ଭୁବନେଶ୍ବର: ରାଜ୍ୟରେ ମାସ୍କ ଦୁର୍ନୀତି ଅଭିଯୋଗରେ ଲୋକାୟୁକ୍ତରେ ହାଜର ହେଲେ ଆଇଏଏସ ଅଫିସର ହେମନ୍ତ ଶର୍ମା ଓ ଜାମିନୀ ଷଡଙ୍ଗୀ। ମାସ୍କ ଓ ପିପିଇ କିଣାରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଆଜି ଲୋକାୟୁକ୍ତଙ୍କ ନିକଟରେ ଦୁଇ ବରିଷ୍ଠ ପ୍ରଶାସକ ହାଜର ହୋଇଛନ୍ତି ।
କୋରୋନା ସଂକ୍ରମଣ ସମୟରେ ମାସ୍କ ଓ ପିପିଇ କିଟ୍ କିଣାରେ ବଡ ଧରଣର ଦୁର୍ନୀତି ହୋଇଥିବା ନେଇ ବିଭିନ୍ନ ଆଡୁ ବିରୋଧ କରାଯାଉଥିଲା। ଏନେଇ ଲୋକାୟୁକ୍ତରେ ଅଭିଯୋଗ ହୋଇଥିଲା।
ଯେଉଁଥିପାଇଁ ଆଜି ଲୋକାୟୁକ୍ତଙ୍କ ନିକଟରେ ଦୁଇ ପ୍ରଶାସକ ହାଜର ହୋଇଥିଲେ । ସୂଚନା ଥାଉକି, ହେମନ୍ତ ଶର୍ମା କ୍ରୟ କମିଟିର ଅଧ୍ୟକ୍ଷ ଥିବାବେଳେ ଓ ଜାମିନି ଷଡଙ୍ଗୀ ଔଷଧ ନିଗମର ମୁଖ୍ୟ ଥିଲେ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ