ETV Bharat / city

ରାଜଧାନୀରେ ଡବଲ ମର୍ଡର, ନିଖୋଜ ରିପୋର୍ଟ ସତ୍ତ୍ବେ ବି ଶୁଣିଲାନି ପୋଲିସ ! - ସ୍ତ୍ରୀ ଓ ଶାଳିକୁ ହତ୍ୟା

ରାଜଧାନୀରେ ଡବଲ‌ ମର୍ଡର । ନିଜ ସ୍ତ୍ରୀ ଓ ଶାଳୀକୁ ହତ୍ୟା କଲା ବ୍ୟକ୍ତି । ଅଧିକ ପଢନ୍ତୁ

Double Murder: ରାଜଧାନୀରେ ସ୍ତ୍ରୀ ଓ ଶାଳୀକୁ ହତ୍ୟା କଲା ସ୍ବାମୀ

author img

By

Published : Apr 24, 2022, 9:40 AM IST

Updated : Apr 24, 2022, 2:34 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଡବଲ ମର୍ଡର । ଶାଳୀ ଓ ସ୍ତ୍ରୀକୁ ହତ୍ୟା ସ୍ବାମୀ (man killed his wife and sister in law) । ଚନ୍ଦ୍ରଶେଖରପୁର ଥାନା ହାଉସିବୋର୍ଡ କଲୋନୀରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଶାଳୀ ସରସ୍ବତୀ ସେଠୀ ଓ ସ୍ତ୍ରୀ ଗାୟତ୍ରୀ ସେଠୀ । ପୋଲିସ ଅଭିଯୁକ୍ତ ସ୍ବାମୀ ତଥା ଭିଣୋଇ ବିଜୟ ସେଠୀକୁ ଅଟକ ରଖି ପଚରାଉଚରା କରୁଛି । ହାଉସିଂ ବୋର୍ଡ କଲୋନୀର ଘର ନମ୍ବର ews23/2ରୁ ପୋଲିସ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ଅଭିଯୁକ୍ତ ବିଜୟ ଶାଳୀ ଏବଂ ସ୍ତ୍ରୀକୁ ହତ୍ୟା କରିବା ପରେ ମୃତଦେହକୁ ଘରେ ତାଲା ପକାଇ ଦେଇଥିଲା । ତେବେ କଣ ପାଇଁ ସେ ସେମାନଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇନଥିଲା ।

Double Murder: ରାଜଧାନୀରେ ସ୍ତ୍ରୀ ଓ ଶାଳୀକୁ ହତ୍ୟା କଲା ସ୍ବାମୀ

ଅଭିଯୁକ୍ତ ହତ୍ୟା ପରେ ଘର ସଫା କରି ସବୁ ପ୍ରମାଣ ନଷ୍ଟ କରିଦେଇଥିବାରୁ ଘଟଣାସ୍ଥଳରୁ ସାଇଣ୍ଟଫିକ ଟିମ୍ କୋଣସି ପ୍ରମାଣ ପାଇନାହିଁ । ଯଦ୍ବାରା ଏବେ ହତ୍ୟାକାରୀ ବିରୋଧରେ ପ୍ରମାଣ ଯୋଗାଡ କରିବା ମୁସ୍କିଲ ହେବ । ତାଙ୍କର ପିଲାପିଲି ହେଉନଥିବା ନେଇ ଅନେକ ସମୟରେ ନିଜ ପତ୍ନୀ ସହ ଝଗଡା କରୁଥିଲେ । ଗତ ଫେବୃୟାରୀ ମାସରେ ସରସ୍ବତୀଙ୍କ ବିବାହ ହେବା ପରଠୁ ରକ୍ତମୁଖା ହୋଇଯାଇଥିଲେ ଭିଣୋଇ । ତେଣୁ ସେ ବଡଭଉଣୀକୁ ହତ୍ୟା କରିବା ପରେ ସାନ ଭଉଣୀକୁ ଡକାଇ ହତ୍ୟା କରିଛି ବୋଲି ମୃତକଙ୍କ ମାଆ ଅଭିଯୋଗ କରିଛନ୍ତି ଏବଂ ବିଜୟକୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।

ରାଜଧାନୀରେ ଡବଲ ମର୍ଡର
ରାଜଧାନୀରେ ଡବଲ ମର୍ଡର

ସୂଚନା ଅନୁଯାୟୀ, ଗତ ୨ ଦିନ‌ ଧରି ଦୁଇ ଭଉଣୀ ସରସ୍ବତୀ ସେଠୀ ଓ ସ୍ତ୍ରୀ ଗାୟତ୍ରୀ ସେଠୀ ନିଖୋଜ ଥଲେ । ତାଙ୍କ ଫୋନ ନ ଲାଗିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ । ସରସ୍ବତୀ ପୂର୍ବରୁ ଚନ୍ଦ୍ରଶେଖରପୁରରେ ରହୁଥିବା ଭଉଣୀ ଗାୟତ୍ରୀ ଓ ଭିଣୋଇ ବିଜୟଙ୍କ ପାଖରେ ରହୁଥିଲେ । ହେଲେ ଭିଣୋଇ ଗଣ୍ଡଗୋଳ କରୁଥିବାରୁ ସେ କିଛି ଦିନ ହେବ ଲେଡିଜ ହଷ୍ଟେଲରେ ରହିଆସୁଥିଲେ । ସରସ୍ବତୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟରତ ଥିଲେ । ଗତ ଫେବୃୟାରୀରେ ସେ କେନ୍ଦ୍ରାପଡା ପାଟକୁରା ଅନ୍ତର୍ଗତ ଗଡଦପୁର ଅଞ୍ଚଳର ମାଗୁରତ୍ନ ସେଠୀଙ୍କୁ ବିବାହ କରିଥିଲେ‌ । ହେଲେ ସ୍ତ୍ରୀ ସହ ଗୁରୁବାରଠ ଠାରୁ ଯୋଗାଯୋଗ ନ ହୋଇପାରିବାରୁ ମାଗୁରତ୍ନ ଶନିବାର ଦିନ ଏ ସମ୍ପର୍କରେ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ।

ରାଜଧାନୀରେ ଡବଲ ମର୍ଡର
ରାଜଧାନୀରେ ଡବଲ ମର୍ଡର

ସବୁଠୁ ବଡ କଥା ହେଉଛି, ଶନିବାର ନିଖୋଜ ରିପୋର୍ଟ ପାଇବ ପରେ ମଧ୍ୟ ପୋଲିସ ନିଖୋଜଙ୍କୁ ଖୋଜିବା ପରିବର୍ତ୍ତେ ଆସନ୍ତାକାଲି ରବିବାର ଥିବାରୁ ଅଫିସ ବନ୍ଦ ଅଛି, ଆମେ ସୋମବାର ଦେଖିବୁ ଏବଂ ତମେମାନେ ଖୋଜ କହି ଫେରାଇ ଦେଇଥିବା ଅଭିଯୋଗ ହୋଇଛି । ଡିସିପି ଅଫିସରେ ନିଖୋଜ ଲୋକଙ୍କୁ ଖୋଜିବାକୁ ମ୍ୟାନ ମିସିଂ ସେଲ ଖୋଲାଯାଇଥିଲେ ହେଁ ମିସିଂ ରିପୋର୍ଟ ସତ୍ତ୍ବେ ପୋଲିସ ଖୋଜାଖୋଜି କରିନଥିଲା । ଫଳରେ ରିପୋର୍ଟ କରିବାର ୨୪ ଘଣ୍ଟା ପରେ ମୃତଦେହ ମିଳିବା କମିସନରେଟ ପୋଲିସର ମ୍ୟାନ ମିସିଂ ସେଲ 'ପ୍ରାରମ୍ଭ' ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 24, 2022, 2:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.