ଭୁବନେଶ୍ବର: ପଶ୍ଚିମ ଓଡିଶା ପାଇଁ ଖୁସି ଖବର । ଝାରସୁଗୁଡାରୁ ମୁମ୍ବାଇକୁ ଆସନ୍ତା ମାର୍ଚ୍ଚ ୨୮ ପରେ ମିଳିବ ସିଧାସଳଖ ବିମାନ ସେବା । ସ୍ପାଇସ ଜେଟ ଆସନ୍ତା ଗ୍ରୀଷ୍ମ ସିଜନରୁ ମୁମ୍ବାଇ ଏବଂ ପଶ୍ଚିମ ଓଡିଶା ମଧ୍ୟରେ ସିଧାସଳଖ ବିମାନ ଆରମ୍ଭ କରିବ । ଏହାଦ୍ବାରା ମୁମ୍ବାଇ ଓ ପଶ୍ଚମ ଓଡିଶା ମଧ୍ୟରେ ଯୋଗାଯୋଗ ଆହୁରି ସରଳ ସୁବିଧା ହେବ ବୋଲି କହିଛନ୍ତି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ।
ପୂର୍ବରୁ ଝାରସୁଗୁଡାରୁ ମୁମ୍ବାଇ ଯିବାକୁ ଝାରସୁଗୁଡା ବିମାନ ବନ୍ଦରରୁ କୌଣସି ବିମାନ ସେବା ନଥିବା ବେଳେ ଲୋକେ ଅସୁବିଧର ସମ୍ମୁଖୀନ ହେଉଥଲେ । ଝାରସୁଗୁଡାରୁ ଦିଲ୍ଲୀକୁ ସିଧା ବିମାନ ସେବା ସଫଳ ହେବାପରେ ଝାରସୁଗୁଡା-ମୁମ୍ବାଇ ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି । କେନ୍ଦ୍ର ସରକାରଙ୍କର ଉଡାନ-3 ଯୋଜନାରେ ସାଧାରଣ ଲୋକଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ