ଭୁବନେଶ୍ବର: ମମିତା ମେହେର ମୃତ୍ୟୁକୁ ନେଇ ତାତିଲେ ଛାତ୍ରଛାତ୍ରୀ । ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କଲେ ରାଜଧାନୀ କଲେଜର ଛାତ୍ରଛାତ୍ରୀ ।
ମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗିବା ପରେ ବି ମମିତା ମେହେର ମୃତ୍ୟୁକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ଧରୁନାହିଁ। ଆଉ ଏହି ସମୟରେ ହିଁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ମହାବିଦ୍ୟାଳୟର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁଠି ଅଧ୍ୟାପକ ସୁରକ୍ଷିତ ନାହାଁନ୍ତି, ସେଇଠି ଆମେ କେତେ ସୁରକ୍ଷିତ ବୋଲି ଛାତ୍ରୀ ପ୍ରଶ୍ନ କରିଛନ୍ତି ?
ତେଣୁ ଆମର ସୁରକ୍ଷା କିଭଳି ଅକ୍ଷୁର୍ଣ୍ଣ ରହିବ, ସେନେଇ ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଆଉ ଏଥିପାଇଁ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ