ETV Bharat / city

ମାର୍କେଟ ବିଲିଂର ଏକାଧିକ ଦୋକାନ ସିଲ୍‌, 5 ବର୍ଷ ହେଲା ଦେଉନଥିଲେ ଭଡା - ଭଡ଼ା ନଦେବାରୁ ଦୋକାନ ସିଲ୍

ଦୀର୍ଘ ଦିନର ଆଲୋଚନା, ବାରମ୍ବାର ନୋଟିସ ପରେ ଶୁଣିଲେନି ଭୁବନେଶ୍ବର ମାର୍କେଟ ବିଲ୍ଡିଂର ବ୍ୟବସାୟୀ । ୨୦୧୭ରୁ ଆଜି ପର୍ଯ୍ୟନ୍ତ ଦେଉନାହାଁନ୍ତି ଦୋକାନ ଭଡା । ଅଧିକ ପଢ଼ନ୍ତୁ

ଭଡ଼ା ନଦେବାରୁ ସିଲ୍ ହେଲା ମାର୍କେଟ ବିଲ୍ଡିଂର ଏକାଧିକ ଦୋକାନ

author img

By

Published : May 22, 2022, 8:06 AM IST

ଭୁବନେଶ୍ୱର: ଦୀର୍ଘ ୫ ବର୍ଷ ଧରି ବକେୟା ଦୋକାନ ଭଡା ନଦେବାରୁ ଶନିବାର ଭୁବନେଶ୍ୱର ମାର୍କେଟ ବିଲ୍ଡିଂର ଏକାଧିକ ଦୋକାନ ସିଲ୍ କରିଛି ଦେବୋତ୍ତର ବିଭାଗ । ମାର୍କେଟ ବିଲ୍ଡିଂରେ ୭୪ଟି ଦୋକାନ ମଧ୍ୟରୁ ୩୩ଟି ଦୋକାନୀ ଦେଇନଥିଲେ ଭଡା ଅର୍ଥ । ଗତ ୨୦୧୭ରୁ ଦୋକାନ ଭଡ଼ା ଦେଇନଥିବା ବିଏମସି ପକ୍ଷରୁ ମିଳିଛି ସୂଚନା । ତେବେ ସାଢ଼େ ୩ କୋଟି ଟଙ୍କାରୁ ଅଧିକ ବକେୟା ପଡ଼ିଛି । ଏନେଇ ବାରମ୍ବାର ନୋଟିସ ସତ୍ତ୍ୱେ ଭଡ଼ା ଅର୍ଥ ପଇଠ କରିନଥିଲେ ଦୋକାନୀ ।

ଭଡ଼ା ନଦେବାରୁ ସିଲ୍ ହେଲା ମାର୍କେଟ ବିଲ୍ଡିଂର ଏକାଧିକ ଦୋକାନ

ଦେଵତ୍ତର ବିଭାଗର କହିବା ମୁତାବକ, ‘ମାର୍କେଟ୍ ବିଲ୍ଡିଂରେ ବାକି ପଡିଛି ସାଢେ ୩ କୋଟିର ଦୋକାନ ଭଡା । ୫ ବର୍ଷ ହେବ ଭଡା ଦେଇନାହାଁନ୍ତି ୩୨ ଜଣ ବ୍ୟବସାୟୀ । ତେଣୁ ଏଭଳି ପଦକ୍ଷେପ ନେଇଛି ଦେବୋତ୍ତର ବିଭାଗ । ଦୀର୍ଘ ଦିନର ଆଲୋଚନା, ବାରମ୍ବାର ନୋଟିସ ପରେ ଶୁଣିଲେନି ଭୁବନେଶ୍ବର ମାର୍କେଟ ବିଲ୍ଡିଂର ବ୍ୟବସାୟୀ । ୨୦୧୭ରୁ ଆଜି ପର୍ଯ୍ୟନ୍ତ ଦେଉନାହାଁନ୍ତି ଦୋକାନ ଭଡା ।

କିଛି ବ୍ୟବସାୟୀଙ୍କ ଉପରେ ୨୨ ରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାକି ରହିଛି । ଜିଏ ବିଭାଗର ଜମିରେ ଦୋକାନ ଗଢିଉଠିଥିବା ବେଳେ ରାଜଧାନୀ ପୂଜା କମିଟିକୁ ସେହି ଜମି ଲିଜ୍ ଦିଆଯାଇଛି । କିନ୍ତୁ ଲିଜ୍ ନେଇ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ କରୁଥିଲେ ମଧ୍ୟ ଦୋକାନୀମାନେ ମନମାନି କରି ମାସିକ ଭଡା ଦେଉନାହାଁନ୍ତି । ଏନେଇ ଶନିବାର ଦେବୋତ୍ତର ବିଭାଗ ପକ୍ଷରୁ ଚଢାଉ କରି ସିଲ କରାଯାଇଛି ।

ସେପଟେ ଦେବୋତ୍ତର ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ବ୍ୟବସାୟୀ । ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଭଡା ବିରୋଧରେ କିଛି ବ୍ୟବସାୟୀ ଆଇନର ଆଶ୍ରୟ ନେଇଛନ୍ତି । କୋର୍ଟରେ ମାମଲା ରହିଥିବା ବେଳେ ଏଭଳି ସିଲ୍ କରି ବିଭାଗ ଦୋକାନୀଙ୍କୁ ଡରାଉଛି ଟଙ୍କା ଦେବାପାଇଁ ବୋଲି ବ୍ୟବସାୟୀ ମତ ରଖିଛନ୍ତି ।

ଖାଲି ସେତିକି ନୁହେଁ କିଛି ବ୍ୟବସାୟୀ ଦୋକାନ ସିଲ୍ ହେବା ପୂର୍ବରୁ ସ୍ପଟ୍ ଭଡା ପଇଠ କରିଥିଲେ । ଏପରିକି ବ୍ୟବସାୟୀଙ୍କ କହିବା କଥା ଦେବୋତ୍ତର ବିଭାଗ ନେଇଥିବା ମନ୍ଦିର ବ୍ୟବସାୟୀମାନେ ନିର୍ମାଣ କରିଥିଲେ । ମନ୍ଦିର ନାଁରେ ଥିବା ଜମିରେ ନିଜେ ନିଜେ ଦୋକାନ ନିର୍ମାଣ କରିଛନ୍ତି । ତେଣୁ ପୂର୍ବ ନିର୍ଦ୍ଧାରିତ ଅନୁସାରେ ଭଡା ପଇଠ କରୁଛୁ । ତେଣୁ ପୁଣି ଦେବୋତ୍ତର ବିଭାଗ ପକ୍ଷରୁ ସ୍କୋୟାରଫୁଟ୍ ହିସାବରେ ଧାର୍ଯ୍ୟ ୩୦ ଟଙ୍କା ଦେଇପାରିବେ ନାହିଁ ବୋଲି ବ୍ୟବସାୟୀ କହିଛନ୍ତି । ଏହାସହ ବ୍ୟବସାୟୀଙ୍କୁ ବିଭାଗ ଏଭଳି କରି ଶୋଷଣ କରୁଥିବା କହିଛନ୍ତି ବ୍ୟବସାୟ ।

ଅନ୍ୟପଟେ ପୂର୍ବରୁ କିଛି ଅଧିକାରୀମାନେ ବ୍ୟବସାୟୀମାନଙ୍କୁ ଅହେତୁକ ଅନୁକମ୍ପା ଦେଇ ଭଡା ଆଦାୟ କରୁନଥିବା ଟ୍ରଷ୍ଟି କହିଛନ୍ତି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଦୀର୍ଘ ୫ ବର୍ଷ ଧରି ଦୋକାନ ଭଡା ପାଉନଥିଲେ ବି କାହିଁକି ନୀରବ ଥିଲା ଦେବୋତ୍ତର ବିଭାଗ ? ଏତେ ବାକି ରଖିବାକୁ କେମିତି ସାହାସ କଲେ ବ୍ୟବସାୟୀ ? ଆଗକୁ ସାବିତ୍ରୀ ଏବଂ ରଜ ମହୋତ୍ସବ ଆସୁଥିବା ବେଳେ ସୁବିଧା ଦେଖି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କି ବିଭାଗ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଭୁବନେଶ୍ୱରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.