ETV Bharat / city

PCC ସଭାପତି ଦୌଡରେ ବହୁ ଆଶାୟୀ, ହାଇକମାଣ୍ଡଙ୍କ ହାତରେ ଗୁଡାଏ ନାମ - ପିସିସି ସଭାପତି ଦୌଡ଼

ରାଜ୍ୟରେ କଂଗ୍ରେସରେ ସ୍ଥିତି ଏବେ ଶୋଚନୀୟ ହୋଇ ପଡ଼ିଛି । ଏବେ ପିସିସି ମୁଖିଆ ନେଇ ଉଠିଛି ଅନେକ ପ୍ରଶ୍ନ । ଅଧିକ ପଢ଼ନ୍ତୁ

ପିସିସି ସଭାପତି ଦୌଡ଼ରେ ବହୁ ଆଶାୟୀ, ହାଇକମାଣ୍ଡଙ୍କ ହାତରେ ଗୁଡ଼ାଏ ନାମ

author img

By

Published : Apr 6, 2022, 10:39 PM IST

ଭୁବନେଶ୍ବର: ରାଜ୍ୟରେ କଂଗ୍ରେସରେ ସ୍ଥିତି ଏବେ ଶୋଚନୀୟ ହୋଇପଡ଼ିଛି । ଏବେ ପିସିସି ମୁଖିଆ ନେଇ ଉଠିଛି ଅନେକ ପ୍ରଶ୍ନ । ପଞ୍ଚାୟତ ଓ ପୌର ନିର୍ବାଚନରେ ଅତ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କରିଛି ଦଳ । ଏହାପରେ ପିସିସି ସଭାପତିଙ୍କ କାର୍ଯ୍ୟଦକ୍ଷତା ଏବଂ ସଙ୍ଗଠନ ପରିଚାଳନା ଅପାରଗତା ଏବେ ପଦାରେ ପଡିଛି ।

ପିସିସି ସଭାପତି ଦୌଡ଼ରେ ବହୁ ଆଶାୟୀ, ହାଇକମାଣ୍ଡଙ୍କ ହାତରେ ଗୁଡ଼ାଏ ନାମ

ଏହାକୁ ନେଇ କର୍ମୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପିସିସିର ପରବର୍ତ୍ତୀ ମୁଖ୍ୟ ଦୌଡ଼ରେ ଏବେ ଲମ୍ବା ଲାଇନ ଲାଗିଛି । କଂଗ୍ରେସ ନେତାଙ୍କ ସୂଚନା ମୁତାବକ ଏବେ ହାଇକମାଣ୍ଡଙ୍କ ପାଖରେ ପାଖାପାଖି 14ରୁ 15 ଜଣଙ୍କ ନାମ ଅଛି । ଏଥିପାଇଁ ପ୍ରତ୍ୟେକ ନିଜନିଜ ଲବି ଆରମ୍ଭ କରିଦେଇଛନ୍ତି । ତେବେ ସୋନିଆ ଗାନ୍ଧୀ ଯାହାକୁ ବାଛିବେ ତାକୁ ଆମେ ଗ୍ରହଣ କରିବୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

ପିସିସି ଦୌଡ଼ରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାଶ, ପୂର୍ବତନ ସାଂସଦ ଶରତ ପଟ୍ଟନାୟକ, ବିଧାୟକ ତାରା ବାହିନୀପତି, ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବି ବିଶ୍ୱାଳ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନାଁ ଚର୍ଚ୍ଚାରେ ରହିଛି । ଅନ୍ୟ ଦଳର ନେତା ପିସିସି ମୁଖିଆ ଧାଡ଼ିରେ ଯୋଡି ହୋଇଥିବା ଆଲୋଚନା ହେଉଛି । ଏହି କ୍ରମରେ ବିଜେପି ନେତା ବିଜୟ ମହାପାତ୍ରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ସେ କଂଗ୍ରେସରେ ମିଶି ପରବର୍ତ୍ତୀ ପିସିସି ସଭାପତି ହୋଇ ପାରନ୍ତି । ତେବେ କିଏ ହେବ ପିସିସି ପରବର୍ତ୍ତୀ ମୁଖ୍ୟ ସେ ନେଇ ମେ ମାସ ଶେଷ ସୁଦ୍ଧା ଚୂଡ଼ାନ୍ତ ନାମରେ ମୋହର ବାଜିବ ବୋଲି ବିଶେଷ ସୂତ୍ରରୁ ଶୁଣିବାକୁ ମିଳୁଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.