ETV Bharat / city

ରାଜ୍ୟରେ ଲଗାଣ ବର୍ଷା; ବେହାଲ ହୋଇଛି ମାଲକାନଗିରି - ସ୍ଵତନ୍ତ୍ର ରିଲିଫ କମିଶନର

ରାଜ୍ୟରେ ଲଗାଣ ବର୍ଷା ନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ସୂଚନା। ମାଲକାନଗିରି ଜିଲ୍ଲାରେ ଗତ 24 ଘଣ୍ଟାରେ ସର୍ବାଧିକ ବର୍ଷାର ରେକର୍ଡ କରାଯାଇଛି । ଅଧିକ ଖବର ପଢନ୍ତୁ...

ରାଜ୍ୟରେ ଲଗାଣ ବର୍ଷା; ବେହାଲ ହୋଇଛି ମାଲକାନଗିରି ଜିଲ୍ଲା

author img

By

Published : Aug 16, 2020, 7:07 PM IST

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ସୂଚନା। ମାଲକାନଗିରି ଜିଲ୍ଲାରେ ଗତ 24 ଘଣ୍ଟାରେ ସର୍ବାଧିକ ବର୍ଷାର ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର 9ରୁ ଅଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ।

ରାଜ୍ୟରେ ଲଗାଣ ବର୍ଷା; ବେହାଲ ହୋଇଛି ମାଲକାନଗିରି ଜିଲ୍ଲା

ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲା ରହିଛି । ସେହିପରି ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେତୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ପାଗ ମୁଖ୍ୟତଃ ଶୁଖିଲା ରହିବ। ପୁଣି ଆସନ୍ତା 18 ତାରିଖରୁ 20 ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି।

1 ଜୁନରୁ 16 ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୭୧୪.6 ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ବର୍ଷା ୭୬୧.୮ ମିମି ଠାରୁ ୬ % ପ୍ରତିଶତ କମ । ୧ ଜୁନରୁ ୧୬ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୫ଟି ଜିଲ୍ଲା ବାଲେଶ୍ବର(-୩୨%), ଖୋର୍ଦ୍ଧା (-୨୬%), ନବରଙ୍ଗପୁର(-୨୨%), ପୁରୀ (-୨୨%) ଏବଂ ମୟୂରଭଞ୍ଜ(-୨୧%) ସ୍ବାଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି ।

୧ ଜୁନ ରୁ ୧୬ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ୨୪ ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ୧ ଜୁନ ରୁ ୧୬ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ଗୋଟିଏ ଜିଲ୍ଲା ମାଲକାନଗିରି ରେ ସ୍ବାଭାବିକ ବର୍ଷା ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧ ଜୁନ ରୁ ୧୬ ଅଗଷ୍ଟ ୨୦୨୦ ମଧ୍ୟରେ ବାଲେଶ୍ବରରେ ସର୍ବନିମ୍ନ ୫୨୨.୨ ଯାହା ସ୍ଵାଭାଵିକ ବର୍ଷା ୭୬୬.୮ ଠାରୁ ୩୨ % ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି ।୧ ଜୁନ ରୁ ୧୬ ଅଗଷ୍ଟ ୨୦୨୦ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୧୨୨.୮ ମିମି ଯାହା ସ୍ୱାଭାବିକ ବର୍ଷା ୮୩୬.୩ ମିମି ଠାରୁ ୩୪% ପ୍ରତିଶତ ଅଧିକ ରହିଛି।

ତେବେ ବର୍ଷା ଯୋଗୁଁ ବଲାଙ୍ଗୀର ଅଞ୍ଚଳରେ କାନ୍ଥ ଭୁଶୁଡିବାରୁ 2 ଜଣଙ୍କ ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.