ETV Bharat / city

ମାଲକାନଗିରି ମହିଳା ଦୁଷ୍କର୍ମ ମାମଲାକୁ କୁନ୍ଦୁଲି ଭଳି ଚାପିବାକୁ ଚେଷ୍ଟା କରୁଛନ୍ତି ସରକାର: ବିଜେପି

author img

By

Published : Jul 10, 2020, 4:21 PM IST

ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳା ଦୁଷ୍କର୍ମ ମାମଲାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମୀଳନୀ । ଏହିଭଳି ଏକ ସ୍ପର୍ଶକତାର ଘଟଣାକୁ ରାଜ୍ୟ ସରକାର କୁନ୍ଦୁଲି ଘଟଣା ଭଳି ଚାପି ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ମାଲକାନଗିରିରେ ମହିଳା ଦୁଷ୍କର୍ମ ମାମଲାକୁ କୁନ୍ଦୁଲି ଭଳି ଚାପି ଦେବାକୁ ଚେଷ୍ଟା କରୁଛନ୍ତି ସରକାର: ବିଜେପି

ଭୁବନେଶ୍ବର: ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଏନେଇ ରାଜ୍ୟ ସରକାରଙ୍କ ଦାୟିତ୍ବହୀନତାକୁ ସିଧାସଳଖ ଆଙ୍ଗୁଳି ଉଠାଇଛନ୍ତି ରାଜ୍ୟ ବିଜେପି ଉପସଭାପତି ପ୍ରଭାତୀ ପରିଡା ।

ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଚନ୍ଦ୍ରମା ଭୂମିଆ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ପ୍ରସଙ୍ଗରେ ଶୁକ୍ରବାର ବିଜେପି ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ମାଲକାନଗିରି ପୋଲିସ କ୍ୟାଣ୍ଟିନ ମହିଳା ଦୁଷ୍କର୍ମ ମାମଲା କୁନ୍ଦୁଲି ଭଳି ଆଉ ଏକ ଘଟଣା । ଏସଆଇଟି ନାଁରେ କୁନ୍ଦୁଲି ଘଟଣା ଭଳି ଚାପି ଦେବାକୁ ଚାହୁଁଛନ୍ତି ରାଜ୍ୟ ସରକାର । ଗତ ୬ ତାରିଖରେ ରାଜ୍ୟ ବିଜେପିର ୫ ଜଣିଆ ଟିମ ମାଲକାନଗିରି ଗସ୍ତ କରିବା ସହ ଦୁଷ୍କର୍ମ ପୀଡିତାଙ୍କ ୩ ଟି ସ୍ଥାନରେ ତଦନ୍ତ କରିଥିଲା । ରାୟଗଡାରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ପାଖରେ ସିସିଟିଭି ଥିବାରୁ ଅପରାଧୀ କିଏ ଜାଣିଛି । କିନ୍ତୁ କିଏ ସେହି ବଡ଼ପଣ୍ଡା ଓ ପୋଲିସ ସହ ଦୋଷୀର ସମ୍ପର୍କ କଣ ଅଛି ଓ ପୋଲିସ କାହିଁକି ଦୋଷୀକୁ ଧରୁନି ବୋଲି ଶୁକ୍ରବାର ଭୁବନେଶ୍ବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା ।

ସୂଚନା ଅନୁଯାୟୀ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ରିପୋର୍ଟ ବଦଳାଇବା ପାଇଁ ପୋଲିସ ଡାକ୍ତରଙ୍କ ଉପରେ ଚାପ ପକାଉଛି । ଅନୁସୂଚିତ ଜାତି ଓ ଜନଜାତି ଆଇନ ଅନୁସାରେ କାହିଁକି ମାମଲା କରାଯାଉନି ? ଏଭଳି ଏକ ସ୍ପର୍ଶକତା ଘଟଣାରେ ମହିଳା କମିଶନ ଘଟଣା ସ୍ଥଳକୁ ଯିବା କଥା,ଏସସିଏସଟି କମିଶନ ମଧ୍ୟ ଯିବା କଥା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେବେ ରାଜ୍ୟ ମହିଳା କମିଟି ଗତ 6 ତାରିଖରେ ସଂଗ୍ରହ କରିଥିବା ରିପୋର୍ଟ ରାଜ୍ୟ ସଭାପତିଙ୍କ ନିକଟରେ ଦାଖଲ କରିବୁ । ପରବର୍ତୀ ସମୟରେ ଏହି ରିପୋର୍ଟ ଆଧାରରେ ଦଳ ପଦକ୍ଷେପ ଗ୍ରହଣ କରିବ ବୋଲି ରାଜ୍ୟ ଉପସଭାପତି ଜଣାଇଛନ୍ତି ।

ସୂଚନା ଥାଉକି ରାଜ୍ୟରେ ନାରୀ ଶସକ୍ତିକରଣର କଥା କହୁଥିବା ସରକାର ଗୋଟିଏ ମାସରେ ରାଜ୍ୟରେ ପୋଲିସ ଖାକିରେ ଦାଗ ଲାଗିଛି ଓ ସରକାର ଏହାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି । ରାଜ୍ୟରେ ଗତ ମେ ରେ ମାଲକାନଗିର ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳା ଗଣ ଦୁର୍ଷ୍କର୍ମର ଶିକାର ହୋଇ ମୃତ୍ୟବରଣ କରିଥିବା ବେଳେ ସେହିଭଳି ବୀରମିତ୍ରପୁରରେ ଜଣେ ନାବାଳିକାକୁ ଗର୍ଭପାତ କରିବା ଅଭିଯୋଗରେ ପୋଲିସ ସବ ଇନ୍ସପେକ୍ଟର ଗିରଫ ହୋଇଛନ୍ତି ରାଜ୍ୟରେ ମହିଳା ଅତ୍ୟାଚାର ଓ ନିର୍ଯ୍ୟାତନାର ପୋଲିସ ସାମିଲ ହେବା ଚିନ୍ତାର କାରଣ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.