ETV Bharat / city

IPS Reshuffle: ଅରୁଣ ବୋଥ୍ରା ହେଲେ କ୍ରାଇମବ୍ରାଞ୍ଚ ADG, ପ୍ରତୀକ ସିଂ ଭୁବନେଶ୍ୱର DCP

author img

By

Published : Apr 29, 2022, 3:02 PM IST

Updated : Apr 29, 2022, 5:13 PM IST

IPS ସ୍ତରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ଭୁବନେଶ୍ବର DCP ଉମାଶଙ୍କର ଦାଶଙ୍କ ପଦୋନ୍ନତି, ଟ୍ବିନସିଟି ଅତିରିକ୍ତ ପୋଲିସ କମିଶନର ଦାୟିତ୍ବ ହସ୍ତାନ୍ତର । ଅଧିକ ପଢନ୍ତୁ

IPS Reshuffle:  ଭୁବନେଶ୍ବର DCP ଉମାଶଙ୍କର ଦାଶଙ୍କ ପଦୋନ୍ନତି, ପ୍ରତୀକ ସିଂ ଭୁବନେଶ୍ୱର DCP

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି(ଶୁକ୍ରବାର) IPS ସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ବଦଳିଛନ୍ତି ଟ୍ଵିନ ସିଟି DCP । ନୂଆ DCP ପାଇଛି ଭୁବନେଶ୍ୱର ଓ କଟକ । ଏହା ସହ ୟୁନିଫର୍ମକୁ ଫେରିଛନ୍ତି ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚ ADG ଭାବେ ଅରୁଣ ବୋଥ୍ରାଙ୍କୁ ନିଯୁକ୍ତି ମିଳିଛି । ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୁନୀଲ ବଂଶଲ ପୋଲିସ ଡିଜି ଭାବେ ଦାୟିତ୍ୱ ନେବା ପରେ ଗଠନ କରିଛନ୍ତି ନୂଆ ଟିମ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟ୍ଵିନ ସିଟିର ଡିସିପିଙ୍କୁ ବଦଳି କରାଯାଇଛି । ଭୁବନେଶ୍ୱର ଡିସିପି ଥିବା 2008 ବ୍ୟାଚର ଡ଼. ଉମାଶଙ୍କର ପଦୋନ୍ନତି ହୋଇଛି । ସେ ଟ୍ଵିନ ସିଟିର ଅତିରିକ୍ତ ପୋଲିସ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଭୁବନେଶ୍ୱରର ନୂଆ ଡିସିପି ହୋଇଛନ୍ତି ପ୍ରତୀକ ସିଂ । 2014 ବ୍ୟାଚର ଆଇପିଏସ ପ୍ରତୀକ କଟକର ଡିସିପି ଭାବେ କାର୍ଯ୍ୟ କରୁଥିଲେ । ସେହିପରି କଟକ ଡିସିପି ଭାବେ ନିଯୁକ୍ତି ପାଇଛନ୍ତି ପିନାକ ମିଶ୍ର ।

IPS Reshuffle: ଅରୁଣ ବୋଥ୍ରା ହେଲେ କ୍ରାଇମବ୍ରାଞ୍ଚ ADG, ପ୍ରତୀକ ସିଂ ଭୁବନେଶ୍ୱର DCP
IPS Reshuffle: ଅରୁଣ ବୋଥ୍ରା ହେଲେ କ୍ରାଇମବ୍ରାଞ୍ଚ ADG, ପ୍ରତୀକ ସିଂ ଭୁବନେଶ୍ୱର DCP

2011 ବ୍ୟାଚର ପିନାକ ବ୍ରହ୍ମପୁରର ଏସପି ଦାୟିତ୍ୱରେ ଥିଲେ । କମିଶନରେଟ ପୋଲିସର ଅତିରିକ୍ତ କମିଶନର ଥିବା ନୀତି ଶେଖରଙ୍କୁ ବଦଳି କରାଯାଇଛି । 2007 ବ୍ୟାଚର ନୀତି ଶେଖର ପଶ୍ଚିମାଞ୍ଚଳ(ରାଉରକେଲା) ଡିଆଇଜି ଭାବେ ବଦଳି ହୋଇଛନ୍ତି । ଜେଲ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ବରିଷ୍ଠ ଆଇପିଏସ ମନୋଜ କୁମାର ଛାବ୍ରା । 1988 ବ୍ୟାଚର ମନୋଜ ପୂର୍ବରୁ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ(SAP)ର ସ୍ୱତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଥିଲେ । ସେହିପରି ଜେଲ ବିଭାଗ ନିର୍ଦ୍ଦେଶକ ଥିବା 1988 ବ୍ୟାଚର ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ନିଯୁକ୍ତି ଦିଆଯାଇଛି ।

ଗୁଇନ୍ଦା ନିର୍ଦ୍ଦେଶକ ହୋଇଛନ୍ତି 1994 ବ୍ୟାଚର ସଞ୍ଜୀବ କୁମାର ପଣ୍ଡା । ପୂର୍ବରୁ ସେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଦାୟିତ୍ୱରେ ଥିଲେ । ସେହିପରି ପରିବହନ କମିଶନ ଥିବା 1996 ବ୍ୟାଚର ଅଫିସର ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଡିଜି ଦାୟିତ୍ୱ ଦେଇଛନ୍ତି ସରକାର । ସେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଦାୟିତ୍ୱରେ ରହିବେ । 2002 ବ୍ୟାଚର ସତୀଶ କୁମାର ଗଜଭେୟେ ଯୋଗାଯୋଗ (communication) IGP ଭାବେ ନିଯୁକ୍ତି ମିଳିଛି । ସେ ପୂର୍ବରୁ UP&TTIର ପ୍ରିନ୍ସପାଲ ଥିଲେ । ହୋମଗାର୍ଡ ଆଇଜି ଥିବା 2003 ବ୍ୟାଚର ସେଫିନ ଅହମ୍ମଦଙ୍କୁ HRPCର ଆଇଜିପି ଭାବେ ବଦଳି କରାଯାଇଛି ।

ପିନାକଙ୍କ ବଦଳି ପରେ 2015 ବ୍ୟାଚର ଶ୍ରବଣ ବିବେକଙ୍କୁ ବ୍ରହ୍ମପୁର ଏସ୍‌ପି ଭାବେ ବଦଳି କରାଯାଇଛି । ପୂର୍ବରୁ ସେ କଳାହାଣ୍ଡିର ଏସପି ଭାବେ କାର୍ଯ୍ୟ କରୁଥିଲେ । 2013 ବ୍ୟାଚର ପରମାର ସ୍ମିତ ପର୍ଷୋତ୍ତମଦାସ ହୋଇଛନ୍ତି ବରଗଡ଼ ଏସପି । ପୂର୍ବରୁ ସେ ନବରଙ୍ଗପୁର ଏସପି ଭାବେ କାର୍ଯ୍ୟ କରୁଥିଲେ । ବରଗଡ଼ ଏସପି ଥିବା 2015 ବ୍ୟାଚର ରାହୁଲ ଜୈନଙ୍କୁ ଝାରସୁଗୁ଼ଡ଼ା ଏସ୍‌ପି ବାବେ ବଦଳି କରାଯାଇଛି ।

ଦୀର୍ଘ ବର୍ଷ ପରେ ଖୋର୍ଦ୍ଧା ଜିଲ୍ଲାରେ ଜଣେ ଆଇପିଏସଙ୍କୁ ନିଯୁକ୍ତି ମିଳିଛି । 2017 ବ୍ୟାଚର ସିଦ୍ଧାର୍ଥ କଟରିୟା ହୋଇଛନ୍ତି ଖୋର୍ଦ୍ଧା ଏସ୍‌ପି । ପୂର୍ବରୁ ସେ ନୟାଗଡ଼ ଏସପି ଭାବେ କାର୍ଯ୍ୟ କରୁଥିଲେ । ଅନ୍ୟପଟେ ଭୁବନେଶ୍ୱର ଟ୍ରାଫିକ ଡିସିପିଙ୍କୁ ବଦଳି କରାଯାଇଛି । ଭୁବନେଶ୍ୱର ଟ୍ରାଫିକ ଡିସିପି ଥିବା 2018 ବ୍ୟାଚର ଏସ୍. ସୁଶ୍ରୀ ହୋଇଛନ୍ତି ନବରଙ୍ଗପୁର ଏସ୍‌ପି । ଏସ୍. ସୁଶ୍ରୀଙ୍କ ବଦଳି ପରେ ଭୁବନେଶ୍ୱର ଟ୍ରାଫିକ ଡିସିପି ପଦ ଫାଙ୍କା ପଡିଲା । ସେହିପରି ଅଭିଳାଷ ଜି ହୋଇଛନ୍ତି କଳାହାଣ୍ଡି ଏସ୍‌ପି । 2018 ବ୍ୟାଚର ଅଭିଳାଷ ଜି ଏସଟିଏଫ (ନାର୍କୋଟିକ୍ସ) ଏସପି ଭାବେ କାର୍ଯ୍ୟ କରୁଥିଲେ । ଖୋର୍ଦ୍ଧା ଏସପି ଥିବା ଓପିଏସ ଅଲେଖ ପହିଙ୍କୁ ନୟାଗଡ଼ ଏସ୍‌ପି ଭାବେ ବଦଳି କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 29, 2022, 5:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.