ETV Bharat / city

ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି; ତଦନ୍ତ କରିବ ଭିଜିଲାନ୍ସ

author img

By

Published : Dec 8, 2020, 8:03 AM IST

ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ଭିଜିଲାନ୍ସ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଅଧିକ ପଢନ୍ତୁ...

ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି
ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି

ଭୁବନେଶ୍ବର: ମାସ୍କ ଓ ପିପିଇ କିଟ୍‌ କିଣା ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ । ପ୍ରାଥମିକ ତଦନ୍ତ ଲାଗି ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଜଣେ ଏସପି କିମ୍ବା ଏଏସପି ର୍ୟାଙ୍କର ଅଧିକାରୀଙ୍କ ତତ୍ତ୍ବାବଧାନରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି
ମାସ୍କ ଓ ପିପିଇ କିଟ୍‌ ଦୁର୍ନୀତି

ତଦନ୍ତ ରିପୋର୍ଟ 2 ମାସ ମଧ୍ୟରେ ଦେବାକୁ ଲୋକାୟୁକ୍ତଙ୍କ ପକ୍ଷରୁ କୁହାଯାଇଛି । ସୋମବାର ମାମଲାର ଶୁଣାଣି ପରେ ଏପରି ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଫେବୃୟାରୀ 15ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଥାଉକି, ସୋମବାର ଶୁଣାଣି ସମୟରେ ଦୁଇ ଆଇଏଏସ ଅଧିକାରୀ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ ହାଜର ହୋଇଥିଲେ। କଂଗ୍ରେସ ନେତା ସୁଦର୍ଶନ ଦାସ ଓ ଓଡିଶା ବିକାଶ ପରିଷଦ ପକ୍ଷରୁ ମାସ୍କ ଓ ପିପିଇ କିଟ୍‌ କିଣାରେ ଦୁର୍ନୀତି ହୋଇଥିବା ଲୋକୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.