜନ ଏହି ବିଭାଗରେ ମନ୍ତ୍ରୀ ଭାବରେ ଅନେକ ସଫଳ କାର୍ଯ୍ୟ କରିଛନ୍ତି । ତେବେ ନୂଆ ମନ୍ତ୍ରୀମଣ୍ଡଳରେ ପୂନରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମିଳିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ଲୋକସେବା ଭବନାରେ ଥିବା ବିଭାଗରେ ସ୍ଵାଗତ ଓ ଶୁଭେଚ୍ଛା କରାଯାଇଛି ।
ଏହି ଅବସରରେ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ରହି ଶୁଭେଚ୍ଛା ଯଣାଇଛନ୍ତି । ମନ୍ତ୍ରୀ ସମୀରା ରଞ୍ଜନ ଦାଶ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ରହିଥିବାରୁ ବିଭାଗୀୟ ଅଧିକାରୀ ମାନଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ତେବେ ମନ୍ତ୍ରୀ ପଦ ପାଇବା ପରେ ଆଜି ଥିଲା ପ୍ରଥମ ଦିନ
ଇଟିଭି ଭାରତ, ଭୁବନେଶ୍ବର