ETV Bharat / city

ଲିଫ୍ଟ ନେବା ପରଠୁ ବ୍ୟବସାୟୀଙ୍କୁ ପତା ମିଳୁନି, ନିଶା ଦିଆ ଲୁଟେରାଙ୍କ ଶିକାର‌ ହୋଇଥିବା ସନ୍ଦେହ - ଭୁବନେଶ୍ବରରେ ବ୍ୟବସାୟୀଙ୍କୁ ଅପରହରଣ ସନ୍ଦେହ

ମ୍ୟାନ‌ ମିସିଂ ସେଲ କଣ କରୁଛି ? ଲିଫ୍ଟ ନେବା ପରଠୁ ବ୍ୟବସାୟୀଙ୍କୁ ପତା ମିଳୁନି । ନିଶା ଦିଆ ଲୁଟେରାଙ୍କ ଶିକାର‌ହୋଇଥିବା ସନ୍ଦେହ ।

man-missing
ଲିଫ୍ଟ ନେବା ପରଠୁ ବ୍ୟବସାୟୀଙ୍କୁ ପତା ମିଳୁନି, ନିଶା ଦିଆ ଲୁଟେରାଙ୍କ ଶିକାର‌ ହୋଇଥିବା ସନ୍ଦେହ
author img

By

Published : Dec 28, 2021, 7:06 PM IST

ଭୁବନେଶ୍ବର: ରାଜଧାନୀରୁ ଲୁଗା ବ୍ୟବସାୟୀ ନିଖୋଜ । 72 ଘଣ୍ଟା ପରେ ବି ମିଳୁନି ପତା । ନିଖୋଜ ନେଇ ଖଣ୍ଡଗିରି ଥାନାରେ ପରିବାରର ଲୋକଙ୍କ ଅଭିଯୋଗ । ଲୁଟ ପାଇଁ ଲୁଟେରାଙ୍କ କବଳରେ ଥିବା ବ୍ୟବସାୟୀ ପତ୍ନୀଙ୍କ ସନ୍ଦେହ । ଗଣମାଧ୍ୟମର ସାହାରା ଲୋଡିଲେ ପରିବାର । ଗତ ୨୫ତାରିଖରୁ ବରମୁଣ୍ଡାରୁ ନିଖୋଜ ହୋଇଥିବା ବ୍ୟବସାୟିଙ୍କ ନେଇ ଏବେ ଚିନ୍ତାରେ ପୋଲିସ।

ଲିଫ୍ଟ ନେବା ପରଠୁ ବ୍ୟବସାୟୀଙ୍କୁ ପତା ମିଳୁନି, ନିଶା ଦିଆ ଲୁଟେରାଙ୍କ ଶିକାର‌ ହୋଇଥିବା ସନ୍ଦେହ

ସୂଚନାଅନୁଯାୟୀ କଟକରୁ ବରମୁଣ୍ଡା ଦେଇ କିଆଝର ଫେରୁଥିଲେ ଲୁଗା ବ୍ୟବସାୟୀ ଖଣ୍ଡପଡା ଖଳିସାହିର ସୁରେଶ ବେହେରା। ଏନେଇ ଗତ ୨୫ ତାରିଖ ଦିନ ୨ଟା ସମୟରେ ବରମୁଣ୍ଡାରୁ ଘର ଅଭିମୁଖେ ଯିବା ବେଳେ ତା ପରଠୁ ଆଉ ଯୋଗାଯୋଗ ହୋଇପାରୁନି। ବ୍ୟବସାୟୀଙ୍କୁ ଶେଷ ଥର ଦେଖିଥିବା ତାଙ୍କ ଗାଁ ଲୋକ ମନୋଜ ଡାଳୁଆ କହିବାନୁସାରେ ଲିଫ୍ଟ ନେଇ ଘରକୁ ଫେରୁଥିବା ବେଳେ ବରମୁଣ୍ଡାରେ ଭେଟ ହୋଇଥିଲେ। ଏନେଇ ଫୋନ ଯୋଗେ ମଧ୍ୟ ବ୍ୟବସାୟୀ ନିଜ ପତ୍ନୀକୁ ଜଣାଇଥିଲେ। ପରେ ପତ୍ନିଙ୍କ ପରବର୍ତ୍ତୀ ଫୋନ‌ କରିବା ପରେ ସୁଇଚ ଅଫ ଜାଣିବାକୁ ପାଇଲେ । 72 ଘଣ୍ଟା ବିତିଥିବା ବେଳେ ଖୋଜ ଖବର ମିଳୁନାହିଁ। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

ନିଶା ଦିଆ ଲୁଟେରାଙ୍କ ଶିକାର‌ ହୋଇଥିବା ସନ୍ଦେହ

ସେପଟେ ଅନେକ ସମୟରେ ଖଣ୍ଡଗିରି ଅଞ୍ଚଳରେ ନିଶା ଦିଆ ଲୁଟେରାଙ୍କ ପ୍ରାଦୁର୍ଭାବ ବଢିଥାଏ। ଏନେଇ ପତ୍ନୀଙ୍କ ଅଭିଯୋଗ ଲୁଟ ପାଇ କେହି ଅପହରଣ କରି ନେଇଥିବା ସେ କହିଛନ୍ତି । ଏନେଇ ସିସିଟିଭି ଫୁଟେଜ ସହ ପୋଲିସ ତଦନ୍ତ କଲେ ବ୍ୟବସାୟୀଙ୍କ ଖୋଜ ଖବର ମିଳିବ ବୋଲି ଆଶାବାଦୀ ଅଛନ୍ତି।ଏନେଇ ପରିବାର‌ ଲୋକେ ଡିସିପଙ୍କ ମ୍ୟାନ ମିସିଂ ସେଲରେ ଅଭିଯୋଗ କରିବେ ବୋଲି କହିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.