ETV Bharat / city

ମାଲିକ ସାମ୍ନାରେ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ - ଭୁବନେଶ୍ବର ରସୁଲଗଡ ଅଗ୍ନିକାଣ୍ଡ

ଭୁବନେଶ୍ବର ରସୁଲଗଡ ଓ ମଞ୍ଚେଶ୍ବର ରାସ୍ତା ଉପରେ ସ୍ଥିତ ଏକ ସ୍ପେୟାରପାର୍ଟସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ଅଧିକ ପଢନ୍ତୁ...

major fire breaks out in spareparts shop
ମାଲିକ ସାମ୍ନାରେ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
author img

By

Published : Jan 10, 2021, 6:14 PM IST

Updated : Jan 10, 2021, 7:09 PM IST

ଭୁବନେଶ୍ବର: ରାଜଧାନୀର ରସୁଲଗଡ ଛକରେ ଅଗ୍ନିକାଣ୍ଡ । ରସୁଲଗଡ ଓ ମଞ୍ଚେଶ୍ବର ରାସ୍ତା ଉପରେ ସ୍ଥିତ ଏକ ସ୍ପେୟାରପାର୍ଟସ ଦୋକାନରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିଛି । ନିଆଁ ଲିଭାଇବା କାର୍ଯ୍ୟରେ ଦୁଇଟି ଦମକଳ ଗାଡି ନିୟୋଜିତ ଅଛନ୍ତି । ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ତେବେ ଏ ଯାଏଁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ମାଲିକ ସାମ୍ନାରେ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଦୋକାନରେ ହଠାତ୍ ନିଆଁ ଲାଗିଥିଲା । ଦୋକାନ ମାଲିକ ଆଖି ଆଗରେ ଦୋକାନ ଜଳୁଥିବାର ଦେଖୁଥିଲେ ବି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସେ କିଛି ବି କରିପାରିନଥିଲେ । ତେବେ ଛୋଟ ଛୋଟ ଦୋକାନଗୁଡିକରେ ଫାୟାର ଏକ୍ସଟନସର ନଥିବା ଯୋଗୁଁ ଏଭଳି ଅଘଟଣ ଘଟୁଥିବା ଜଣାପଡିଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଥିବାବେଳେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 10, 2021, 7:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.