ଭୁବନେଶ୍ବର: ବଦଳିଲେ ମାଲକାନଗିରି ଜିଲ୍ଲାପାଳ । ନୂଆ ଜିଲ୍ଲାପାଳ ଭାବେ ୱାଇ ବିଜୟଙ୍କୁ ଦାୟିତ୍ବ । ଯୋଜନା ସଂଯୋଜନ ବିଭାଗକୁ ବଦଳିଲେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ । ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ମାମଲାରେ ବିବାଦରେ ଅଛନ୍ତି ମନୀଷ ।
ମାଲକାନଗିରି ଜିଲ୍ଲାପାଳଙ୍କ ତତ୍କାଳୀନ ବ୍ୟକ୍ତିଗତ ସହାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମନୀଷଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି । ମାଲକାନଗିରି ଏସଡିଜିଏମ କୋର୍ଟ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ ସମେତ ଅନ୍ୟ 3ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି ।
ଚଳିତ ମାସ 2 ତାରିଖରେ ମୃତକ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ମାଲକାନଗିରି SDJM କୋର୍ଟରେ ମକଦ୍ଦମା ରୁଜୁ କରିଥିଲେ । ପରିବାର ପକ୍ଷରୁ ରୁଜୁ ହୋଇଥିବା ମକଦ୍ଦମାକୁ ଆଧାର କରି କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ ।
ସୂଚନା ଥାଉକି, ମାଲକାନଗିରି ଜିଲ୍ଲାପାଳଙ୍କ ତତ୍କାଳୀନ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡା ଡ୍ୟାମରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ।