ETV Bharat / city

୧୦ ପ୍ରକଳ୍ପକୁ ମଞ୍ଜୁରୀ, ବିନିଯୋଗ ହେବ ୭୪୬୨୦ କୋଟି, ନିଯୁକ୍ତି ପାଇବେ ୨୪ ହଜାର - ୧୦ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଶିଳ୍ପ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ୧୦ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏହି ୧୦ଟି ଶିଳ୍ପାନୁଷ୍ଠାନ ପକ୍ଷରୁ ରାଜ୍ୟରେ ବିନିଯୋଗ ହେବ ୭୪,୬୨୦.୧୮ କୋଟି ଟଙ୍କା । ଅଧିକ ପଢ଼ନ୍ତୁ

୧୦ ପ୍ରକଳ୍ପକୁ ମଞ୍ଜୁରୀ, ବିନିଯୋଗ ହେବ ୭୪୬୨୦ କୋଟି, ନିଯୁକ୍ତି ପାଇବେ ୨୪ ହଜାର

author img

By

Published : Aug 10, 2022, 10:48 PM IST

ଭୁବନେଶ୍ବର: ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକରେ ଆଜି ୧୦ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ରାଜ୍ୟରେ ବିନିଯୋଗ ହେବ ପ୍ରାୟ ୭୪୬୨୦ କୋଟି ଟଙ୍କା । ଏହି ଶିଳ୍ପ ଅନୁଷ୍ଠାନ ଦ୍ୱାରା ନିଯୁକ୍ତି ପାଇବେ ପ୍ରାୟ ୨୪ ହଜାର ଲୋକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକ । ବୈଠକରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ୧୦ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏହି ୧୦ଟି ଶିଳ୍ପାନୁଷ୍ଠାନ ପକ୍ଷରୁ ରାଜ୍ୟରେ ବିନିଯୋଗ ହେବ ୭୪,୬୨୦.୧୮ କୋଟି ଟଙ୍କା । ରାୟଗଡ଼ା କାଶୀପୁରରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ କରିବ ଅଦାନୀ ଗ୍ରୁପ । ଆଲୁମିନା ପ୍ଲାଣ୍ଟରେ ନିବେଶ ହେବ ପ୍ରାୟ ୪୧ ହଜାର ୬୫୩ କୋଟି ଟଙ୍କା । ପ୍ଲାଣ୍ଟରେ ମୋଟ ୭୭୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିଭଳି ଯାଜପୁର କଳିଙ୍ଗନଗରରେ ଷ୍ଟିଲ୍‌ ଓ ସିପିପି ପ୍ଲାଣ୍ଟ୍‌ କରିବ ଓଡ଼ିଶା ଆଲଏଜ୍‌ ଷ୍ଟିଲ । ଉଭୟ ପ୍ଲାଣ୍ଟରେ ନିବେଶ ହେବ ୮ ହଜାର କୋଟି ଟଙ୍କା । ଆଉ ଏଥିରେ ୫ ହଜାର ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପାରାଦ୍ୱୀପରେ ReNew EFuels Private Limited ପକ୍ଷରୁ Green Hydrogen ଓ Green Ammonia ପ୍ଲାଣ୍ଟ ପ୍ରତିଷ୍ଠା ହ୍ରବ । ବିନିଯୋଗ ହେବ ୨୦୦୦ କୋଟି, ନିଯୁକ୍ତି ପାଇବେ ୨ ହଜାର । ସେହିପରି ଟାଟା ଷ୍ଟିଲ୍‌ ପକ୍ଷରୁ ୧୦୦୦ କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠାକୁ କମିଟି ଅନୁମୋଦନ କରୁଛି । ସେଥିରେ ପ୍ରାୟ ୨୪୫୧ ଲୋକ ନିଯୁକ୍ତି ପାଇବେ । ଭଦ୍ରକ ଜିଲ୍ଲା ଧାମରାରେ ସୋମପୁରୀ ପକ୍ଷରୁ ପେଲେଟ ପ୍ଲାଣ୍ଟ ଓ ଫିଲଟର କେକ୍‌ ଶିଳ୍ପ ପ୍ରତିଷ୍ଠା ହେବ । ବିନିଯୋଗ ହେବ ୭୮୧୧ କୋଟି ଟଙ୍କା, ନିଯୁକ୍ତି ପାଇବେ ୬୮୪ । ସେହିପରି କେନ୍ଦୁଝର ଜିଲ୍ଲାର ଦେଓଝର, ଧାମରାରେ ଯଥାକ୍ରମେ ୪୫୯୨.୧୮ ଓ ୩୬୭୪ କୋଟି ଟଙ୍କା ବିନିଯୋଗ ହେବ । ଯଥାକ୍ରମେ ୨୫୦ ଓ ୬୦୦ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ।

କଟକ ଆଠଗଡରେ ଆରତୀ ଷ୍ଟିଲ୍‌ ପକ୍ଷରୁ ୩୦୦୦ କୋଟି ବିନିଯୋଗରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ୩୫୮୭ ଜଣ ଳୋକ ନିଯୁକ୍ତି ପାଇବେ । କେନ୍ଦୁଝରରେ ନିପନ ଷ୍ଟିଲ୍‌ ଇଣ୍ଡିଆ ପକ୍ଷରୁ ୧୪୯୦ କୋଟି ଟଙ୍କାର ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଯାହାଦ୍ବାରା ୬୦୦ ଜଣ ନିଯୁକ୍ତି ପାଇବେ। ସେହିପରି ମୟୁରଭଞ୍ଜର ରାଇରଙ୍ଗପୁରପୁରରେ ରେଙ୍ଗୁଟା ମେଟାଲ ପକ୍ଷରୁ ୧୪୦୦ କୋଟି ବିନିଯୋଗରେ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଯାହାଦ୍ବାରା ୧୧୨୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.