ଭୁବନେଶ୍ବର: ଉନ୍ମୋଚିତ ହେଲା ପୁସ୍ତକ ‘ମାଜେଷ୍ଟିକ ମାରା’ । ଗଜପତି ମହାରାଜାଙ୍କ ଦ୍ଵାରା ରଚିତ ଏହି ପୁସ୍ତକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ପୁସ୍ତକରେ କେନିୟାର ମସାଇ ମାରା ଜଙ୍ଗଲରେ ଗଜପତିଙ୍କ ନେତୃତ୍ଵରେ ଯାଇଥିବା ଏକ ଟିମ ବିତାଇଥିବା ଆଠ ଦିନର ଅନୁଭୂତିକୁ ବର୍ଣ୍ଣନା କରାଯାଇଛି । ଏହାକୁ ଉଲ୍ଲେଖ କରିଛନ୍ତି ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ।
ଏହି ପୁସ୍ତକରେ ବିଭିନ୍ନ ଫଟୋ ସହିତ ସୁନ୍ଦର ବିଷୟବସ୍ତୁ ରହିଛି । ଏହି ଅବସରରେ ଓଡ଼ିଆ ପୁଅ ତଥା କେନିୟା ସାଂସଦ ସ୍ଵରୂପ ମିଶ୍ର ଏବଂ କେନିୟା ଉଚ୍ଚାୟୁକ୍ତ Willie Bett ଉପସ୍ଥିତ ଥିଲେ । ଶନିବାର ସକାଳେ ନବୀନ ନିବାସ ଠାରେ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ ଅଗଷ୍ଟ ମାସରେ ଗଜପତି ମହାରାଜାଙ୍କ ନେତୃତ୍ୱରେ ଏକ ଟିମ୍ କେନିୟାର ପ୍ରସିଦ୍ଧ ମଷାଇ ମାରା ୱାଇଲ୍ଡ ଲାଇଫ ସାଞ୍ଚୁରୀ ଯାଇଥିଲେ । ଏହି ସମୟରେ ନିଜେ ଗଜପତି ରାଜା ଭିଡିଓଗ୍ରାଫି କରିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ