ଭୁବନେଶ୍ବର: ଆସନ୍ତା ଏପ୍ରିଲ ୩୦ ପରେ ନବମ ଶ୍ରେଣୀ ପରୀକ୍ଷା ନେଇ ହେବ ନିଷ୍ପତ୍ତି ।ଏପ୍ରିଲ 30 ତାରିଖ ପରେ ନବମ ଶ୍ରେଣୀ ପରୀକ୍ଷା ନେଇ ନିଷ୍ପତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗକୁ ହେବ ନିଷ୍ପତ୍ତି ।ନବମ ଶ୍ରେଣୀ ପରୀକ୍ଷା କରାଇବାକୁ ସରକାର ପ୍ରସ୍ତୁତ ଅଛନ୍ତି ।
ସରକାର ଚାହାଁନ୍ତି ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ବାର୍ଷିକ ପରୀକ୍ଷା ଦିଅନ୍ତୁ। ଏନେଇ ସରକାର ମଧ୍ୟ ପ୍ରସ୍ତୁତ ଅଛନ୍ତି। କିନ୍ତୁ କୋରୋନା ପାଇଁ ଏପ୍ରିଲ 30 ଯାଏଁ ବନ୍ଦ ରହିଛି ପାଠପଢା। ନବମ ଶ୍ରେଣୀର କୋର୍ସ ପ୍ରାୟତଃ ଶେଷ ହୋଇଛି। ସବୁ କୋର୍ସ ସରିନି। 30 ପରେ ଦ୍ବିତୀୟ ଲହରର ସ୍ଥିତି ଦେଖି ପରୀକ୍ଷା ନିଷ୍ପତ୍ତି ନିଆଯିବ। ପରୀକ୍ଷା ପୂର୍ବରୁ କିମ୍ବା ଦେଉଥିବା ସମୟରେ ଛାତ୍ରଛାତ୍ରୀ କୋଭିଡ ଆକ୍ରାନ୍ତ ହେଲେ ସେମାନଙ୍କୁ ବିକଳ୍ପ ବ୍ୟବସ୍ଥା ଜରିଆରେ ମାର୍କ ଦେବାକୁ ସିବିଏସଇ ନିଷ୍ପତ୍ତି ନେଇଛି। ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କର ଯେପରି ଗୋଟିଏ ବର୍ଷ ନଷ୍ଟ ନହୁଏ ସେଥିଲାଗି ଏହି ପଦକ୍ଷେପ ନେଇଛି ସିବିଏସଇ। ଆମେ ଏହାକୁ ଅନୁଧ୍ୟାନ କରିବୁ। ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ