ETV Bharat / city

Fake disability Certificate: 6 ମାସରେ 60 ଛାତ୍ରଛାତ୍ରୀଙ୍କ ଆଡମିଶନ ବାତିଲ

ରାଜ୍ୟରେ ନକଲି ସାର୍ଟିଫିକେଟ ଦେଇ ଧରା ପଡିଲେଣି ଅନେକ ଛାତ୍ରଛାତ୍ରୀ । ରାଜ୍ୟରେ ଥିବା ପ୍ରମୁଖ ମହାବିଦ୍ୟାଳୟରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ କରୁଛନ୍ତି ଆଡମିଶନ । 6 ମାସରେ ପ୍ରାୟ 60 ଜଣଙ୍କ ଆଡମିଶନ ହେଲାଣି ବାତିଲ । ଭୁବନେଶ୍ବରର 3 ମହାବିଦ୍ୟାଳୟରୁ ସର୍ବାଧିକ ସଂଖ୍ୟକ ଛାତ୍ରଛାତ୍ରୀ ରହିଛନ୍ତି । ଅଧିକ ପଢନ୍ତୁ

duplicate certificate in college education
Fake disability certificate; 6 ମାସରେ 60 ଜଣ ଛାତ୍ରଛାତ୍ରୀଙ୍କର ଆଡମିସନ ବାତିଲ
author img

By

Published : Aug 7, 2022, 7:17 PM IST

ଭୁବନେଶ୍ବର: ରାଜ୍ୟରେ ବଢୁଛି ନକଲି ସାର୍ଟିଫିକେଟ(Fake Disability Certificate) ତାଲିକା । ରାଜ୍ୟରେ ଥିବା ପ୍ରମୁଖ ମହାବିଦ୍ୟାଳୟରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ କରୁଛନ୍ତି ଆଡମିଶନ । 6 ମାସରେ 60 ଜଣ ଛାତ୍ରଛାତ୍ରୀଙ୍କ ଆଡମିସନ ବାତିଲ କରାଯାଇଛି । ପ୍ରମୁଖ ମହାବିଦ୍ୟାଳୟ ଗୁଡିକ ହେଲା ଭୁବନେଶ୍ବରର ବିଜେବି ସ୍ବଂଶାସିତ ମହାବିଦ୍ୟାଳୟ, ଭୁବନେଶ୍ବରର ମହର୍ଷି କଲେଜ, ଭୁବନେଶ୍ବରର ରାଜଧାନୀ ମହାବିଦ୍ୟାଳୟ, ଭଦ୍ରକ ସ୍ବଂଶାସିତ ମହାବିଦ୍ୟାଳୟ, କଟକର ଜେକେବିକେ କଲେଜ ଏବଂ ପୁରୀର ଏସସିଏସ ମହାବିଦ୍ୟାଳୟ । ରାଜ୍ୟରେ ପ୍ରକୃତ ଭିନ୍ନକ୍ଷମ ସରକାରୀ କଲେଜ ମାନଙ୍କରେ ସିଟ୍‌ ପାଉନଥିବାବେଳେ ସାଧାରଣ ଛାତ୍ରଛାତ୍ରୀମାନେ ନକଲି ସାର୍ଟିଫିକେଟ ଦେଖାଇ ସ୍ୱଳ୍ପ ଦେୟରେ ନାମ ଲେଖାଉଥିବା ଅଭିଯୋଗ ହୋଇଛି ।
1)ଚଳିତ ବର୍ଷ ପ୍ରଥମ କରି 2022 ଫେବୃଆରୀ 22 ତାରିଖରେ ଭଦ୍ରକ ସ୍ବଂୟଶାସିତ ମହାବିଦ୍ୟାଲୟରୁ ସର୍ବାଧିକ 28 ଜଣ ଛାତ୍ରଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟରେ ନାମ ଲେଖାଇଥିଲେ । ଯାହା 10 ଜଣ ଛାତ୍ରୀ ରହିଥିବାବେଳେ ବାକି 18 ଜଣ ଛାତ୍ର ରହିଛନ୍ତି । ଉଭୟ କଳା ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗରୁ ଛାତ୍ରଛାତ୍ରୀମାନେ ନକଲି ସାର୍ଟିଫିକେଟ ଦର୍ଶାଇ ନାମ ଲେଖାଇଥିଲେ । ସମସ୍ତ ଛାତ୍ରଛାତ୍ରୀ 2019-2020, 2020-2021, 2021-2022 ଶିକ୍ଷାବର୍ଷର ।
2) ସେହିପରି ଭାବରେ ବିଜେବି ସ୍ବଂଶାସିତ ମହାବିଦ୍ୟାଳୟରୁ ଏପ୍ରିଲ 8 ତାରିଖରେ 8 ଜଣ ନକଲି ଭିନ୍ନକ୍ଷମ ଛାତ୍ରଛାତ୍ରୀ ଚିହ୍ନଟ ହୋଇଥିଲେ । ସମସ୍ତେ2019-2020, 2020-2021, 2021-2022 ଶିକ୍ଷା ବର୍ଷର ଅଟନ୍ତି । ସମସ୍ତେ ଉଭୟ କଳା ଓ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ । ସେଥି ମଧ୍ୟରୁ 5 ଜଣ ଛାତ୍ରୀ ରହିଥିବାବେଳେ 3 ଜଣ ଛାତ୍ର ରହିଛନ୍ତି । ସେହି ଭଳି ଭାବରେ ଅଗଷ୍ଟ 4 ତାରିଖରେ ପୁନର୍ବାର ବିଜେବି ସ୍ବଂୟଶାସିତ ମହାବିଦ୍ୟାଳୟରୁ 3 ଜଣ ଛାତ୍ରଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ କରିଥିଲେ ଆଡମିଶନ । ସେମାନଙ୍କ ମଧ୍ୟରୁ 2 ଜଣ ଛାତ୍ରୀ ଓ ଜେନ ମାତ୍ର ଛାତ୍ର ରହିଥିବାବେଳେ ସମସ୍ତେ 2019-2021 ଶିକ୍ଷା ବର୍ଷର ଅଟନ୍ତି ।
3) ଭୁବନେଶ୍ବରର ରାଜଧାନୀ କଲେଜର 6 ଜଣ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ ନାମ ଲେଖାଇଥିଲେ । ସମସ୍ତେ କଳା ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଅଟନ୍ତି । ସେମାନଙ୍କ ମଧ୍ୟରୁ 5 ଜଣ ଛାତ୍ର ରହିଥିବାବେଳେ ଜଣେ ମାତ୍ର ଛାତ୍ରୀ ଅଛନ୍ତି । ସମସ୍ତେ 2021-2022 ଶିକ୍ଷା ବର୍ଷର ।

4) ଭୁବନେଶ୍ବରର ମହର୍ଷି ମହାବିଦ୍ୟାଳୟରୁ ଜଣେ ମାତ୍ର ଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ କରିଥିଲେ ଆଡମିଶନ ।

5) ମଇ ମାସ 10 ତାରିଖରେ କଟକର ଜେକେବିକେ କଲେଜର 4 ଜଣ ଛାତ୍ର ଛାତ୍ରୀଙ୍କର ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ମାଧ୍ୟମରେ ନାମ ଲେଖାଇଥିଲେ । ସେମାନଙ୍କ ମଧ୍ୟରୁ 3 ଜଣ ଛାତ୍ରୀ ରହିଥିବାବେଳେ ଜଣେ ମାତ୍ର ଛାତ୍ର ରହିଛନ୍ତି ।

6) ସେହିଭଳି ଭାବରେ ଜୁଲାଇ 13 ତାରିଖରେ ପୁରୀ ଏସସିଏସ କଲେଜରେ 11 ଜଣ ଛାତ୍ରଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ କରିଥିଲେ ଆଡମିଶନ । ସମସ୍ତେ କଳା ଏବଂ ବିଜ୍ଞାନ ବିଭାଗର ଅଟନ୍ତି । ସେମାନଙ୍କ ମଧ୍ୟରୁ 4 ଜଣ ଛାତ୍ରୀ ଏବଂ 7 ଜଣ ଛାତ୍ର ଅଟନ୍ତି । ସମସ୍ତ ଛାତ୍ର ଛାତ୍ରୀ 2020-2021 ଶିକ୍ଷାବର୍ଷର ।

ତେବେ ରାଜ୍ୟରେ ମୋଟ୍‌ ଆକାରରେ ଦେଖିଲେ ଚଳିତ ବର୍ଷ ଅଗଷ୍ଟ ମାସ ପର୍ଯ୍ୟନ୍ତ ପାଖାପାଖି ଭାବରେ 61 ଜଣ ଛାତ୍ର ଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦର୍ଶାଇ କରିଥିଲେ ଆଡମିଶନ । ତେବେ ରାଜ୍ୟରେ ପ୍ରମୁଖ ସରକାରୀ କଲେଜରେ ସାଧାରଣ ଛାତ୍ରଛାତ୍ରୀମାନେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦର୍ଶାଇ ନାମ ଲେଖାଉଛନ୍ତି । ସେହି ମାନଙ୍କର ନାମଲେଖାକୁ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ନାମଲେଖା ବାତିଲ କରିବା ପରେ SAMS ପୋର୍ଟାଲରୁ ସେମାନଙ୍କ ନାମ ଗୁଡ଼ିକ ହଟାଇବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସମ୍ପୃକ୍ତ ଛାତ୍ରଛାତ୍ରୀ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ ? କେଉଁଠୁ ତିଆରି କରିଥିଲେ ? ଏଥିରେ କିଏ କିଏ ସାମିଲ ? ସେ ନେଇ ତଦନ୍ତ ଜାରି ରହିଛି ।

ଅଭିଭାବକ ମହାସଂଘର ଉପାଧ୍ୟକ୍ଷ୍ୟ ପ୍ରସନ୍ନ ବିଶୋଇ କହିଛନ୍ତି ଯେ, "ରାଜ୍ୟରେ ଅନେକ କଲେଜରେ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ମାଧ୍ୟମରେ ଅନେକ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି । ଏହା ଦ୍ଵାରା ଅନେକ ପକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ପାଠ ପଢିବାକୁ ବଞ୍ଚିତ ହେଉଛନ୍ତି । ଯଦି ଆଡମିଶନ ସମୟରେ ଠିକ ଭାବରେ ସାର୍ଟିଫିକେଟ ଯାଞ୍ଚ କରାଯାଏ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ପକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଉଚିତ ସିଟ୍‌ ମିଳିପାରିବ ।
ଏପଟେ ଓଡିଶା ବ୍ଲାଇଣ୍ଡ ଆସୋସିଏସନର ସମ୍ପାଦକ କପିଲ ଚରଣ ସ୍ଵାଇଁ କହିଛନ୍ତି, "ଏହି ଘଟଣା ଏକ ଦୁଃଖଦ ଘଟଣା । ବିଭିନ୍ନ କଲେଜରେ ଅନେକ ପ୍ରକୃତ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ନାମ ଲେଖାଇବାରୁ ବଞ୍ଚିତ ହେଉଛନ୍ତି । ଅନେକ ପିଲାମାନେ ଜାଲ୍‌ ସାର୍ଟିଫିକେଟ ଦେଖାଇ ନାମ ଲେଖାଉଛନ୍ତି । ଏ ଭଳି ପିଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.