ଭୁବନେଶ୍ବର: ଲଘୁଚାପ ବର୍ଷାରେ ବେହାଲ ରାଜଧାନୀ । ସ୍ଥାନେ ସ୍ଥାନେ ଜମିଲା ପାଣି। ଆଣ୍ଠୁଏ ପାଣିରେ ଲୋକେ ହନ୍ତସନ୍ତ l ଗତକାଲି ଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ଲଘୁଚାପ ବର୍ଷା ସାରା ରାଜ୍ୟକୁ ପାଣି ପିଆଇଛି ।
ଗତକାଲି ଠାରୁ ରାଜଧାନୀ ଭୁବନେଶ୍ବରରେ 24 ଘଣ୍ଟା ଧରି ବର୍ଷା ଲାଗିରହିଛି । ରାଜଧାନୀର ଜୟଦେବ ଭବନ, ଆଚାର୍ଯ୍ୟ ବିହାର ଆଦି ଅଞ୍ଚଳରେ ଆଣ୍ଠୁଏ, ଆଣ୍ଠୁଏ ପାଣିରେ ଲୋକେ ଉବୁଟୁବୁ ହେଉଛନ୍ତି । ଲୋକଙ୍କୁ ବାହାରକୁ ବାହାରିବାରେ ସମସ୍ୟା ଉପୁଜୁଛି । ଯାହା ଫଳରେ ଗମନାଗମନର ଅସୁବିଧା ପରିଲକ୍ଷିତ ହୋଇଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ