ETV Bharat / city

IAS ସ୍ତରରେ ବଡଧରଣର ଅଦଳବଦଳ

ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

IAS raeshuffle in Odish
IAS raeshuffle in Odish
author img

By

Published : Jun 16, 2022, 7:20 PM IST

Updated : Jun 16, 2022, 8:53 PM IST

ଭୁବନେଶ୍ବର: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ହେଲେ ଭୁବନେଶ୍ବର ମହାନଗର ନିଗମ କମିଶନର । ଏହା ବ୍ୟତୀତ ସେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ସିଇଓ, କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଓ ବିଡିଏର ଉପାଧ୍ୟକ୍ଷକ ଭାବେ ଅତିରିକ୍ତ ଦାୟିତ୍ବ ତୁଳାଇବେ । ରାଜ୍ୟ ସରକାର ବିଏମସି କମିଶନର ପଦକୁ ଯୁଗ୍ମ ସଚିବ ପାହ୍ୟର ମାନ୍ୟତା ଦେଇଛନ୍ତି ।

କଟକ ମହାନଗର ନିଗମ କମିଶର ଥିବା ଅନନ୍ୟା ଦାସ ହେଲେ ସମ୍ବଲପୁର ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ହେଲେ ଗଞ୍ଜାମ ଜିଲ୍ଲାପାଳ । କଳାହାଣ୍ଡି ଜିଲ୍ଲାପାଳ ଗଭଲି ପରାଗ ହେଲେ ସୁନ୍ଦରଗଡ ଜିଲ୍ଲାପାଳ । ନୂଆପଡା ଜିଲ୍ଲାପାଳ ସ୍ବଧା ଦେବ ସିଂ ହେଲେ ରାୟଗଡା ଜିଲ୍ଲାପାଳ, ରାୟଗଡା ଜିଲ୍ଲାପାଳ ସରୋଜ ମିଶ୍ର ହେଲେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ । ବ୍ରହ୍ମପୁର ମହାନଗ ନିଗମ କମିଶନର ଥିବା ସିଧେଶ୍ବର ବୋନ୍ଦାର ହେଲେ ଭଦ୍ରକ ଜିଲ୍ଲପାଳ । ଭଦ୍ରକ ଜିଲ୍ଲାପାଳ ଥିବା ତ୍ରିଲୋଚନ ମାଝୀ ହେଲେ ରାଜସ୍ବ ବିଭାଗର ସ୍ବତନ୍ତ୍ର ସଚିବ । ଗଞ୍ଜାମ PD DRDA ଥିବା ଦତ୍ତାତ୍ରୟ ଭଉସାହେବ ସିନ୍ଧେ ହେଲେ ବାଲେଶ୍ବର ଜିଲ୍ଲାପାଳ ।

ସେହିପରି କଳାହାଣ୍ଡି PD DRDA ଥିବା ସୋମେଶ ଉପାଧ୍ୟାୟ ହେଲେ ଦେବଗଡ ଜିଲ୍ଲାପାଳ । ମୟୁରଭଞ୍ଜ PD DRDA ଥିବା ପି.ଅନ୍ବେଷା ରେଡ୍ଡୀ ହେଲେ କଳାହାଣ୍ଡି ଜିଲ୍ଲାପାଳ । ବାଲେଶ୍ବର ଉପଜିଲ୍ଲାପାଳ ଥିବା ପାଟିଲ ଆଶିଷ ଇଶ୍ବର ହେଲେ କନ୍ଧମାଳର ନୂଆ ଜିଲ୍ଲାପାଳ । କୋରାପୁଟ PD DRDA ଥିବା ହେମ କାନ୍ତ ସାଏ ହେଲେ ନୂଆପଡା ଜିଲ୍ଲାପାଳ । ବ୍ରହ୍ମପୁର ଉପ-ଜିଲ୍ଲାପାଳ ଥିବା ଭି. କିର୍ତ୍ତୀ ଭାସନ ହେଲେ ଗଞ୍ଜାମ PD DRDA । ସମ୍ବଲପୁର ଉପ-ଜିଲ୍ଲାପାଳ ଥିବା ସୂର୍ଯ୍ୟୱଶୀଂ ମୟୁର ବିକାଶ ହେଲେ ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିଶନର । ଗୁନୁପୁର ଉପଜିଲ୍ଲାପାଳ ଥିବା ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର ନିଗମର ନୂଆ କମିଶନର । ସେହିଭଳି ନବରଙ୍ଗପୁର ଉପଜିଲ୍ଲାପାଳ ଥିବା ଅକ୍ଷୟ ସୁନିଲ ଅଗ୍ରୱାଲ ହେଲେ ସାଧାରଣ ପ୍ରଶାସନ ବିଭାଗ ସଚିବ ।

ଅନ୍ୟପଟେ ଦେବଗଡ ଜିଲ୍ଲାପାଳ ଥିବା ସୁଧାଶୁଂ ମୋହନ ସାମଲ ହେଲେ ଜଳ ସମ୍ପଦ ବିଭାଗର ଯୁଗ୍ମ ସଚିବ । କନ୍ଧମାଳ ଜିଲ୍ଲାପାଳ ଥିବା ଡି. ବୃନ୍ଦା ହେଲେ OSMLC ର ପରିଚାଳନା ନିର୍ଦ୍ଦେଶକ । ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ହେଲେ OAV ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ । OAV ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଥିବା ପ୍ରେମ ଚନ୍ଦ୍ର ଚୌଧୁରୀ ହେଲେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ । ବାଲେଶ୍ବର ଜିଲ୍ଲାପାଳ ଥିବା କେ. ସୁଦର୍ଶନ ଚକ୍ରବର୍ତ୍ତୀ ହେଲେ ଖୋର୍ଦ୍ଧାର ନୂଆ ଜିଲ୍ଲପାଳ । ସୁନ୍ଦରଗଡ ଜିଲ୍ଲପାଳ ନିଖିଲ ପୱନ କଲ୍ୟାଣ ହେଲେ କଟକ ମହାନଗର ନିଗମ (ସିଏମସି)ର କମିଶନର । ଜଳ ସମ୍ପଦ ବିଭାଗର ଯୁଗ୍ମ ସଚିବ ଥିବା ମଧୁସ୍ମିତା ସାହୁ ହେଲେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ ।

ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପରେ ଆଇଏଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହେବ ବୋଲି ଯାହା ଚର୍ଚ୍ଚା ହେଉଥିଲା ତାହା ସତ ପ୍ରମାଣିତ ହୋଇଛି । ରାଜ୍ୟ ସରକାର ଆଜି ପ୍ରାୟ 20ରୁ ଅଧିକ ଆଇଏଏସଙ୍କୁ ଅଦଳବଦଳ କରିଛନ୍ତି । ବିଶେଷ କରି ଭୁବନେଶ୍ବର, କଟକ, ବ୍ରହ୍ମପୁର ମହାନଗର ନିଗମ କମିଶନର ବଦଳିବା ନେଇ ଚର୍ଚ୍ଚାରେ ସରକାର ମୋହର ମାରିଛନ୍ତି । ଆଗକୁ ଆଇପିଏସ ସ୍ତରରେ ମଧ୍ୟ ଅଦଳ ବଦଳ ହେବାକୁ ଯାଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jun 16, 2022, 8:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.