ETV Bharat / city

ନଭେମ୍ବର ୩୦ରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ - ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨

ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ର ତୃତୀୟ ସଂସ୍କରଣ । ଏନେଇ ଆଜି ଇଣ୍ଡଷ୍ଟ୍ରିଆଲ୍ ପ୍ରୋମୋସନ୍ ଆଣ୍ଡ୍ ଇନଭେଷ୍ଟମେଣ୍ଟ୍ କର୍ପୋରେସନ୍ ଅଫ୍ ଓଡିଶା (IPICOL) ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ଜାତୀୟ ଶିଳ୍ପ ସହଭାଗୀ ଭାବରେ ଏକ ଏମଓୟୁ ସ୍ବାକ୍ଷର କରିଛି । ଅଧିକ ପଢନ୍ତୁ

ନଭେମ୍ବର ୩୦ରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍
ନଭେମ୍ବର ୩୦ରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍
author img

By

Published : Jul 28, 2022, 10:49 PM IST

ଭୁବନେଶ୍ବର : ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ର ତୃତୀୟ ସଂସ୍କରଣ । ଏଥିପାଇଁ ଆଜି ଇଣ୍ଡଷ୍ଟ୍ରିଆଲ୍ ପ୍ରୋମୋସନ୍ ଆଣ୍ଡ୍ ଇନଭେଷ୍ଟମେଣ୍ଟ୍ କର୍ପୋରେସନ୍ ଅଫ୍ ଓଡିଶା (IPICOL) ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ଜାତୀୟ ଶିଳ୍ପ ସହଭାଗୀ ଭାବରେ ଏକ ଏମଓୟୁ ସ୍ବାକ୍ଷର କରିଛି। ଏହି କନକ୍ଳେଭ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ନଭେମ୍ବର ୩୦ରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍

ଏଥିରେ ଦେଶ ତଥା ଦେଶ ବାହାରୁ ପୁଞ୍ଜିପତିମାନେ ଯୋଗଦେବେ। ଏମଓୟୁ ସ୍ବାକ୍ଷର ସମାରୋହରେ ଶିଳ୍ପ, ଏମଏସଏମଇ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ, ଶିଳ୍ପ ବିଭାଗର ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଫିକିର ମହାନିର୍ଦ୍ଦେଶକ ଅରୁଣ ଚାଓ୍ବଲା ଉପସ୍ଥିତ ଥିଲେ। 2016 ରେ ପ୍ରଥମ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ହୋଇଥିଲା। ସେଥିରେ 2 ଲକ୍ଷ କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି ବିନିଯୋଗ ଲକ୍ଷ କରାଯାଇଥିଲା। ଏଥିରେ 5000 ରୁ ଅଧିକ ପ୍ରତିନିଧୀ ଅଂଶଗ୍ରହଣ କରିଥିଲେ।

ସେହିଭଳି ୨୦୧୮ରେ ଦ୍ବୀତିୟ ସଂସ୍କରଣରେ ଏହା 4 ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ଉଦ୍ଦେଶ୍ୟ ଥିଲା । ଏହି ବର୍ଷର କନକ୍ଲେଭ୍ ଲକ୍ଷ୍ୟ ହେଉଛି ସମସ୍ତ ଆଶାକୁ ଅତିକ୍ରମ କରିବା । ଏବଂ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଓଡିଶାକୁ ବିଶ୍ବ ମାନଚିତ୍ରରେ ରଖିବା ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବ ସୂଚନା ଦେଇଛନ୍ତି। ଏହାସହ ଆମର ପ୍ରାକୃତିକ ସମ୍ପଦ ଏବଂ ଇକୋସିଷ୍ଟମ୍ ସୁବିଧା ଯୋଗୁଁ ଓଡ଼ିଶା ଧାତୁ ଏବଂ ସହଯୋଗୀ କ୍ଷେତ୍ରଗୁଡିକର ଶିଳ୍ପ ପାଇଁ ପସନ୍ଦ ସ୍ଥଳ ପାଲଟିଛି ବୋଲି ସେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରାସାୟନିକ ପଦାର୍ଥ ଏବଂ ପେଟ୍ରୋକେମିକାଲ୍ସ, ବୟନଶିଳ୍ପ ଏବଂ ପୋଷାକ ପରି ଫୋକସ୍ ସେକ୍ଟର ସହିତ ରାଜ୍ୟରେ ଶିଳ୍ପ ଇକୋସିଷ୍ଟମକୁ ବ୍ୟାପକ କରିବା ପାଇଁ ସରକାର ସକ୍ରିୟ ଭାବରେ ପଦକ୍ଷେପ ନେଇଛନ୍ତି। ପୂର୍ବ ଦୁଇଟି ସଂସ୍କରଣରେ ଭାଗନେଇଥିବା ୫୩ ପ୍ରତିଶତ ପୁଞ୍ଜିନିବେଶକରୀ ଓଡିଶାରେ ସେମାନଙ୍କର ଶିଳ୍ପ ଆରମ୍ଭ କଲେଣି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ସହ ରୋଜଗାର ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟ। ସେଥିପାଇଁ ରାଜ୍ୟକୁ କିଭଳି ପୁଞ୍ଜିପତିମାନେ ଆସିବେ । ସେ ନେଇ ମେକ ଇନ୍ ଓଡିଶା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.