ETV Bharat / city

ଲୁଟ ଗହଣାରେ ଲୋନ ଅଫର, ବନ୍ଧା ହେଲେ ମଣପୁରମ୍‌ର ଶାଖା ମୁଖ୍ୟ

author img

By

Published : Sep 4, 2021, 1:57 PM IST

Updated : Sep 4, 2021, 2:58 PM IST

ଲୁଟ ଗହଣାରେ ଲୋନ ଅଫର ଦେଉଥିଲା ମଣପୁରମ୍‌ ଗୋଲ୍ଡ ଲୋନ । ବନ୍ଧା ହେଲେ ଶାଖା ମୁଖ୍ୟ ଆଶିଷ କୁମାର ଗୟା । ଅଧିକ ପଢନ୍ତୁ...

ଲୁଟ ଗହଣାରେ ଲୋନ ଅଫର, ବନ୍ଧା ହେଲେ ମଣପୁରମ୍‌ର ବ୍ରାଞ୍ଚହେଡ

ଭୁବନେଶ୍ବର: ଲୁଟେରା ଲୁଟୁଥିଲେ ଗହଣା । ଲୁଟ ଗହଣାରେ ଲୋନ ଦେଉଥିଲା ଫାଇନାନ୍ସ ସଂସ୍ଥା । ବିନା କାଗଜ ଓ ବିନା ରିସିପ୍ଟରେ ଲୋନ ଦେଉଥିଲେ ଶାଖା ମୁଖ୍ୟ । ଏମିତି ଏକ କଳା କାରବାରର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ଏକ ସ୍ନାଚରଙ୍କୁ ଗିରଫ ପରେ ସୁନା ଖୋଜୁ ଖୋଜୁ ପୁରା କାରନାମା ଜଣାପଡିଛି । ଏହି ଘଟଣାରେ ଚନ୍ଦ୍ରଶେଖରପୁର ମଣପୁରମ୍‌ ଗୋଲ୍ଡ ଲୋନର ଶାଖା ମୁଖ୍ୟ ଆଶିଷ କୁମାର ଗୟା ସହ ଦୁଇ ସ୍ନାଚର ବିଭୁତି ପ୍ରଧାନ ଓ ଶୁଭ୍ରଜିତ ଦେବତା କାହ୍ନାକୁ ଗିରଫ କରିଛି ପୋଲିସ ।

ସୂଚନା ମୁତାବକ ଗତ ୨୫ ତାରିଖରେ ଝାରୁସୁଗୁଡ଼ାର କ୍ରିଷ୍ନାବେନ ଆଚାରି ଜୟଦେବ ବିହାରରୁ ମାଷ୍ଟରକ୍ୟାଣ୍ଟିନ ଅଭିମୁଖେ ଯାଉଥିଲେ । ଏହି ସମୟରେ ବିଭୁତି ଓ ଶୁଭ୍ରଜିତ ଏକ ବାଇକ ଯୋଗେ ଆସି ତାଙ୍କ ଭ୍ୟାନିଟକୁ ଆଇଜି ପାର୍କ ନିକଟରୁ ଝାମ୍ପି ନେଇଥିଲେ। ପରେ ଏହାକୁ ତଦନ୍ତ କରି ୨ ଲୁଟେରାକୁ ଗିରଫ କରିଥିଲା ଖାରବେଳ ନଗର ଥାନା ପୋଲିସ। ଲୁଟ ସୁନାକୁ ଖୋଜୁ ଖୋଜୁ ସେମାନେ ଚନ୍ଦ୍ରଶେଖରପୁରର ମଣପୁରମ ଗୋଲ୍ଡ ଲୋନରେ ବିକ୍ରି କରିଥିବା ଜଣାପଡ଼ିଥିଲା । ମଣପୁରମର ଶାଖା ମୁଖ୍ୟ ଆଶିଷ ଗୟା ତାଙ୍କୁ ୨୯ ଗ୍ରାମ ସୁନା ବଦଳରେ ୮୦ହଜାର ଟଙ୍କା ଦେଇଥିବା ଜାଣିବାକୁ ପାଇଥିଲେ ।

ଲୁଟ ଗହଣାରେ ଲୋନ ଅଫର, ବନ୍ଧା ହେଲେ ମନପୁରମର ବ୍ରାଞ୍ଚହେଡ

ଏନେଇ ବିନା କାଗଜପତ୍ରରେ ଓ ରସିଦରେ ସୁନାକୁ ଏପରି ଦାମ ଦେଇ ବେଆଇନ ଋଣ ଦେବା ନେଇ ଶାଖା ମୁଖ୍ୟ ଆଶିଷ କୁମାରଙ୍କୁ IPCର ୩୯୪ ଚୋରି କରିବା, ୪୧୧ ଚୋରି ସାମଗ୍ରୀକୁ ରିସିଭ କରିବା ଆଦି ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ୨ ସ୍ନାଚରଙ୍କ ପୂର୍ବରୁ ଅନେକ ଥାନାରେ ବେଆଇନ ବନ୍ଧୁକ ରଖିଵା ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ସମ୍ପୃକ୍ତ ରହିଛନ୍ତି । ତେବେ ବଡ଼ କଥା ହେଉଛି ଯେଉଁଠି ଲୁଟ ସାମଗ୍ରୀକୁ କିଣିବା ଆଇନଗତ ଅପରାଧ ତାକୁ କିପରି ଜାଣିଶୁଣି ଶାଖା ମୁଖ୍ୟ ପ୍ରଶୟ ଦେଉଥିଲେ। ଏପରିକି ସେ ଏମିତି କେତେ ଜଣଙ୍କୁ ସୁନା କିଣାବିକା ବା ଋଣ ଦେଇଛନ୍ତି । ତାଙ୍କ ସହ କେତେ ସ୍ନାଚର ଯୋଗାଯୋଗରେ ଅଛନ୍ତି । ଏନେଇ କମିଶନରେଟ ପୋଲିସର ସ୍କାନରର ରହିଛନ୍ତି ଶାଖା ମୁଖ୍ୟ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Sep 4, 2021, 2:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.