ETV Bharat / city

କର୍ମକ୍ଷେତ୍ରରେ ସେବା ଓ ସମର୍ପଣ ଭାବ: ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ

74ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ବ୍ୟକ୍ତିତ୍ବଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ ଲାଭ କରିଥିବା 13 ଜଣ ବ୍ୟକ୍ତିଙ୍କୁ ମିଳିଛି ରାଜଧାନୀ ଗୌରବ ସମ୍ମାନ । ଅଧିକ ପଢ଼ନ୍ତୁ

author img

By

Published : Apr 13, 2022, 6:30 PM IST

କର୍ମକ୍ଷେତ୍ରରେ ସେବା ଓ ସମର୍ପଣ ଯୋଗୁଁ ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ

ଭୁବନେଶ୍ବର: 74ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ବ୍ୟକ୍ତିତ୍ବଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ ଲାଭ କରିଥିବା 13 ଜଣ ବ୍ୟକ୍ତିଙ୍କୁ ମିଳିଛି ରାଜଧାନୀ ଗୌରବ ସମ୍ମାନ । ଭୁବନେଶ୍ବର ବିଧାନସଭା ସମ୍ମୁଖରେ ଆୟୋଜିତ ହୋଇଥିଲା ଭୁବନେଶ୍ବର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ । ଏଥିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ରାଜ୍ୟ ପ୍ରତି ଥିବା ଉଲ୍ଲେଖନୀୟ ଅବଦାନ ଥିବା ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରିଛନ୍ତି ବାଚସ୍ପତି । କୋରୋନା କାଳରେ ଲୋକଙ୍କୁ ଅନବରତ ସେବା ଯୋଗାଇଥିବାରୁ ଡକ୍ଟର ସଂଘମିତ୍ରା ପତିଙ୍କୁ କୋରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି କୋଭିଡ ପରିଚାଳନା ପାଇଁ ଶୁଭେନ୍ଦୁ ସାହୁଙ୍କୁ ମଧ୍ୟ କୋରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି ପଦ୍ମଶ୍ରୀ ଅଜୟ ପରିଡାଙ୍କୁ ବିଜ୍ଞାନ କ୍ଷେତ୍ର ଅବଦାନ ପାଇଁ ସମ୍ମାନିତ କରାଯାଇଥିବା ବେଳେ ସ୍ବାସ୍ଥ୍ୟ ସେବା ପାଇଁ ଡକ୍ଟର ଅଶୋକ ନନ୍ଦଙ୍କୁ ସମ୍ମାନିତ କରାଯାଇଛି ।

ଆଇନଜୀବୀ ମଧୁମାଧବ ଜେନା, ସମାଜସେବୀ ନୀଳମଣି ମିଶ୍ର, ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି, ଅଭିନେତା ଗଜେନ୍ଦ୍ର ସାହୁ, କ୍ରୀଡ଼ା ପାଇଁ ଦୀପଗ୍ରେସ ଗ୍ରେସ ଏକ୍କା, ବେଷ୍ଟ ଟ୍ରାଫିକ ଭାବରେ ଶେଷଦେବ ସାହୁ, ସେବା ପାଇଁ ପୋଲିସ ହାରାମଣି ଦାସ, ପରିମଳ ପାଇଁ ସୁଷମା ଦେଇ ଓ ବିପ୍ଳବ ରଞ୍ଜନ ମଲ୍ଲିକଙ୍କୁ ସମ୍ମାନିତ କରାଯାିଛି । ନିଜର କର୍ମକ୍ଷେତ୍ରରେ ନିଖୁଣ ସେବା ଓ ସମର୍ପଣ ଯୋଗୁଁ ଏହି 13 ଜଣଙ୍କୁ ସମ୍ମାନିତ କରାଯାଇଛି । ଏହାଦ୍ବାରା ଅନ୍ୟମାନେ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ସମ୍ମାନିତ ବ୍ୟକ୍ତିବୃନ୍ଦ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.